Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ଲେଡି ଲୁଟେରାଙ୍କ ଆତଙ୍କ, ଘରେ ପଶି ବୁଲାଉଛନ୍ତି କଳାକନା

Jitendra Dash
Browse all articles by Jitendra Dash
·2 years ago
ରାଜଧାନୀରେ ଲେଡି ଲୁଟେରାଙ୍କ ଆତଙ୍କ, ଘରେ ପଶି ବୁଲାଉଛନ୍ତି କଳାକନା

ଅର୍ଗସ ବ୍ୟୁରୋ : ପୁଣି ଘରେ ପଶି ଲୁଟିଲେ ମହିଳା । ପୁରା ଘଟଣା ହେଲା ସିସିଟିଭିରେ କଏଦ । ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳରେ ଗେଟ ଭିତରେ ପଶି ଘରୁ ଟଙ୍କା ଓ ଜରୁରୀ ଡକ୍ୟୁମେଣ୍ଟ ନେଇ ଫେରାର ମହିଳା । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନାଅନୁସାରେ, ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ବୈରାଗୀ ପ୍ରଧାନଙ୍କ ଘରେ ଘରେ ଗତକାଲି ସକାଳେ ଲେଡି ଲୁଟେରା ଜଣଙ୍କ ଗେଟ୍‌ ଖୋଲି ଘରେ ପଶିଥିଲା । ଟଙ୍କା ଓ ଜରୁରୀ କାଗଜପତ୍ର ନେଇ ଚମ୍ପଟ୍ ମାରିଥିଲା । ଏହି ସମୟରେ ବୈରାଗୀଙ୍କ ସ୍ତ୍ରୀ ବାଥରୁମ୍‌ରେ ଥିଲେ । ଘରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟରେ ଦୃଶ୍ୟ କଏଦ ହୋଇଥିଲା । ଏନେଇ ବୈରାଗୀ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar lady lootera | Argus News