Videos
|
Odisha

ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ସୂଚନା ଦେଲେ ଭୁବନେଶ୍ବର ଡିସିପି

Jitendra Dash
Browse all articles by Jitendra Dash
·2 years ago·1 min read
ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ସୂଚନା ଦେଲେ ଭୁବନେଶ୍ବର ଡିସିପି

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବାଲିଅନ୍ତାର ହୋଟେଲ ବ୍ୟବସାୟୀ ବିଶ୍ବଜିତ ନାୟକ ହତ୍ୟା ମାମଲା । ହତ୍ୟାକାରୀକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ମହିଳା କେୟାରଟେକର ସୁଙ୍କି । ସମ୍ପତ୍ତି ଲୋଭରେ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ଅଭିଯୁକ୍ତ ସୁଙ୍କି ପୂର୍ବରୁ ମଧ୍ୟ ଏକ ହତ୍ୟା ଘଟଣାରେ ୧୨ ବର୍ଷ ସଜା କାଟି ଜେଲ୍‌ରୁ ଫେରିଥିଲା । ୨୦୦୫ରେ ନିଜ ଯା'କୁ ହତ୍ୟା କରି ଜେଲ୍‌ ଯାଇଥିଲା ସୁଙ୍କି । 

ନିଜ ସ୍ବାମୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ଯା'କୁ ହତ୍ୟା କରିଥିଲା ସୁଙ୍କି । ୧୨ ବର୍ଷ ଜେଲରେ ରହିବା ପରେ ସୁଙ୍କି ପୁରୀର ଏକ ଆଶ୍ରମ  ରହୁଥିଲା । ସେହି ଆଶ୍ରମରେ ବିଶ୍ବଜିତଙ୍କ ମାଆ ରହୁଥିଲେ । ମାଆଙ୍କ ସେବାରେ ସୁଙ୍କି ସାହାଯ୍ୟ କରୁଥିବାରୁ ବିଶ୍ବଜିତଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ଗତ ୧୪ ତାରିଖରେ ବିଶ୍ବଜିତଙ୍କ ସହ ଝଗଡ଼ା ହୋଇଥିଲା ।.ଯାହା ପରେ ଉଗ୍ର ରୂପ ଧାରଣ କରିଥିଲା । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁଙ୍କି, ବିଶ୍ବଜିତଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ବିଶ୍ବଜିତଙ୍କ ମୃତ୍ୟୁ ପରେ ସୁଙ୍କି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ମାମଲାର ତଦନ୍ତ କରି ହତ୍ୟାକାରୀ ସୁଙ୍କିକୁ ଗିରଫ କରିଛି ପୋଲିସ । ସୁଙ୍କି ଦୋଷ ମାନିବା ସହ ହତ୍ୟାରେ ରକ୍ତ ଭିଜା କପଡ଼ା ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଛି ।

Sponsored
bhubaneswar murder case | Argus News