Durga Puja Gates / ଦଶହରା ପାଇଁ ସଜେଇ ହେଲାଣି ସହରର ଗଳିକନ୍ଦି; ଏଥର ରାଜଧାନୀରେ ନୂଆ ଥିମର ତୋରଣ
·1 hour ago·2 min read

Key Points
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ
ଶାରଦୀୟ ପୂଜା ପ୍ରସ୍ତୁତିରେ ବ୍ୟସ୍ତ ପୂଜା ମଣ୍ଡପ
ତୋରଣର ସହର ପାଲଟିଛି ରାଜଧାନୀ

ଭୁବନେଶ୍ଵର: ଶରତର ନିର୍ମଳ ଆକାଶ, କାଶତଣ୍ଡର ଲାଜକୁଳି ହସ ଏବଂ ଧରାପୃଷ୍ଠରେ ମାଆଙ୍କ ପାଦପୂଜା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଆଉ ଦିନ କେଇଟା ପରେ ଜଗତଜନନୀ ଦୁର୍ଗାଙ୍କର ଆଗମନ। ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ରାଜଧାନୀରେ ନିର୍ମାଣ ହେଉଛି ବିଶାଳ ତୋରଣ । ନୂଆ ଥିମ୍ ସହ ତୋରଣକୁ ଆକର୍ଷଣୀୟ କରିବାକୁ ଲାଗିପଡିଛନ୍ତି ନୟାପଲ୍ଲୀ, ବରମୁଣ୍ଡା ଓ ବମିଖାଲ ପୂଜା କମିଟି।
ପ୍ରତିବର୍ଷ ଭଳି ଚଳିତବର୍ଷ ନୟାପଲ୍ଲୀ ଦୁର୍ଗାପୂଜା କମିଟି ପକ୍ଷରୁ ନିଆରା ଶୈଳୀରେ ନିର୍ମାଣ ହେଉଛି ଇଟାଲିର 'ଭାଟିକାନ ସିଟି'। ଏହି ଭାଟିକାନ ସିଟିରେ ପୂଜା ପାଇବେ ମାଆ ଜଗତଜନନୀ। କଲିକତାର ୫୦ ଜଣ କାରୀଗର ଏହି ତୋରଣ ନିର୍ମାଣରେ ଲାଗିଛନ୍ତି। ସେପଟେ ବମିଖାଲ ଦୁର୍ଗାପୂଜା ମଣ୍ଡପରେ ନିର୍ମାଣ କରାଯାଇଛି 'ରେପ୍ଲିକା ଅଫ୍ ଦୁବାଇ'। ୬୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ଆକର୍ଷଣୀୟ ତୋରଣକୁ କଲିକତାର ୪୦ ରୁ ଉର୍ଦ୍ଧ୍ୱ କାରୀଗର ନିର୍ମାଣ କରୁଛନ୍ତି। ପ୍ରାୟ ୩ ମାସ ହେଲା ଏହାର କାମ ଚାଲିଥିବାବେଳେ ପ୍ରାୟ ୬୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ପ୍ରସ୍ତୁତ କରାଯାଇଛି।
ପଢନ୍ତୁ ଏହି ଖବର: କେବେ ପାଳିବେ ଦଶହରା ? ପଞ୍ଜିକା ଓ ତିଥିକୁ ନେଇ ଦ୍ୱନ୍ଦ୍ୱ ଭିତରେ ଜ୍ୟୋତିର୍ବିଦ୍ ରଖିଲେ ସ୍ପଷ୍ଟ ମତ
- ରାଜଧାନୀରେ କେଉଁଠି କେଉଁ ଥିମର ତୋରଣ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଏଇଠି ସବୁଠୁ ଉଚ୍ଚ ତୋରଣ
Related Topics
Explore more stories