Satellite Survey / ୨୫ ଲକ୍ଷ ଚାଷ ଜମିରୁ ୧୯ ଲକ୍ଷ ମିଛ; ଚାଷ ନ କରି ଧାନ ବିକ୍ରି ପାଇଁ ପଞ୍ଜୀକରଣ
·8 months ago·2 min read

Key Points
୨୫ ଲକ୍ଷ ଚାଷ ଜମିରୁ ୧୯ ଲକ୍ଷ ମିଛ । ଇନପୁଟ୍ ସବସିଡି ଲୋଭରେ ଧାନ ବିକିବାକୁ ପଞ୍ଜିକରଣ କରିଛନ୍ତି କି ମିଛ ଚାଷୀ ? ତାକୁ ନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନବାଚୀ ।
ଭୁବନେଶ୍ଵର/କେନ୍ଦ୍ରାପଡ଼ା: ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଲେ ଫେକ୍ ଚାଷୀ । ୨୫ ଲକ୍ଷ ଚାଷ ଜମିରୁ ୧୯ ଲକ୍ଷ ମିଛ । ଇନପୁଟ୍ ସବସିଡି ଲୋଭରେ ଧାନ ବିକିବାକୁ ପଞ୍ଜିକରଣ କରିଛନ୍ତି କି ମିଛ ଚାଷୀ ? ତାକୁ ନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନବାଚୀ । ମିଛ ଚାଷୀଙ୍କୁ ସରକାର ଦେବେ କାରଣ ଦର୍ଶାଅ ନୋଟିସ୍ ।
ଚାଷ ହୋଇନି କିନ୍ତୁ ଧାନ ବିକ୍ରି କରିବାକୁ ହୋଇଛି ପଞ୍ଜୀକରଣ । କେଉଁଠି ପଡିଆ ତ ଆଉ କେଉଁ ପ୍ଲଟରେ ଜଳାଶୟ । ପୁଣି କେଉଁଠି ଚିଙ୍ଗୁଡ଼ି ଘେରି, ଘାସବଣ, ଅନାବାଦି ଆଉ ଟାଙ୍ଗରା ଭୂଇଁ । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅର୍ଗସ୍ ନ୍ୟୁଜ୍ ଗ୍ରାଉଣ୍ଡ ରିଅଲିଟିରୁ ଚେକ୍ରୁ ମିଳିଛି ସାଂଘାତିକ ସତ ।
୮୩ ହଜାର ୫୨୩ ଫେକ୍ ପ୍ଲଟ ବା ଧାନ ଚାଷ ହୋଇ ନଥିବା ଜମି ଚିହ୍ନଟ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୧ ଲକ୍ଷ ୨୪ ହଜାର ୬୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୫ ହଜାର ୯୨ ଜଣ ଚାଷୀ ନାଁ ପଞ୍ଜୀକରଣ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ଗଞ୍ଜାମ ଜିଲ୍ଲାରେ ୨ ଲକ୍ଷ ୩୩ ହଜାର ୪୩୮ ସନ୍ଦିଗ୍ଧ ପ୍ଲଟ୍ ଥିବା ରିପୋର୍ଟ ହୋଇଛି । ଗ୍ରାଉଣ୍ଡ ଯାଞ୍ଚ ପରେ ୧ ଲକ୍ଷ ୬୫ ହଜାର ୪୯୬ ପ୍ଲଟରେ ଧାନ ଚାଷ ହୋଇ ନ ଥିବା ଜଣାପଡ଼ିଛି ।
କେବଳ କେନ୍ଦ୍ରାପଡ଼ା କି ଗଞ୍ଜାମ ନୁହେଁ । ସାରା ରାଜ୍ୟରୁ ସାମ୍ନାକୁ ଆସିଛି ଆଖି ଖୋସି ହୋଇଗଲା ଭଳି ଚିତ୍ର । ରାଜ୍ୟରେ ଧାନ ଚାଷ ହୋଇ ନଥିବା ଏଭଳି ୧୯ ଲକ୍ଷ ଫେକ୍ ପ୍ଲଟ୍ ଧରିଛି ସାଟେଲାଇଟ ସର୍ଭେ ।
ସମବାୟ ବିଭାଗ ତଥ୍ୟ ଅନୁସାରେ, ଧାନ ବିକ୍ରି ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ପଞ୍ଜୀକୃତ ହୋଇଥିବା ବେଳେ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର ସାଟେଲାଇଟ ସର୍ଭେ ଶେଷ ହୋଇଛି ।
ଏଥିସହ ପଢ଼ନ୍ତୁ: ଟ୍ରାଫିକ୍ରେ ଅମାନିଆ 'ଆମ ବସ୍'; ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା
ସେଥିରୁ ୫ ଲକ୍ଷ ୪୬ ହଜାର ୫୯୧ଟି ପ୍ଲଟରେ ଧାନ ଚାଷ ହୋଇଛି । ଆଉ ବାକି ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡ଼ିଛି । ମିଛ ଧାନ ଚାଷ ନେଇ ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ସବୁ ଉପନିର୍ଦ୍ଦେଶକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ସାଟେଲାଇଟ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି କହିଛି, ପଞ୍ଜୀକରଣ ବେଳେ ସରକାର କେମିତି ଜାଣିପାରିଲେ ନାହିଁ । ଧାନ ନ କିଣି ସରକାର ସାଟେଲାଇଟ ସର୍ଭେ ନାଁରେ ଫନ୍ଦି କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଜବାବରେ ବିଜେପି କହିଛି, ସ୍ଵଚ୍ଛତା ପାଇଁ ସାଟେଲାଇଟ୍ ସର୍ଭେ ହେଉଛି । ପ୍ରକୃତ ଚାଷୀ କେହି ଧାନ ବିକ୍ରି ପ୍ରକିୟାରୁ ବାଦ୍ ପଡ଼ିବେନି ।

ଜାଲ ଚାଷ ଜମିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅସଲ ଚାଷୀ । ହେଲେ ଏଠି ପ୍ରଶ୍ନ ଉଠୁଛି, ପଞ୍ଜୀକରଣ ବେଳେ କେମିତି ଧରା ପଡୁନାହାନ୍ତି ଜାଲ ଚାଷୀ ? ଧାନ ଚାଷ ହୋଇନଥିବା ଜମିକୁ ଚାଷ ଜମି ଦର୍ଶାଇ ପଞ୍ଜୀକରଣ କରୁଥିବା ଜାଲ ଚାଷୀ ମାନେ କିଏ ? ଆଉ ସାଟେଲାଇଟ ସର୍ଭେର ତଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି ତ ?
Related Topics
Explore more stories