Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦ୍ଵିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ

Odisha

ଦ୍ଵିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ

Jitendra Dash
Browse all articles by Jitendra Dash
·2 years ago·1 min read
ଦ୍ଵିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ

ଅର୍ଗସ ବ୍ୟୁରୋ : ପ୍ରିୟା ପାଇଁ ମହାଭାରତ । ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଅପହରଣ  । ଦ୍ଵିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ । ଘଟଣାର ପ୍ଲାନିଂ ସହ ଅପହରଣରେ ସାମିଲ ଥିଲା ପ୍ରେମିକାର ଭାଇ । ୟୁନିଟ ୮ ପାସ ପୋର୍ଟ ଅଫିସ ନିକଟରୁ ଅପହରଣ ପରେ ପୁରୀରୁ ଉଦ୍ଧାର । ଘଟଣାରେ ଦୁଇ ନା ବାଳକ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କଲା ନୟାପଲ୍ଲୀ ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ୧୧ ତାରିଖ ସନ୍ଧ୍ୟାରେ ପାସପୋର୍ଟ ଅଫିସ ନିକଟରେ ନିଜ ପୁରୁଷ ବନ୍ଧୁ ରାଜା ସେଠୀ ସହ ଛିଡା ହୋଇ କଥା ହେଉଥିଲେ ପ୍ରିୟା ନାୟକ । କିଛି ଯୁବକ ବାଇକରେ ଆସି ଖଣ୍ଡା ଦେଖାଇ ଅପହରଣ କରିଥିଲେ । ଭୁବନେଶ୍ୱରରୁ ନେଇ ପୁରୀରେ ରଖିଥିଲେ । ପ୍ରିୟାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ପ୍ରିୟାଙ୍କ ବନ୍ଧୁ ଅଙ୍କିତ କଅଁର ଓ ଭାଇ ପ୍ରକାଶ ନାୟକଙ୍କ ସହ ଦୁଇ ନା ବାଳକ ଗିରଫ କରିଛି । ପ୍ରିୟାଙ୍କ ସହ ଅତ୍ୟଧିକ ବନ୍ଧୁତାକୁ ସହି ପାରୁନ ଥିଲା ଅଙ୍କିତ । ଅଙ୍କିତ ଓ ତା ସାଙ୍ଗ ପ୍ରିୟାର ଭାଇ ପ୍ରକାଶ ମିଶି ରାଜାକୁ ପାନେ ଦେବାକୁ ଯୋଜନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar love case | Argus News