Gold jewellery loot / ମାଲିକଙ୍କୁ ବାଥରୁମରେ ବାନ୍ଧି ନେଇଗଲେ ସୁନା ଅଳଙ୍କାର ସହ ଟଙ୍କା ପଇସା
·2 years ago·1 min read

Key Points
ଭୁବନେଶ୍ୱରର ନନ୍ଦନକାନନ ଥାନା ଅଧୀନ ମାରୁତି ବିହାରରେ ଏକ ପରିବାର ଘରେ ସଶସ୍ତ୍ର ଡକାୟତିର ଶିକାର ହୋଇଛନ୍ତି। ରାତି ପ୍ରାୟ ୩ଟାରେ ୭ରୁ ୮ ଜଣ ଦୁର୍ବୃତ୍ତ ଘରେ ପଶି ପରିବାରର ସଦସ୍ୟଙ୍କ ହାତଗୋଡ଼ ବାନ୍ଧିବା ସହ ଧମକ ଦେଇଥିଲେ। ପରେ ଆଲମାରି ଭାଙ୍ଗି ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଲୁଟ ପରେ ପରିବାରକୁ ବାଥରୁମରେ ବନ୍ଦ କରି ଝରକା ତାଡ଼ି ଦୁର୍ବୃତ୍ତମାନେ ଫେରାର ହୋଇଥିବା ଅଭିଯୋଗ ହୋଇଛି।
ଅର୍ଗସ ବ୍ୟୁରୋ: ରାଜଧାନୀରେ ସଶସ୍ତ୍ର ଡକାୟାତି । ରାତି ଅଧରେ ଘରେ ପଶିଲେ, ପୂରା ପରିବାର ମୁଁହରେ ତକିଆ ଖୋଳ ଘୋଡାଇ ହାତଗୋଡ଼ ବାନ୍ଧି ଲୁଟି ଚମ୍ପଟ ମାରିଲେ । ନନ୍ଦନକାନନ ଥାନା ଅଧୀନରେ ଥିବା ମାରୁତି ବିହାରର ଏକ ଘରୁ ଗତକାଲି ଏଭଳି ଲୁଟ ହୋଇଛି ।
ଘର ମାଲିକ ରାକେଶ ଚାନ୍ଦ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ଶୋଇଥିବା ବେଳେ ରାତି ୩ଟାରେ କବାଟ ଭାଙ୍ଗି ଘରେ ପଶିଥିଲେ ୭ରୁ ୮ ଡକାୟତ ।
ଅଧିକ ପଢନ୍ତୁ ଅଡ଼ିଶା ଖବର
ସମସ୍ତଙ୍କ ହାତରେ ଥିଲା ଭୁଜାଲି ଓ ଧାରୁଆ ଅସ୍ତ୍ର । ଘରର ସମସ୍ତଙ୍କର ହାତ ଗୋଡ଼ ବାନ୍ଧି ଦେଇଥିଲେ । ଏହାପରେ ଆଲମାରି ଭାଙ୍ଗି ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲେ ।
ଏପରିକି ଘରେ କାହିଁକି ଟଙ୍କା ରଖିନାହଁ ବୋଲି ଗାଳି କରିବା ସହ ମୁଁହ ଖୋଲିଲେ ମାରି ଦେବାକୁ ଧମକ ଦେଇଥିଲେ । ଲୁଟ କରି ସାରିବା ପରେ ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆଙ୍କ ମୁଁହ ଗୋଡ଼ାଇ, ହାତ ଗୋଡ ବାନ୍ଧି ବାଥ ରୁମରେ ବନ୍ଦ କରି ଝରକା ତାଡି ଚାଲି ଯାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories