Videos
|
Odisha

Dussehra 2026 / କେବେ ପାଳିବେ ଦଶହରା ? ପଞ୍ଜିକା ଓ ତିଥିକୁ ନେଇ ଦ୍ୱନ୍ଦ୍ୱ ଭିତରେ ଜ୍ୟୋତିର୍ବିଦ୍ ରଖିଲେ ସ୍ପଷ୍ଟ ମତ

Sushanta Sahoo
Browse all articles by Sushanta Sahoo
·52 mins ago·2 min read
କେବେ ପାଳିବେ ଦଶହରା ? ପଞ୍ଜିକା ଓ ତିଥିକୁ ନେଇ ଦ୍ୱନ୍ଦ୍ୱ ଭିତରେ ଜ୍ୟୋତିର୍ବିଦ୍ ରଖିଲେ ସ୍ପଷ୍ଟ ମତ
Dussehra Date Confusion 2026

Key Points

ଚଳିତ ବର୍ଷ ଦଶହରା ପାଳନ ଅକ୍ଟୋବର ୨୦ ନା ୨୧ ତାରିଖରେ କରାଯିବ । ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ପୁରୀ: ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ହେଲେ ଦଶହରାକୁ ନେଇ ଲାଗି ରହିଛି ଦ୍ଵନ୍ଦ୍ଵ । ଚଳିତ ବର୍ଷ ଦଶହରା ପାଳନ ଅକ୍ଟୋବର ୨୦ ନା ୨୧ ତାରିଖରେ କରାଯିବ । ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ପଞ୍ଜିକା ଅନୁଯାୟୀ 'ପୀଠେ ଦଶହରା' ଅକ୍ଟୋବର ୨୦ ତାରିଖରେ ଉଲ୍ଲେଖ ରହିଥିବା ବେଳେ ଶ୍ରୀମନ୍ଦିରରେ 'ବିଜୟା ଦଶମୀ' ଓ 'ଦଶହରା' ଅକ୍ଟୋବର ୨୧ ତାରିଖରେ ଦର୍ଶାଯାଇଛି । ଏହାକୁ ନେଇ ଲୋକଙ୍କ ମନରେ ଦ୍ଵନ୍ଦ୍ଵ ଲାଗି ରହିଥିବା ବେଳେ ସ୍ପଷ୍ଟ କରିଛନ୍ତି ଜ୍ୟୋତିର୍ବିଦ୍ ତଥା ପଞ୍ଜିକାର ହରିଶଙ୍କର ମିଶ୍ର ।

ଏଥିସହ ପଢ଼ନ୍ତୁ: ଆସୁଛନ୍ତି ମହିଷାମର୍ଦ୍ଦିନୀ; ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଲାଗିଲା ଖଡ଼ିରଙ୍ଗ 

ଜ୍ୟୋତିର୍ବିଦ୍ ହରିଶଙ୍କର ମିଶ୍ର କହିଛନ୍ତି, "ପୀଠମାନଙ୍କରେ ୨୦ ତାରିଖରେ ଦଶହରା ପାଳନ କରାଯିବ । ମା' ବିମଳା ହେଉଛନ୍ତି କ୍ଷେତ୍ରାଧିଶ୍ଵରୀ ଓ ପୀଠାଧିଶ୍ଵରୀ, ଶ୍ରୀମନ୍ଦିରରେ ଅଧିଷ୍ଠାତ୍ରୀ । ଦଶହରାରେ ଆୟୁଧ ପୂଜା କରାଯାଏ । ଶ୍ରୀମନ୍ଦିରରେ ଦଶହରା ନାହିଁ, ଦଶହରା ଥାଏ ମା' ବିମଳାଙ୍କ ପାଖରେ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୭ ତାରିଖ ଦିନ ମହାସପ୍ତମୀ, ୧୮ ତାରିଖରେ ମହାଷ୍ଟମୀ, ୧୯ ତାରିଖରେ ମହାନବମୀ ଏବଂ ୨୦ ତାରିଖ ଦିନ ଦଶହରା । ସେଦିନ ଯାହା ଅନୁକୂଳ କରିବା କଥା ଆମ ବିଧି ବିଧାନ, ପରମ୍ପରା ଅନୁଯାୟୀ ୨୦ ତାରିଖ ଦଶହରା ଦିନ କରିପାରିବା ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ତଥା ପଞ୍ଜିକାର ହରିଶଙ୍କର ମିଶ୍ର ।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅକ୍ଟୋବର ୨୧ରେ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକର ବଙ୍ଗୀୟ ପଦ୍ଧତିରେ ପୂଜାର୍ଚ୍ଚନା ହେଉଥିବାରୁ ସେହିଦିନ ଦଶହରା ପାଳନ କରାଯାଉଛି, ଯାହା ଉତ୍କଳୀୟ ପଦ୍ଧତିର ଆଧାର ନୁହେଁ। ଶ୍ରୀମନ୍ଦିର ପ୍ରଶାସନ ପଞ୍ଜିକାରେ 'ଆୟୁଧ ପୂଜା' ଓ 'ବିଜୟା ଦଶମୀ' ସ୍ପଷ୍ଟ ଭାବେ ଲେଖିଲେ ଏପରି ବିଭ୍ରାନ୍ତି ଆଉ ରହିବ ନାହିଁ ।

ଏଥିସହ ପଢ଼ନ୍ତୁ: ଏଣିକି ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ପାଇଁ ସହଜ ହେବ ଜଗା ଦର୍ଶନ 

ସେହିଭଳି ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା ଦଶହରାକୁ ନେଇ ମତ ରଖିଛନ୍ତି । ସେ କହିଛନ୍ତି, "୧୭ରୁ ସପ୍ତମୀ ପୂଜା ଆରମ୍ଭ ହେବ । ୨୦ରେ ପୀଠମାନଙ୍କରେ ଦଶମୀ । ଅନ୍ୟ ସବୁଠି ୨୧ ତାରିଖରେ ଦଶହରା ପାଳନ କରାଯିବ ।"