Apartment Death / ଆପାର୍ଟମେଣ୍ଟରୁ ମୃତଦେହ ମିଳିବା ଘଟଣାରେ ଟ୍ଵିଷ୍ଟ; ପ୍ରେମିକା ଏକୁଟିଆ ଥିବାରୁ ଭେଟିବାକୁ ଆସିଥିଲା ପ୍ରେମିକ
·1 hour ago·2 min read

Key Points
ଫ୍ଲାଟ୍ରେ ଏକାକୀ ଥିଲା ପ୍ରେମିକା । ଦେଖା କରିବାକୁ ଆସିଥିଲା ପ୍ରେମିକ । ଠିକ୍ ସେତିକି ବେଳେ ଘରେ ପହଞ୍ଚିଗଲେ ପ୍ରେମିକାଙ୍କ ମାଆ । ଆଉ ନିଜକୁ ଲୁଚାଇବାକୁ ଯାଇ ପ୍ରେମିକ ୧୦ ମହଲା କୋଠା ଉପରେ ପାଇପ୍ରେ ଲାଖି ରହିଲା । ଆଉ ତଳେ ପଡ଼ି ଚାଲିଗଲା ଜୀବନ ।
ଭୁବନେଶ୍ଵର: ହତ୍ୟା ନୁହେଁ ଅଘଟଣ । ନୀଳାଦ୍ରି ବିହାର ସ୍ଥିତ ଏକ ଆପାର୍ଟମେଣ୍ଟରେ ଯୁବକଙ୍କୁ ହତ୍ୟା କରାଯାଇନାହିଁ । ବରଂ ଅଘଟଣ ଅଘଟଣ ଘଟିଛି । ପ୍ରାଥମିକ ଯାଞ୍ଚ ପରେ ଏଭଳି ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା ।
ଭୁବନେଶ୍ଵର ଡିସିପି ଜଗମୋହନ ମୀନାଙ୍କ ଅନୁସାରେ, "ପ୍ରେମିକାକୁ ଦେଖା କରିବାକୁ ଆପାର୍ଟମେଣ୍ଟକୁ ଆସିଥିଲେ ନାବାଳକ ଜଣଙ୍କ । ପ୍ରେମିକା ଜଣଙ୍କ ଘରେ ଏକାକୀ ଥିବାବେଳେ ଆସିଥିଲେ । ସେହି ସମୟରେ ପ୍ରେମିକାଙ୍କ ମାଆ ଆସିଯିବାରୁ ନାବାଳକ ଜଣଙ୍କ ଯାଇ ବାଥରୁମ୍ରେ ଲୁଚିଥିଲେ ।"
ଏଥିସହ ପଢ଼ନ୍ତୁ: ଯୁବକଙ୍କୁ ହତ୍ୟା ପରେ ଫ୍ଲାଟ୍ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
ପରେ ବାଥରୁମ୍ ଦେଇ ବାହାର ପାର୍ଶ୍ଵ ଡକ୍ରେ ରହିଥିବା ବାଥରୁମ୍ ପାଇପ୍ରେ ୧୦ ମହଲା ଉପରେ ଝୁଲି ରହିଥିଲେ । ଦୁର୍ଭାଗ୍ୟବଶତଃ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ । ନାବାଳକ ଖସି ତଳେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବ୍ୟାଗ୍ ଆପାର୍ଟମେଣ୍ଟର ୧୦ମ ମହଲାରେ ଝୁଲୁଥିବା ଦେଖିବାକୁ ମିଳିଛି ।
ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ରଫାନ ଖୁର୍ସିଦ । ସେ ଏବଂ ତାଙ୍କ ପ୍ରେମିକା ପଟିଆର ଏକ ଘରୋଇ ସ୍କୁଲ୍ରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ । ଭୁବନେଶ୍ଵର ଡିସିପିଙ୍କ ଅନୁସାରେ, ନାବାଳକ ଜଣଙ୍କ ପ୍ରାୟ ଦିନ ସାଢ଼େ ୧୦ଟାରେ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ସେତେବେଳେ ସିସିଟିଭି ଅଚଳ ରହିଥିଲା ।
ମୃତ ନାବାଳକ ରଫାନ ଖୁର୍ସିଦଙ୍କ ବାପା ବାପା ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରନ୍ତି । ପୋଲିସ ରଫାନ ଖୁର୍ସିଦଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭିର ଯାଞ୍ଚ କରୁଛି ପୋଲିସ ।
ଏଥିସହ ପୋଲିସ ପ୍ରେମିକାର ପରିବାର ଲୋକଙ୍କୁ ପଚରାଉଚରା କରିଛି । ସମସ୍ତ ଦିଗରୁ ଏହା ଏକ ଅଘଟଣ ଭଳି ଲାଗୁଥିବା କହିଛନ୍ତି ଡିସିପି ଜଗମୋହନ ମୀନା । ତଥାପି ପୋଲିସ ହତ୍ୟା ନା ଅଘଟଣ ଉଭୟ ଦିଗକୁ ରଖି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ମାତିଛନ୍ତି ଲୁଟେରା; ସ୍ପିଡ଼ ବାଇକରେ ଆସି ଝାମ୍ପି ନେଲେ
ପ୍ରଥମେ ଖବର ଆସିଥିଲା, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ସ୍ଥିତ ଏକ ଆପାର୍ଟମେଣ୍ଟ ପରିସରରୁ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି । କେହି ଫ୍ଲାଟ୍ ଉପରୁ ମାରି ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଇଥିଲା । ଏବେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଅଘଟଣ ବୋଲି ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories