Driver Protest Turns Violent / ଅନଲାଇନ୍ ଗାଡ଼ି ଚାଳକଙ୍କ ଆନ୍ଦୋଳନ ବେଳେ ହିଂସା; ପୋଲିସ ଆପଣାଇଲା କଡ଼ା ଆଭିମୁଖ୍ୟ
·40 mins ago·2 min read

Key Points
ପୋଲିସ ନିଜ ଆଡ଼ୁ ଆନ୍ଦୋଳନକାରୀଙ୍କ ବିରୋଧରେ ଏତଲା ଦେବ । ଲୋକେ ଚାହିଁଲେ ମଧ୍ୟ ଅଭିଯୋଗ କରିପାରିବେ । ସେହି ଅନୁସାରେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ଵର ଡିସିପି ଜଗମୋହନ ମୀନା କହିଛନ୍ତି ।
ଭୁବନେଶ୍ଵର: ଚଳିବନି ଅନଲାଇନ୍ ଗାଡ଼ି ମାଲିକଙ୍କ ଦାଦାଗିରି । ଯେମିତି ସେମାନେ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି । ଠିକ୍ ସେମିତି ସେମାନଙ୍କ ଗାଡ଼ିକୁ ପୋଲିସ ଜବତ କରିବ । ଆନ୍ଦୋଳନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ଅନଲାଇନ୍ ଗାଡ଼ି ଚାଳକଙ୍କ ଆନ୍ଦୋଳନ ବେଳେ ହିଂସାକୁ ନେଇ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭୁବନେଶ୍ଵର ଡିସିପି ।
ଭୁବନେଶ୍ଵର ଡିସିପି ଜଗମୋହନ ମୀନା କହିଛନ୍ତି, "ବହୁ ଦିନରୁ ଅନଲାଇନ୍ ଗାଡ଼ି ଚାଳକ ଅବୈଧ କାର୍ଯ୍ୟରେ ସାମିଲ୍ ଅଛନ୍ତି । ଆଗରୁ କ୍ଯାପିଟାଲ୍ ହସ୍ପିଟାଲ୍ରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରିଛନ୍ତି । ବିମାନବନ୍ଦରରେ ସମାନ କାର୍ଯ୍ୟ କରିଥିଲେ । ଯାତ୍ରୀଙ୍କ ସହ ଝଗଡ଼ା ହେଲେ ୨୫ରୁ ୩୦ ଗୁଣ୍ଡାଙ୍କୁ ଡାକି ଆକ୍ରମଣ କରୁଛନ୍ତି ।"
ଏଥିସହ ପଢ଼ନ୍ତୁ: ମାଷ୍ଟରକ୍ୟାଣ୍ଟିନରେ ଢେଲା ପଥର ମାଡ଼, ଲାଠି ଚାର୍ଜ; ଆମ ବସ୍ ଭଙ୍ଗାରୁଜା କଲେ ଅନଲାଇନ୍ ଅଟୋ ଚାଳକ
ଆଜି ମଧ୍ୟ ମାଷ୍ଟରକ୍ୟାଣ୍ଟିନରେ ସେଭଳି କାର୍ଯ୍ୟ କଲେ । ଗୋଟାଏ ଘଣ୍ଟା ଧରି ପୋଲିସ ଅନୁରୋଧ କରିଥିଲା, ଲୋୟର ପିଏମ୍ଜିରେ ଆନ୍ଦୋଳନ କରନ୍ତୁ । ଜବରଦସ୍ତି ଉଠାଇ ନେବାବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ୫୦ରୁ ଅଧିକ ଜଣଙ୍କୁ ଅଟକ ରଖିଛୁ, ଗିରଫ କରାଯିବ ।
ଆନ୍ଦୋଳକାରୀଙ୍କ ଢେଲା ପଥର ମାଡ଼ରେ କ୍ୟାପିଟାଲ୍ ଥାନା ଆଇଆଇସି ଆହତ ହୋଇଛନ୍ତି । ଅନ୍ୟ ପୋଲିସଙ୍କ ମୁଣ୍ଡରେ ଆଘାତ ଲାଗିଛି । ଆମ ବସ୍ ସହ ପୋଲିସ ଭଙ୍ଗାରୁଜା କରିଛନ୍ତି । ଲୋୟର୍ ପିଏମ୍ଜିରେ ଆନ୍ଦୋଳନକାରୀ ରଖିଥିବା ଗାଡ଼ିକୁ ନୋଟ୍ କରିଛୁ । ସମସ୍ତ ଗାଡ଼ି ଜବତ କରାଯିବ ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ।
ସାଧାରଣ ଲୋକଙ୍କୁ ମଧ୍ୟ ଅନଲାଇନ୍ ଗାଡ଼ି ଚାଳକ ହଇରାଣ କରୁଛନ୍ତି । ପୋଲିସ ନିଜ ଆଡ଼ୁ ଆନ୍ଦୋଳନକାରୀଙ୍କ ବିରୋଧରେ ଏତଲା ଦେବ । ଲୋକେ ଚାହିଁଲେ ମଧ୍ୟ ଅଭିଯୋଗ କରିପାରିବେ । ସେହି ଅନୁସାରେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ଵର ଡିସିପି ଜଗମୋହନ ମୀନା କହିଛନ୍ତି ।
ଢେଲା ପଥର ମାଡ଼, ଲାଠି ଚାର୍ଜ
ମାଷ୍ଟର କ୍ୟାଣ୍ଟିନରେ ମୁହାମୁହିଁ ଅନଲାଇନ୍ ଗାଡ଼ି ଚାଳକ-ପୋଲିସ । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଷ୍ଟିଅରିଂ ଛାଡ଼ି ରାଜରାସ୍ତାରେ ବସିଛନ୍ତି ଆନ୍ଦୋଳନକାରୀ । ଯେଉଁଥିପାଇଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ରେମିକ ଘର ଆଗରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ, ଚାଲିଗଲା ଜୀବନ
ମାଷ୍ଟରକ୍ୟାଣ୍ଟିନ ଓ ଲୋୟର ପିଏମ୍ଜିରେ ଅନଲାଇନ୍ ଚାଳକଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଛନ୍ତି । ଆନ୍ଦୋଳନକାରୀ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି । ଆନ୍ଦୋଳନକାରୀ କ୍ରୁଟ୍ର ଆମ ବସ୍ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ରାମ ମନ୍ଦିର-ବାଣୀ ବିହାର ରାସ୍ତାରେ ଏକାଧିକ ଆମ ବସ୍ ଅଟକି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories