୮୦ ବର୍ଷୀୟ ବୃଦ୍ଧାଙ୍କ ବିଶ୍ୱାସ ଜିତି, ବୁଲାଇଲେ କଳା କନା

ଅର୍ଗସ ବ୍ୟୁରୋ : ବୃଦ୍ଧାଙ୍କ ବିଶ୍ଵାସରେ ବିଷ ଦେଲେ କେୟାର ଟେକର । ବିଶ୍ୱାସ ଜନ୍ମାଇ ଘରେ ବୁଲାଇଲେ କଳା କନା । ୮୦ ବର୍ଷୀୟା ବୃଦ୍ଧାଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ । ଶେଷରେ ବୃଦ୍ଧାଙ୍କ ଅଭିଯୋଗ କ୍ରମେ କେୟାର ଟେକରଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତ ଠାରୁ ୩୫ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତ ଦୁଇ ତାରିଖରେ ଖଣ୍ଡଗିରି ଥାନାରେ ୮୦ ବର୍ଷୀୟା ବୃଦ୍ଧା ସୁଜାତା ମହାନ୍ତି ଚୋରି ହେଇ ଥିବା ନେଇ ରିପୋର୍ଟ ଦେଇଥିଲେ,ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ,ତଦନ୍ତବେଳେ ଜଣା ପଡିଥିଲା ୨୦୨୧ ମସିହାରେ ତାପସ ନାୟକ ନାମକ ଜଣେ ଯୁବକ କେଆରଟେକର ଭାବେ କାମ କରୁଥିଲା, ପରବର୍ତ୍ତୀ ସମୟରେ ସେ ଚାକିରି ଛାଡି ପଳାଇ ଥିଲା । ପରବର୍ତ୍ତୀ ସମୟରେ ଗତ ଜୁଲାଇ ମାସରେ ପୁଣି ଥରେ ଆସି କାମରେ ଯୋଗ ଦେଇ ପୁଣି ଅଗଷ୍ଟ ମାସରେ କାମ ଛାଡିଥିଲେ ।
ପରବର୍ତ୍ତୀ ସମୟରେ କୌଣସି କାରଣରୁ ନିଜ ସୁନା ଚେନ, ମଙ୍ଗଳସୁତ୍ର ଓ କାନଫୁଲ ଖୋଜିବା ବେଳେ ତାହା ନଥିବାର ଦେଖିଥିଲେ । ପାଖା ପାଖି ୩୫ ଗ୍ରାମର ସୁନା ଗହଣା ମିଶିଙ୍ଗ ଥିଲା । ହେଲେ ସେ କେଆର ଟେକର୍ ଉପରେ ସନ୍ଦେହ ନକରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ହେଲେ ସବୁ କଥା ଶୁଣିବା ପରେ ପୋଲିସର ସନ୍ଦେହ କେଆର ଟେକର ଉପରକୁ ଆସିଥିଲା । ପରବର୍ତ୍ତୀ ସମୟରେ ତଦନ୍ତ କରି ଏହି କେଆର ଟେକରକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ଓ ଚୋରି ହୋଇଥିବା ସମସ୍ତ ସୁନା ଗହଣାକୁ ତାଙ୍କ ଘରୁ ଜବତ କରାଯାଇଛି ।