Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗନ୍ଧରେ ଫାଟି ପଡୁଛି ମେଡିକାଲ୍ ପରିବେଶ

Odisha

ଦୁର୍ଗନ୍ଧରେ ଫାଟି ପଡୁଛି ମେଡିକାଲ୍ ପରିବେଶ

Jitendra Dash
Browse all articles by Jitendra Dash
·2 years ago
ଦୁର୍ଗନ୍ଧରେ ଫାଟି ପଡୁଛି ମେଡିକାଲ୍ ପରିବେଶ

ଅର୍ଗସ ବ୍ୟୁରୋ : କ୍ୟାପିଟାଲ୍ ହସ୍ପିଟାଲରେ ପୁଣି ଅଳିଆ ଚିନ୍ତା । ଦୁର୍ଗନ୍ଧରେ ଫାଟି ପଡୁଛି ମେଡିକାଲ୍ ପରିବେଶ । ଶିଶୁବିଭାଗ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ । ମେଡିକାଲ ବାୟୋ ହଜାର୍ଡ ବା ଡ଼ାକ୍ତରଖାନା ଆବର୍ଜନା, ବାସୀ ଖାଦ୍ୟ ଭଳି ଯାବତୀୟ ଅଳିଆ ରାସ୍ତା ଉପରେ ପଡ଼ି ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହି ବାଟ ଦେଇ ଯିବାବେଳେ ଗନ୍ଧରେ ନାକ ଫାଟି ପଡୁଛି । ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପଟେ ଆବର୍ଜନା ଉଠାଇବାକୁ ଦାୟିତ୍ଵ ନେଇଥିବା ସଂସ୍ଥା କହିଛି, ଗାଡ଼ି ଆସିଛି ଜଲଦି ଅଳିଆ ଉଠିଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar medical dustbin issue | Argus News