ନୂଆବର୍ଷ ରାତିରେ ରାଜଧାନୀରେ ବୁଲିଲା ଖଣ୍ଡା

ଅର୍ଗସ ବ୍ୟୁରୋ : ବର୍ଷ ଆରମ୍ଭରୁ ଦୁର୍ବୃତ୍ତଙ୍କ ଆତଙ୍କ । ନୂଆବର୍ଷ ରାତିରେ ରାଜଧାନୀରେ ବୁଲିଲା ଖଣ୍ଡା । ସୋମବାର ବିଳମ୍ବିତ ରାତିରେ ଯୁବକକୁ ଗୋଡେଇ ଗୋଡେଇ ହାଣିଲେ ଦୁବୃର୍ତ୍ତ । ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର ଅଞ୍ଚଳରେ । କଳିଙ୍ଗ ୟୁଥ କ୍ଲବରେ ଘଟିଛି ଘଟଣା । ୧୦ ରୁ ୧୫ ଜଣ ଯୁବକ ଆକ୍ରମଣରେ ଆହତ ହୋଇଛନ୍ତି । ସଂଗ୍ରାମ ସିଂ ନାମକ ଜଣେ ଯୁବକ ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଦୁଇ ଦୁଇଟା ଘଟଣା । ଲୁଟ୍ ପାଇଁ ବ୍ୟବସାୟୀଙ୍କ ତଣ୍ଟି କାଟିଛନ୍ତି ଲୁଟେରା । ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁ ଭିତରେ ଘଟିଛି ଘଟଣା । ଲୁଟେରାମାନେ ଶିବାନନ୍ଦ ବାରିକଙ୍କ ବେକ କାଟି ପ୍ରାୟ ୬ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ରାତି ପ୍ରାୟ ୩ଟା ବେଳେ ସେ ତାଙ୍କ ଛକରେ ଥିବା ଦୋକାନକୁ ଯିବା ପାଇଁ ବାହାରିଥିବା ବେଳେ ଗେଟ୍ ଆଗରୁ ଲୁଟେରା ଲୁଟି ନେଇଥିଲେ ଟଙ୍କା । ଲୁଟେରାଙ୍କୁ ବିରୋଧ କରିବାରୁ ତାଙ୍କ ବେକ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନୂଆବର୍ଷ ଆରମ୍ଭରୁ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା । ଏମାନଙ୍କୁ ଗିରଫ କରିବାରେ ସଫଳ ହେବ ତ କମିଶନରେଟ୍ ପୋଲିସ ?