Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ

Odisha

ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ

Jitendra Dash
Browse all articles by Jitendra Dash
·2 years ago·2 min read
ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ

ଅର୍ଗସ ବ୍ୟୁରୋ : ବାହା ବେଦୀରୁ ବରକୁ ଉଠାଇନେଲା ପୋଲିସ । ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀକୁ ଉଠାଇନେଲା ପୋଲିସ । ହାତଗଣ୍ଠି ପଡ଼ିବା ବଦଳରେ ପଡ଼ିଲା ହାତକଡି ! ଅଧା ରହିଲା ବାହାଘର । ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୋଲିସ । ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ବରକୁ ଉଠାଇ ନେଇଥିଲା । ଜିତେନ୍ଦ୍ର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର । ଅଭିଯୋଗ ଅନୁସାରେ, ୨୦୦୯ ମସିହାରେ ସେ କୋଲକାତା ଯାଇଥିଲେ । ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା । ଉଭୟ କୋର୍ଟ ମ୍ୟାରେଜ କରିଥିଲେ । 

ବାହାଘର ପରେ ସେଠାରେ କୁଆଡ଼େ ୪ ବର୍ଷ ଧରି ରମାଙ୍କ ସହିତ ଜିତେନ୍ଦ୍ର ରହିଥିଲେ । କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ।  ଆଉ ପରିବାର ଲୋକଙ୍କୁ ଭେଟୁଥିଲେ । ହେଲେ ରମାଙ୍କୁ ଭୁବନେଶ୍ୱର ଆଣୁନଥିଲେ । ତେଣୁ ରମାଙ୍କ ମନରେ ସନ୍ଦେହ ହୋଇଥିଲା । କିଛି ଦିନ ତଳେ ରମା ଜାଣିବାକୁ ପାଇଲେ ଜିତେନ୍ଦ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ତା’ପରେ ସେ କିଛି ସମାଜସେବୀଙ୍କ ସହାୟତାରେ ଭୁବନେଶ୍ୱର ଆସିଥିଲେ। ଆଜି ଜିତେନ୍ଦ୍ରଙ୍କ ବାହାଘର ହେଉଥିଲା । ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିର ପରିସରରେ ବାହାଘର ହେଉଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହଠାତ୍‌ ବେଦୀରେ ପହଞ୍ଚିଥିଲେ ରମା । ଆଉ କହିଥିଲେ, ଜିତେନ୍ଦ୍ର ମୋର ପ୍ରଥମ ସ୍ୱାମୀ । ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ । ଆରୋପ ଓ ପ୍ରତ୍ୟାରୋପ ଚାଲିଲା । କହିବାକୁ ଗଲେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ଅଟକିଲା ବାହାଘର । ଖବର ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ୍‌ ବାହା ମଣ୍ଡପରେ ପହଞ୍ଚିଲା । ବେଦୀରୁ ଜିତେନ୍ଦ୍ର, ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା । ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ । 

Sponsored
bhubaneswar marriage case | Argus News