Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

New Township / କେତେ ଆଗେଇଲାଣି ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ? ସିଙ୍ଗାପୁର ସହ ନଗର ଉନ୍ନୟନ ବିଭାଗର ଆଲୋଚନା

Sushanta Sahoo
Browse all articles by Sushanta Sahoo
·6 months ago·2 min read
କେତେ ଆଗେଇଲାଣି ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ? ସିଙ୍ଗାପୁର ସହ ନଗର ଉନ୍ନୟନ ବିଭାଗର ଆଲୋଚନା
Singapore to Shape Bhubaneswar’s Future

Key Points

ଭୁବନେଶ୍ୱର ବିକାଶ ଯୋଜନା କ୍ଷେତ୍ର (ବିଡିପିଏ) ମଧ୍ୟରେ ଅବସ୍ଥିତ ଗୋଠପାଟଣା, ମଳିପଡ଼ା ଓ ଦାସପୁର ମୌଜା ଅଞ୍ଚଳକୁ ଆବର୍ତ୍ତିତ କରି ପ୍ରାୟ ୮୦୦ ଏକର ଜମିରେ ନୂତନ ସହର ବିକାଶ କରାଯିବ ।
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ମାଷ୍ଟର ପ୍ଲାନ ଖସଡ଼ାକୁ ଅନ୍ତିମ ରୂପ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଲୋଚନା କରିଛନ୍ତି । ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସିଙ୍ଗାପୁରର ସୁବର୍ଣ୍ଣ ଜୁରୋଙ୍ଗ ଇନ୍‌ଫ୍ରାଷ୍ଟ୍ରକ୍ଚର ପିଟିଇ ଲିମିଟେଡ୍ ପ୍ରତିନିଧିମାନଙ୍କ ସହ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି ।

ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (BDA)ର ଉପାଧ୍ୟକ୍ଷ ଚଞ୍ଚଳ ରଣା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶତୃଘ୍ନ କରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ୨୫ ଲକ୍ଷ ଚାଷ ଜମିରୁ ୧୯ ଲକ୍ଷ ମିଛ; ଚାଷ ନ କରି ଧାନ ବିକ୍ରି ପାଇଁ ପଞ୍ଜୀକରଣ

ବୈଠକରେ ବିଡିଏର ଉପାଧ୍ୟକ୍ଷ ଚଞ୍ଚଳ ରଣା ସୂଚନା ଦେଇଥିଲେ, ୧୭ ଜାନୁଆରୀ ୨୦୨୫ ତାରିଖରେ ଭାରତରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ ଓ ସୁବର୍ଣ୍ଣ ଜୁରୋଙ୍ଗ ଇନ୍‌ଫ୍ରାଷ୍ଟ୍ରକ୍ଚର ପିଟିଇ ଲିମିଟେଡ୍ ମଧ୍ୟରେ ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହରର ଯୋଜନା ଓ ବିକାଶ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

ବିସ୍ତୃତ ଆଲୋଚନା ପରେ ନୂତନ ସହର ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ସେବା କ୍ଷେତ୍ରର ଖସଡ଼ାକୁ ଅନ୍ତିମ ରୂପ ଦିଆଯାଇଛି । ଏହି ପ୍ରକଳ୍ପ ଅନୁସାରେ ଭୁବନେଶ୍ୱର ବିକାଶ ଯୋଜନା କ୍ଷେତ୍ର (ବିଡିପିଏ) ମଧ୍ୟରେ ଅବସ୍ଥିତ ଗୋଠପାଟଣା, ମଳିପଡ଼ା ଓ ଦାସପୁର ମୌଜା ଅଞ୍ଚଳକୁ ଆବର୍ତ୍ତିତ କରି ପ୍ରାୟ ୮୦୦ ଏକର ଜମିରେ ନୂତନ ସହର ବିକାଶ କରାଯିବ । ଏହି ପ୍ରସ୍ତାବକୁ ୧୦ ସେପ୍ଟେମ୍ବର ୨୦୨୫ ରେ ଆୟୋଜିତ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦନ ମିଳିଛି ।

ସମ୍ମତିକୃତ ସେବା କ୍ଷେତ୍ର ଅନୁଯାୟୀ ସୁବର୍ଣ୍ଣ ଜୁରୋଙ୍ଗ ଇନ୍‌ଫ୍ରାଷ୍ଟ୍ରକ୍ଚର ପିଟିଇ ଲିମିଟେଡ୍ ନୂତନ ସହର ମାଷ୍ଟର ପ୍ଲାନର ପ୍ରକଳ୍ପୀକରଣ କରି ସ୍ଵଳ୍ପ, ମଧ୍ୟମ ଓ ଦୀର୍ଘକାଳୀନ ପର୍ଯ୍ୟାୟରେ ପ୍ରାଥମିକତା ଆଧାରିତ ପ୍ରକଳ୍ପଗୁଡ଼ିକ ଚିହ୍ନଟ କରିବେ। ।

ଏଥିରେ ପ୍ରତ୍ୟେକ ପ୍ରକଳ୍ପର ଉଦ୍ଦେଶ୍ୟ, କାର୍ଯ୍ୟ କ୍ଷେତ୍ର, ସମୟସୀମା ଓ ଆଦର୍ଶ ନଗର ଆକୃତି ସ୍ପଷ୍ଟ କରାଯିବ । ଏହାସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ପାଇଁ ତାଙ୍କ ପକ୍ଷରୁ ପ୍ରାଯୁକ୍ତିକ ସହଯୋଗ ଯୋଗାଇ ଦିଆଯିବ ।

ଏଥିସହ ପଢ଼ନ୍ତୁ: ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ଏହି ସେବା କ୍ଷେତ୍ରରେ ସମସ୍ତ ନଗର ଆକୃତି ଢାଞ୍ଚା ଓ ମାର୍ଗ ନିର୍ଦ୍ଦେଶିକା ପ୍ରସ୍ତୁତି ମଧ୍ୟ ସାମିଲ ରହିଛି । ଯାହା ନୂତନ ସହରର ଭୌଗୋଳିକ ଓ ବିକାଶ ଗଠନକୁ ସ୍ପଷ୍ଟ କରିବ । ବିକାଶଯୋଗ୍ୟ ଅଞ୍ଚଳ, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଉତ୍ପରେକ ପ୍ରକଳ୍ପ, ସହର କେନ୍ଦ୍ର, ମୁଖ୍ୟ ବିକାଶ ଏବଂ ସାଧାରଣ ସାର୍ବଜନୀନ ସ୍ଥାନ ପାଇଁ ବିସ୍ତୃତ ଡିଜାଇନ୍ ନିର୍ଦ୍ଦେଶିକା ସହିତ ଜଙ୍ଗଲ ଓ ଅନ୍ୟାନ୍ୟ ଅଞ୍ଚଳ ପାଇଁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରାଯିବ ।

ବୈଠକରେ ଉଷା ପାଢ଼ୀ ବିଡିଏକୁ ସମସ୍ତ ହିତଧାରକଙ୍କ ସହ ଘନିଷ୍ଠ ସମନ୍ଵୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ଏହି ପ୍ରକଳ୍ପ ଭୁବନେଶ୍ୱରର ସୁସଂଯୋଜିତ, ସୁସ୍ଥିର ଓ ଭବିଷ୍ୟତମୁଖୀ ନଗର ଉନ୍ନୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
How Far Is Bhubaneswar’s New City Project? Singapore Talks Held | Argus News | Argus News