Fuel Limit Imposed / ବିପୁଳ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଉପରେ କଟକଣା
·6 days ago·2 min read

Key Points
ଦେଶରେ ତୈଳ ଅଭାବ ନଥିବା ବେଳେ ନିରବଚ୍ଛିନ୍ନ ଯୋଗାଣ ଜାରି ରହିଛି । ଏହାରି ଭିତରେ ପେଟ୍ରୋଲ୍ ପମ୍ପ ଗୁ଼ଡ଼ିକ ବିପୁଳ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଉପରେ କଟକଣା ଲଗାଇଛନ୍ତି ।
ଭୁବନେଶ୍ଵର: ମଧ୍ୟପ୍ରାଚ୍ୟ ଯୁଦ୍ଧ, ହର୍ମୁଜ୍ ଅବରୋଧ ଭିତରେ ଭାରତରେ ତୈଳ ସଂକଟ ନାହିଁ । ଦେଶରେ ତୈଳ ଅଭାବ ନଥିବା ବେଳେ ନିରବଚ୍ଛିନ୍ନ ଯୋଗାଣ ଜାରି ରହିଛି । ଏହାରି ଭିତରେ ପେଟ୍ରୋଲ୍ ପମ୍ପ ଗୁ଼ଡ଼ିକ ବିପୁଳ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଉପରେ କଟକଣା ଲଗାଇଛନ୍ତି ।
ଏନେଇ ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ପୋଷ୍ଟର ଲଗାଯାଇଛି । ଭାରତ ପେଟ୍ରୋଲିୟମ୍ ଓ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ୍ ପମ୍ପର ଆଉଟ୍ଲେଟ୍ ଗୁଡ଼ିକରେ ବିପୁଳ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଗାଡ଼ି ଚାଳକଙ୍କୁ ବଡ଼ ଝଟକା, ବଢ଼ିଲା ପ୍ରିମିୟମ୍ ପେଟ୍ରୋଲ୍ ଦର୍
କିଣିପାରିବେ କେତେ ପେଟ୍ରୋଲ୍ ?
ପୋଷ୍ଟର ଅନୁସାରେ, ପେଟ୍ରୋଲ ପମ୍ପ ଗୁଡ଼ିକ ଗୋଟିଏ ଥରରେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍ କାହାରିକୁ ବିକ୍ରି କରିବେ ନାହିଁ । ସେହିଭଳି ଡିଜେଲ୍ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରାଯାଇଛି ।

କେତେ ଡିଜେଲ୍ କିଣିପାରିବେ ?
ଜାରି ନିର୍ଦ୍ଦେଶ ଅନୁସାରେ, ଗୋଟିଏ ଥରରେ ପେଟ୍ରୋଲ୍ ପମ୍ପ ଗୁଡ଼ିକ ୫୦୦ ଲିଟରରୁ ଅଧିକ ହାଇ-ସ୍ପିଡ୍ ଡିଜେଲ୍ ବିକ୍ରି କରିପାରିବେ ନାହିଁ । ଧାର୍ଯ୍ୟ ସୀମାଠାରୁ ଅଧିକ ପେଟ୍ରୋଲ୍ କିମ୍ବା ଡିଜେଲ୍ କାହାରିକୁ ଦେଲେ ଆଉଟଲେଟ୍କୁ ତୈଳ ଯୋଗା ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି ।
ଲାଗିଥିବା ପୋଷ୍ଟର ମୁତାବକ, ଦୈନିକ କେତେ ପେଟ୍ରୋଲ୍ ଓ ଡିଜେଲ୍ ଗୋଟିଏ ଥରରେ ଦିଆଯାଉଛି । ତାହାକୁ ପ୍ରତିଦିନ ମୁଖ୍ୟାଳୟ ମନିଟର୍ କରୁଛି । ବିପୁଳ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି କ୍ଷେତ୍ରରେ ଧାର୍ଯ୍ୟ ସୀମାକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲ୍ ପମ୍ପ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ଵରରେ ପେଟ୍ରୋଲ୍, ଡିଜେଲ୍ ଦର
ଏବେ ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ୍ ଲିଟର ପିଛା ଦର ୧୦୦ ଟଙ୍କା ୯୮ପଇସା ରହିଛି । ସେହିଭଳି ଡିଜେଲ୍ ଲିଟର ପିଛା ୯୨ ଟଙ୍କା ୫୬ ପଇସାରେ ବିକ୍ରି କରାଯାଉଛି ।
ପ୍ରତି ୧୫ ଦିନରେ ପେଟ୍ରୋଲ୍, ଡିଜେଲ ଦର ସମୀକ୍ଷା
ଏହା ପୂର୍ବରୁ ସିବିଆଇସି ଅଧ୍ୟକ୍ଷ ବିବେକ ଚତୁର୍ବେଦୀ କହିଥିଲେ, "ତୈଳ କମ୍ପାନୀଙ୍କ କ୍ଷତି କମ୍ କରିବା ଏବଂ ଗ୍ରାହକଙ୍କ ଲାଗି ଦର ନ ବଢ଼ାଇବା ଲାଗି ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢ଼ି ଚାଲିଛି । ସରକାର ତୈଳ ଆମଦାନୀ ଓ ଘରୋଇ ବ୍ୟବହାରକୁ ନେଇ ପ୍ରତି ୧୫ ଦିନରେ ଦର ସମୀକ୍ଷା କରିବେ ।"
ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍, ଡିଜେଲ ଦର ପ୍ରତି ୧୫ ଦିନରେ ହେବ ସମୀକ୍ଷା; ସରକାରଙ୍କ ବଡ଼ ଘୋଷଣା
ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଥିଲେ, "ଦେଶରେ ତୈଳର ଅଭାବ ନାହିଁ । ଆଗାମୀ ୨ ମାସ ପର୍ଯ୍ୟନ୍ତ ଅଶୋଧିତ ତୈଳ ଆମଦାନୀ ନିଶ୍ଚିତ କରାଯାଇଛି । ଏଲପିଜି ଓ ପିଏନଜି ସ୍ଥିତି ସାମାନ୍ୟ ରହିଛି ।"
ସୁଜାତା ଶର୍ମା ଆହୁରି କହିଛନ୍ତି, "ପେଟ୍ରୋଲ୍, ଡିଜେଲ ଓ ଏଲପିଜିଜ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । ପ୍ରତିଦିନ ୧୦ ହଜାରରୁ ଅଧିକ ନୂଆ ସଂଯୋଗ ଲୋକଙ୍କୁ ଦିଆଯାଉଛି । ୨୦୨୨ ଏପ୍ରିଲ୍ରୁ ଆଜି ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories