No Limit Hookah Bar / 'ନୋ ଲିମିଟ୍'ରେ ଚାଲୁଥିଲା ବେଆଇନ କାରବାର, ତଦନ୍ତ ନିର୍ଦ୍ଦେଶ ଦେଲେ କମିଶନର
·9 months ago·2 min read

Key Points
ନୋ ଲିମିଟ୍ ହୁକା ବାର ପାଇଁ ବଢିଲା ଅଡ଼ୁଆ
ନୋ ଲିମିଟରେ ଚାଲୁଥିବା ବେଆଇନ କାରବାରର ତଦନ୍ତ ପାଇଁ ନିର୍ଦ୍ଦେଶ
ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଅବକାରୀ କମିଶନର

ନୋ ଲିମିଟ ହୁକା ବାର ପାଇଁ ବଢିଲା ଅଡ଼ୁଆ । ନୋ ଲିମିଟରେ ଚାଲୁଥିବା ବେଆଇନ କାରବାରର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଅବକାରୀ କମିଶନର ପି. ଅନ୍ଵେଶା ରେଡ୍ଡୀ । ଏହି ନିର୍ଦ୍ଦେଶ ଅନୁସାରେ ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ସୁପରିଟେଣ୍ଡଣ୍ଟ ଓ ଭୁବନେଶ୍ଵରର ଏକ୍ସାଇଜ ସୁପରିଟେଣ୍ଡେଣ୍ଟଙ୍କୁ ଯଥାଶୀଘ୍ର ତଦନ୍ତ ସାରି କମିଶନରଙ୍କ ନିକଟରେ ଏହି ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି ।
ନୋ ଲିମିଟ୍ ତଳେ ଥିବା ହୋଟେଲ ଲିଭିଙ୍ଗ୍ ପାରାଡାଇଜ୍ ସହ ସ୍ଥାନୀୟ ଲୋକଙ୍କର ବୟାନ ରେକର୍ଡ କରାଯିବ । CCTV ଯାଞ୍ଚ ସହ ନୋ ଲିମିଟ୍ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ନେଇ ତଦନ୍ତ କରିବେ ତଦନ୍ତକାରୀ ଅଧିକାରୀ । ଅନ୍ୟପଟେ ଅବକାରୀ ନିୟମ ଉଲଙ୍ଘନର କୌଣସି ପ୍ରମାଣ ମିଳିଲେ କଡ଼ା ଆକ୍ସନ୍ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବରର ଅବକାରୀ ସୁପରିଟେଣ୍ଡ ଦେବେନ୍ଦ୍ର ପଟେଲ ।
ଗୋଆ ହରର୍ ପରେ ଶୁକ୍ରବାର ଥରହର ହେଲା ଭୁବନେଶ୍ୱର । ଅଗ୍ନିକାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ 'ନୋ ଲିମିଟ ଏୟାର' ଶୁକ୍ରବାର ସକାଳ ପ୍ରାୟ ୮ ଟା ୩୦ ରେ ଜଳୁଥିବା ଦେଖି ଅଗ୍ନିଶମ ବିଭାଗର ୫ଟି ଟିମ୍ ପହଁଛି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଅଭିଯୋଗ ଅନୁସାରେ, ବିନା ଅବକାରୀ ଲାଇସେନ୍ସରେ ଚାଲିଥିଲା ମଦର ଆସର ।

ଅଧିକ ପଢ଼ନ୍ତୁ: 'ବିକଶିତ ଭାରତ ପାଇଁ 'ପୂର୍ବୋଦୟ' ହେଉଛି ଅଭିବୃଦ୍ଧିର ଇଞ୍ଜିନ'
ଗୋଆ ହରର୍ ପରେ ଶୁକ୍ରବାର ଥରହର ହେଲା ଭୁବନେଶ୍ୱର । ଅଗ୍ନିକାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ 'ନୋ ଲିମିଟ ଏୟାର' ଶୁକ୍ରବାର ସକାଳ ପ୍ରାୟ ୮ ଟା ୩୦ ରେ ଜଳୁଥିବା ଦେଖି ଅଗ୍ନିଶମ ବିଭାଗର ୫ଟି ଟିମ୍ ପହଁଛି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଅଭିଯୋଗ ଅନୁସାରେ, ବିନା ଅବକାରୀ ଲାଇସେନ୍ସରେ ଚାଲିଥିଲା ମଦର ଆସର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଶା ଚଢ଼ିବା ପରେ ରୁଫ ଟଫରେ ମିଳୁଥିଲା ହୁକା । DJର ତାଳେ ତାଳେ ନିୟମ କାନୁନର ଧଜିଆ ଉଡ଼ାଉଥିଲେ ନୋ ଲିମିଟକୁ ଆସୁଥିବା ଯୁବପୀଢ଼ି। କର୍ତ୍ତୃପକ୍ଷଙ୍କର ନା ଥିଲା ପୋଲିସକୁ ଭୟ, ନା ଥିଲା ଅବକାରୀ ବିଭାଗକୁ ଖାତିର । ରେଷ୍ଟୁରାଣ୍ଟ ନାଁରେ ରାତିତମାମ ରାଜଧାନୀରେ ଚାଲୁଥିଲା ତାମ୍ସା ।
ଲାଇସେନ୍ସ ନଥିଲା କିନ୍ତୁ ପଡ଼ିଥିଲା ପୁଳା ପୁଳା ମଦ ବୋତଲ । ଅଭିଯୋଗ ହେଉଛି, ରାଜମହଲରେ ଥିବା 'ନୋ ଲିମିଟ୍' ବ୍ରାଞ୍ଚରୁ ସେଠାକୁ ସପ୍ଲାଏ ହେଉଥିଲା ମଦ । ବ୍ୟାଚଲର୍ ପାର୍ଟି, ବାର୍ଥ ଡେ' ପାର୍ଟି ହେଲେ ନିଶା ଖାଇ ନାକେଦମ କରୁଥିଲେ ନିଶାଡ଼ି । କିଛି ମାସ ତଳେ ମଧ୍ୟ ଠିକ ସେହି ସ୍ଥାନରେ ବିଳମ୍ବିତ ରାତିରେ ଯୁବକଙ୍କୁ ହୋଇଥିଲା ଛୁରାମାଡ଼ । ସବୁଦେଖି ମଧ୍ୟ ନିଦାବିଷ୍ଣୁ ପାଲଟିଥିଲା ପୋଲିସ । କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ: ଲିମିଟ୍ କ୍ରସ କରି ଛାତି ଥରାଉଥିଲା 'ନୋ ଲିମିଟ୍'
ଲାଇସେନ୍ସ ନଥିଲା କିନ୍ତୁ ପଡ଼ିଥିଲା ପୁଳା ପୁଳା ମଦ ବୋତଲ । ଅଭିଯୋଗ ହେଉଛି, ରାଜମହଲରେ ଥିବା 'ନୋ ଲିମିଟ୍' ବ୍ରାଞ୍ଚରୁ ସେଠାକୁ ସପ୍ଲାଏ ହେଉଥିଲା ମଦ । ବ୍ୟାଚଲର୍ ପାର୍ଟି, ବାର୍ଥ ଡେ' ପାର୍ଟି ହେଲେ ନିଶା ଖାଇ ନାକେଦମ କରୁଥିଲେ ନିଶାଡ଼ି । କିଛି ମାସ ତଳେ ମଧ୍ୟ ଠିକ ସେହି ସ୍ଥାନରେ ବିଳମ୍ବିତ ରାତିରେ ଯୁବକଙ୍କୁ ହୋଇଥିଲା ଛୁରାମାଡ଼ । ସବୁଦେଖି ମଧ୍ୟ ନିଦାବିଷ୍ଣୁ ପାଲଟିଥିଲା ପୋଲିସ । କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ଅବକାରୀ ବିଭାଗ ।
Related Topics
Explore more stories