Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଠା ଅଛି, ଡାକ୍ତର ନାହାନ୍ତି କି ଯନ୍ତ୍ରାଂଶ ନାହିଁ

Jitendra Dash
Browse all articles by Jitendra Dash
·2 years ago·2 min read
କୋଠା ଅଛି, ଡାକ୍ତର ନାହାନ୍ତି କି ଯନ୍ତ୍ରାଂଶ ନାହିଁ

ଅର୍ଗସ ବ୍ୟୁରୋ : ହୃଦଘାତରେ ହୃଦରୋଗ ବିଭାଗ  । ଏଠି କୋଠା ଅଛି, ଡାକ୍ତର ନାହାନ୍ତି କି ଯନ୍ତ୍ରାଂଶ ନାହିଁ । ୫-T ଡାକ୍ତରଖାନାରେ ଏମିତି ଚାଲିଛି ସ୍ବାସ୍ଥ୍ୟସେବା । ପୁରୁଣା ଭୁବନେଶ୍ବର ସ୍ଥିତ ବିଏମ୍‌ସି ହସ୍ପିଟାଲରେ  କାର୍ଯ୍ୟକ୍ଷମ ହୋଇପାରୁନି ହୃଦ୍‌ରୋଗ ବିଭାଗ । ୨୯ ଅଗଷ୍ଟ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନୂତନ ଗୃହର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହାପରେ ଗୋଟିଏ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇ ଶୁଭ ଦିଆଗଲା । କିନ୍ତୁ ଏପର୍ଯ୍ୟନ୍ତ ହୃଦ୍‌ରୋଗ ବିଭାଗ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । 

ହୃଦ୍‌ରୋଗ ବିଭାଗ ପାଇଁ ତିଆରି ହୋଇଥିବା କୋଠାରେ ପାଥୋଲୋଜି, ଅଣସଂକ୍ରମକ ରୋଗ ବିଭାଗ, ଚକ୍ଷୁ ବିଭାଗ, ଦନ୍ତ ବିଭାଗ, କର୍ଣ୍ଣ ନାସା ଗଳା ବିଭାଗ ଚାଲୁଛି । ଆଉ ହୃଦରୋଗୀ ଏଠାରୁ ଚିକିତ୍ସା ନ ପାଇ ଫେରୁଛନ୍ତି । ପ୍ରତିଦିନ ପୁରୁଣା ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ଶହ ଶହ ରୋଗି ଚିକିତ୍ସା ପାଇଁ ଆସୁଛନ୍ତି । ରାଜଧାନୀର ଜନସଂଖ୍ୟା ବଢ଼ୁଥିବା ବେଳେ ଏହି ହସ୍ପିଟାଲରୁ ଶଯ୍ୟା ସଂଖ୍ୟା କମୁଛି । ଏକଦା ଏଠାରେ ୧୦୮ ଶଯ୍ୟା ଥିଲା । ଏବେ ମାତ୍ର ୫୬ଟି ଶଯ୍ୟା ରହିଛି । ଅନେକ ବିଭାଗରେ ଡାକ୍ତର ନଥିବାରୁ ସେ ବିଭାଗ ସବୁ ବନ୍ଦ ପଡ଼ିଛି । ସେହିପରି ୪୧ଜଣ ଡାକ୍ତରଙ୍କ ସ୍ଥାନରେ ୧୪ ଜଣ ଡାକ୍ତର ରହିଛନ୍ତି । ତେଣୁ ଏଥିରୁ ସହଜରେ ଅନୁମେୟ ଏହି ହସ୍ପିଟାଲ କିଭଳି ଚାଲୁଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁରୁଣା ଭୁବନେଶ୍ବରର ବିଏମ୍‌ସି ହସ୍ପିଟାଟାଲ୍‌ ରାଜଧାନୀର ଦ୍ଵିତୀୟ ବଡ଼ ହସ୍ପିଟାଲ ହୋଇଥିବା ବେଳେ, ସେଠାରେ ଏଭଳି ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଧୂଆଁ ବାଣ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି । କେବଳ ଏ ଗୋଟିଏ ଡାକ୍ତରଖାନା ନୁହଁ, ରାଜ୍ୟରେ ଏମିତି ଅନେକ ଡାକ୍ତରଖାନା ଅଛି, ଯେଉଁଠି ବିଭାଗ ଅଛି ନା ଡାକ୍ତର ଅଛନ୍ତି ନା ଯନ୍ତ୍ରାଂଶ । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଲୋକେ ।

Sponsored
bhubaneswar medical treatment issues | Argus News