Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

Jitendra Dash
Browse all articles by Jitendra Dash
·2 years ago
ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଅର୍ଗସ ବ୍ୟୁରୋ : ରାଜଧାନୀରେ ଚାଞ୍ଚଲ୍ୟ । ବିଲଡର ସଂସ୍ଥା ଅଫିସ୍‌ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ  । ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ମହିଳା ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳରେ । ପାରିବାରିକ ବିବାଦକୁ କେନ୍ଦ୍ରକରି ଘଟିଛି ଘଟଣା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ଅପରାହ୍ନରେ ନିଜ ପତ୍ନୀ କାମ କରୁଥିବା ବିଲଡର ସଂସ୍ଥା କାର୍ଯ୍ୟାଳୟରେ ଲୁଚେଇକି ମରଣାସ୍ତ୍ର ନେଇ ପଶିଥିଲେ ସ୍ୱାମୀ । ହଠାତ ଅକସ୍ମାତ ଭାବେ ନିଜ ସ୍ତ୍ରୀକୁ ଆକ୍ରମଣ କରି ଚାଲିଲେ । ମହିଳା ଜଣକ ଯେତେ କାକୁତି ମିନତୀ ହେଲେ ବି ଛାଡି ନ ଥିଲେ ସ୍ୱାମୀ । ପରେ ସିକ୍ୟୁରୁଟି ଗାର୍ଡ ଆକ୍ରମଣକାରୀଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar murder case | Argus News