Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରମ୍ଭ ହେଲା ମାଘ ମେଳା : ସାଧୁ, ସନ୍ଥ ଓ ବ୍ରାହ୍ମଣଙ୍କ ମନ୍ତ୍ର ଧୋନିରେ ପ୍ରକମ୍ପିତ ହେବ ଖଣ୍ଡଗିରି

Jitendra Dash
Browse all articles by Jitendra Dash
·2 years ago·2 min read
ଆରମ୍ଭ ହେଲା ମାଘ ମେଳା : ସାଧୁ, ସନ୍ଥ ଓ ବ୍ରାହ୍ମଣଙ୍କ ମନ୍ତ୍ର ଧୋନିରେ ପ୍ରକମ୍ପିତ ହେବ ଖଣ୍ଡଗିରି

ଅର୍ଗସ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଐତିହ୍ୟ ସ୍ଥଳୀ ଖଣ୍ଡଗିରିରେ ମାଘ ମେଳା । ବିଶ୍ୱଶାନ୍ତି ନିମନ୍ତେ ସାଧୁ, ସନ୍ଥ ଓ ବ୍ରାହ୍ମଣଙ୍କ ମନ୍ତ୍ର ଧୋନୀରେ ପ୍ରକମ୍ପିତ ହେବ ଖଣ୍ଡଗିରି ପରିବେଶ । ବିଧି ବିଧାନ ଅନୁସାରେ ଆଜି ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇ ମେଳା ୯ ଦିନ ଧରି ଚାଲିବ । ଜାଗମରା ପୋଖରୀ ରେ ଆଜି କଳସ ଯାତ୍ରା ଆରମ୍ଭ ହୋଇ ଖଣ୍ଡଗିରି ରେ ପହଞ୍ଚିବା ପରେ ଅଗ୍ନିସ୍ଥାପନ ପରେ ପୂଜା ଆରମ୍ଭ ହୋଇଛି । ପ୍ରଥମ ଦିନରୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ୫ ସହରୁ ଉର୍ଦ୍ଧ ନାଗା ସାଧୁ, ସନ୍ଥ, ବ୍ରାହ୍ମଣଙ୍କ ମାଘମେଳାକୁ ଆଗମନ ହୋଇଛି । ଚଳିତ ବର୍ଷ ୧ ହଜାରରୁ ଉର୍ଦ୍ଧ ସାଧୁ ସନ୍ଥଙ୍କ ଆଗମନ ବୋଲି କୁହାଯାଉଛି । ମାଘମେଳା କୁ ଆସୁଥିବା ସାଧୁ, ସନ୍ଥ ମାନେ ସେମାନଙ୍କ ତପସ୍ୟା ବଳରେ ଅନେକ ରୋଗ ବ୍ୟାଧି ଭଲ କରିଦେବାର ବିଶ୍ୱାସ ମଧ୍ୟ ରହିଛି । ସେଥିପାଇଁ ଏବେ ଠାରୁ ମାନସିକ ଧାରି ଙ୍କର ଭିଡ଼ ଦେଖିବାକୁ ମିଳିଛି । 

ସେହିଭଳି ଆଜି ଭଳି ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରିବା ଫଳରେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରଥମେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ । ପରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ନିଜକୁ ଧନ୍ୟ କରିଛନ୍ତି । ଗତକାଲିଠାରୁ ଚନ୍ଦ୍ରଭାଗା ମେଳା ପଡ଼ିଆର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ମେଳା ପଡିଆରେ ଷଷ୍ଠୀ ତିଥିରେ ମହିଳାମାନେ ମାଟିହାଣ୍ଡିରେ ଶୁଖୁଆ ଡାଲମା, ଭାତ ରାନ୍ଧି ଏହାର କିଛି ଅଂଶକୁ ଅର୍କାସୁର ଉଦ୍ଦେଶ୍ୟରେ ସମର୍ପଣ କରି ପାରିବାରର ସୁଖ ସମୃଦ୍ଧି କାମନା କରିଥିଲେ। ପରେ ବଳକା ଅଂଶକୁ ନିଜେ ସେବନ କରିଥଲେ । ପରେ ହାଣ୍ଡିକୁ ନିକଟସ୍ଥ ହାଣ୍ଡି ଭଙ୍ଗା ପଡିଆରେ ଭାଙ୍ଗି ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପ୍ରଭୂ ସୁର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରେ ତିନି ମହାଦେବଙ୍କୁ ପୂଜା କରି ଆଶୀର୍ବାଦ ନେଇଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆଜିଠୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ବା ସୂର୍ଯ୍ୟ ଉପାସନା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ ଓ ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେଲେ ପରମପୁଣ୍ୟ ପ୍ରାପ୍ତ ହେବ। ଏହି ଯାତ୍ରା ପୂର୍ଣ୍ଣିମା ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପଟେ ୧୮ତାରିଖରୁ ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଯାତ୍ରାରେ ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି ।

Sponsored
bhubaneswar khandagiri mela | Argus News