ଏଣିକି ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା', ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା
·2 years ago

ଅର୍ଗସ ବ୍ୟୁରୋ : ଏନ୍ଏଚ୍ ରେ ରାତିରେ ମିଳିବ ମାଗଣା ଚା । ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା । ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବ । ସରକାରଙ୍କ ତରଫରୁ ମାଗଣା ଚା ଦିଆଯିବ । ରାସ୍ତାକଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ ଡ଼୍ରାଇଭର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖାଲି ସେତିକି ନୁହେଁ, ଏହି ହୋଟେଲ ଏବଂ ଢାବାରେ ଡ୍ରାଇଭରମାନେ ଚା’ ପିଇବା ସହିତ ବିଶ୍ରାମ ମଧ୍ୟ ନେଇପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଭାରିଯାନ ଚାଳକମାନେ ଅନିଦ୍ରା ରହିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ । ତେଣୁ ଦୁର୍ଘଟଣା ସମସ୍ୟାକୁ ଏଡାଇବାକୁ ଯାଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: