Bhubaneswar Open Drains / ଆସୁଛି ବର୍ଷା, ଡରାଉଛି ମୁକୁଳା ଡ୍ରେନ୍...୧୧ ବର୍ଷରେ ଗଲାଣି ୭ ମୁଣ୍ଡ
·2 hours ago·2 min read

Key Points
ମୁକୁଳା ଡ୍ରେନରେ କେବେ ପଡ଼ିବ ଢାଙ୍କୁଣି ?
ଜୁନ୍ ୧୦ ତାରିଖ ଡେଡ୍ଲାଇନ୍
କାମ ସରିବ ନା ପୁଣି କୌଣସି ଅଘଟଣକୁ ଅପେକ୍ଷା ?
ଜୁନ୍ ୧୦ ତାରିଖ ଡେଡ୍ଲାଇନ୍
କାମ ସରିବ ନା ପୁଣି କୌଣସି ଅଘଟଣକୁ ଅପେକ୍ଷା ?
ଆଉ କିଛି ଦିନ ପରେ ଓଡ଼ିଶା ଛୁଇଁବ ମୌସୁମୀ । ଆଉ ବର୍ଷା ଆସିଲେ ରାଜଧାନୀରେ ଚିନ୍ତାରେ ପକାଏ ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନରେ ଢାଙ୍କୁଣି ପକାଇବାକୁ ଜୁନ୍ ୧୦ ତାରିଖ ଡେଡ୍ଲାଇନ୍ ରହିଛି ।
ଜୁନ୍ ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ଓଡ଼ିଶା ମାଟି ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆକାଶରେ କଳାହାଣ୍ଡିଆ ମେଘ ଜମିବ, ଆଉ ଆରମ୍ଭ ହୋଇଯିବ ଲଗାଣ ବର୍ଷା । ସବୁ ବର୍ଷ ଭଳି ସ୍ମାର୍ଟ ସିଟିର ଚକାଚକ୍ ରାସ୍ତା ସନ୍ତରଣ ଗାଡ଼ିଆ ପାଲଟିବ । ହେଲେ ପାଣି ଜମିବା ଠାରୁ ବଡ଼ ଦୁଶ୍ଚିନ୍ତା ହେଉଛି- ପାଦ ତଳର ସେହି ଅଦୃଶ୍ୟ କାଳ । ଗଦାଗଡ଼ ହେଉ କି ଚୂଡ଼ଙ୍ଗ ବିହାର, ଜୟଦେବ ବିହାର ହେଉ କି ଶତାବ୍ଦୀ ନଗର । ମାଳିସାହି ହେଉ କି ସାଲିଆ ସାହି । ସବୁଠି ଶବ ସାଉଁଟିବାର ଭୟଙ୍କର ଇତିହାସ ।
୨୦୧୫ ରୁ ୨୦୨୬ । ତନ୍ମୟ ସାହୁଙ୍କଠାରୁ ଆରମ୍ଭ କରି ସିନୁମୁକ ଗାଗାରାଇ ଯାଏଁ, ଦୀର୍ଘ ୧୧ ବର୍ଷରେ ଗଲାଣି ୭ଟି ନିଷ୍ପାପ ଜୀବନ । ପ୍ରତ୍ୟେକ ଥର ଅଘଟଣ ଘଟିବା ପରେ ବିଏମସି ତତ୍ପର ହେଉଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପରମ୍ ।
ପୂର୍ବ ବିଜେଡି ସରକାରର ଅପାରଗତା ହେଉ ଅବା 'ମାଷ୍ଟର ପ୍ଲାନ୍' ନାଁରେ ବିଏମସିର ଫମ୍ପା ପ୍ରତିଶ୍ରୁତି । ସ୍ମାର୍ଟ ସିଟିର ଜନତାଙ୍କୁ ମିଳିଛି କେବଳ ଧୋକ୍କା । ପ୍ରତିବର୍ଷ ଡ୍ରେନରେ ପଡ଼ି ଯାଉଛି ଅନେକ ମୂଲ୍ୟବାନ ଜୀବନ । ଏବେ ବି ଅନେକ ସ୍ଥାନରେ ଆଁ କରିଛି ମୁକୁଳା ଡ୍ରେନ୍ ।
ସେପଟେ ବିଏମସି ଆଗୁଆ ପ୍ରସ୍ତୁତି ଚଳାଇଥିବା ବେଳେ ଆସନ୍ତା ଜୁନ୍ ୧୦ ତାରିଖ ମଧ୍ୟରେ ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପଡିଯିବ । ଯେଉଁଠି ରୋଡ୍ କଟିଂ ହୋଇଛି ବିଏମ୍ସି ପକ୍ଷରୁ ୩ଟି ଟେଣ୍ଡର କରାଯାଇ କାମ ସାରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ ।
ପ୍ରଶ୍ନ , କାମ ସମୟସୀମା ଭିତରେ ସରିବ ତ ? ନା ଡେଡ୍ଲାଇନ୍ ପାର୍ ହେବା ପରେ ପୁଣି କୌଣସି ଅଘଟଣର ଅପେକ୍ଷା କରାଯିବ ? ସ୍ମାର୍ଟସିଟିବାସୀଙ୍କ ଏହି ଜୀବନ ମରଣର ସମସ୍ୟାକୁ ବିଏମସି କେବେ ସମ୍ବେଦନଶୀଳତାର ସହ ନେଉଛି, ତାହା ଆଗାମୀ ଦିନରେ ଜଣାପଡିବ ।

ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇଦେଲା ସୁଭଦ୍ରା ଯୋଜନା, ୧୫ ହଜାର ଟଙ୍କାରେ ଦୈନିକ ୩ ଶହ ରୋଜଗାର
ପୂର୍ବ ବିଜେଡି ସରକାରର ଅପାରଗତା ହେଉ ଅବା 'ମାଷ୍ଟର ପ୍ଲାନ୍' ନାଁରେ ବିଏମସିର ଫମ୍ପା ପ୍ରତିଶ୍ରୁତି । ସ୍ମାର୍ଟ ସିଟିର ଜନତାଙ୍କୁ ମିଳିଛି କେବଳ ଧୋକ୍କା । ପ୍ରତିବର୍ଷ ଡ୍ରେନରେ ପଡ଼ି ଯାଉଛି ଅନେକ ମୂଲ୍ୟବାନ ଜୀବନ । ଏବେ ବି ଅନେକ ସ୍ଥାନରେ ଆଁ କରିଛି ମୁକୁଳା ଡ୍ରେନ୍ ।
ସେପଟେ ବିଏମସି ଆଗୁଆ ପ୍ରସ୍ତୁତି ଚଳାଇଥିବା ବେଳେ ଆସନ୍ତା ଜୁନ୍ ୧୦ ତାରିଖ ମଧ୍ୟରେ ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପଡିଯିବ । ଯେଉଁଠି ରୋଡ୍ କଟିଂ ହୋଇଛି ବିଏମ୍ସି ପକ୍ଷରୁ ୩ଟି ଟେଣ୍ଡର କରାଯାଇ କାମ ସାରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ ।
ପ୍ରଶ୍ନ , କାମ ସମୟସୀମା ଭିତରେ ସରିବ ତ ? ନା ଡେଡ୍ଲାଇନ୍ ପାର୍ ହେବା ପରେ ପୁଣି କୌଣସି ଅଘଟଣର ଅପେକ୍ଷା କରାଯିବ ? ସ୍ମାର୍ଟସିଟିବାସୀଙ୍କ ଏହି ଜୀବନ ମରଣର ସମସ୍ୟାକୁ ବିଏମସି କେବେ ସମ୍ବେଦନଶୀଳତାର ସହ ନେଉଛି, ତାହା ଆଗାମୀ ଦିନରେ ଜଣାପଡିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories