Ama Bus / 'ଆମ ବସ୍'ରେ ସୃଷ୍ଟି କରୁଥିଲେ କୃତ୍ରିମ ଭିଡ଼, ଚାରିପଟେ ଘେରି ଲୁଟ୍ କରୁଥିଲେ ଟଙ୍କା ଓ ଅଳଙ୍କାର
·10 months ago·2 min read

Key Points
ଡୋର୍ ମୁହଁରେ ଠିଆ ହୋଇ ମହିଳାଙ୍କୁ ଘେରି ଯାଉଥିଲେ । ଆଉ କଥାବାର୍ତ୍ତା ବାହାନାରେ ନେଇ ଯାଉଥିଲେ ଅଳଙ୍କାର ଓ ଟଙ୍କା । ତାହା ପୁଣି ମହିଳାଙ୍କ ଭ୍ୟାନିଟିରୁ ।
ଭୁବନେଶ୍ଵର: ଭଦ୍ର ବେଶରେ ଆସୁଥିଲେ, କେହି କାହାରିକୁ ନ ଜାଣିଲା ଭଳି ବସ୍ରେ ଚଢ଼ୁଥିଲେ । ଡୋର୍ ମୁହଁରେ ଠିଆ ହୋଇ ମହିଳାଙ୍କୁ ଘେରି ଯାଉଥିଲେ । ଆଉ କଥାବାର୍ତ୍ତା ବାହାନାରେ ନେଇ ଯାଉଥିଲେ ଅଳଙ୍କାର ଓ ଟଙ୍କା । ତାହା ପୁଣି ମହିଳାଙ୍କ ଭ୍ୟାନିଟିରୁ ।
CRUT ପକ୍ଷରୁ ପରିଚାଳିତ 'ଆମ ବସ୍'ରେ କୃତ୍ରିମ ଭିଡ଼ ସୃଷ୍ଟି କରି ଏମିତି ଚଳାଇଥିଲେ ଲୁଟ୍ପାଟ୍ । 'ଆମ ବସ୍'ରେ ଲାଗିଥିବା ସିସିଟିଭିରେ ଏ ଦୃଶ୍ୟ କଏଦ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏତଲା କ୍ରମେ ୩ ଜଣିଆ ଗ୍ୟାଙ୍ଗରୁ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଅନ୍ୟ ୨ ଜଣ ଖସି ପଳାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅଷ୍ଟ୍ରେଲିଆ ଛାଡ଼ିବା ବେଳେ ରୋହିତଙ୍କ ରହସ୍ୟଜନକ ପୋଷ୍ଟ, ପ୍ରଶଂସକଙ୍କ ବଢ଼ିଲା ଚିନ୍ତା
ମିଳିଥିବା ସୂଚନା ଅନୁସାରେ, 'ଆମ ବସ୍'ରେ କୃତ୍ରିମ ଭିଡ଼ ସୃଷ୍ଟି କରି ଲୋକଙ୍କ ଠାରୁ ଅଳଙ୍କାର ଓ ଟଙ୍କା ଲୁଟ୍ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଧରିଛି ପୋଲିସ । ଚନ୍ଦ୍ରଶେଖରପୁର ଥାନା ପୋଲିସ ହାତରେ ଧରା ପଡ଼ିଛି ମୁଖ୍ୟ ଅଭିଯୁକ୍ତ ମୁନା ସ୍ଵାଇଁ । ମୁନାର ଆଉ ଦୁଇଜଣ ସହଯୋଗୀ ଖସି ପଳାଇଥିବା ବେଳେ ଧରିବାକୁ ଉଦ୍ୟମ କରୁଛି ପୋଲିସ ।
ମୁନା ଓ ତାର ୨ ସହଯୋଗୀ 'ଆମ ବସ୍'ର ବିଭିନ୍ନ ରୁଟ୍ରେ ଯାତ୍ରୀଙ୍କୁ ଏଭଳି ଲୁଟପାଟ କରୁଥିବା ଜଣାପଡ଼ିଛି । ଏବେ ଆସିଥିବା ସିସିଟିଭି ଫୁଟେଜ୍ଟି ୧୮ ନମ୍ବର ରୁଟ୍ର । ଅକ୍ଟୋବର ୧୧ ତାରିଖର ଦିନ ପ୍ରାୟ ୨ଟା ସମୟରେ ମୁନା ତାର ୨ ସହଯୋଗୀଙ୍କ ସହ ବସ୍ରେ ଯିବାବେଳେ ମହିଳାଙ୍କ ଚାରିପଟେ ପ୍ରଥମେ ଭିଡ଼ ଜମାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ ଅନ୍ୟ ଜଣଙ୍କ ସହ କଥାବାର୍ତ୍ତା ହେବା ବାହାନାରେ ମହିଳା ଜଣଙ୍କ ବ୍ୟାଗରୁ ନେଇ ଯାଇଥିଲେ ସୁନା ଗହଣା ଓ ଟଙ୍କା । ଏମାନେ 'ଆମ ବସ୍' ଚିକେଟ କରି ବସ୍ ଭିତରେ ବୟସ୍କ ଓ ମହିଳାଙ୍କୁ ଟାର୍ଗେଟ୍ କରୁଥିବା ଜଣାପଡ଼ିଛି । ଲୁଟ୍ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ଗ୍ୟାଙ୍ଗ ମୁଖ୍ୟକୁ ଧରିଛି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ
ମାସକ ତଳେ ୨୮ ନମ୍ବର ରୁଟ୍ OD 33 AH 0166 ନମ୍ବର ବିଶିଷ୍ଟ 'ଆମ ବସ୍'ର କଣ୍ଡକ୍ଟର ଜଣେ ଯାତ୍ରୀଙ୍କୁ ବସ୍ରୁ ବାହାରକୁ ଆଣି ବସ୍ ଷ୍ଟପରେ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ହୋଇଥିଲା । ହଠାତ୍ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ ହେଲା । ଆଉ ଏତିକିରେ 'ଆମ ବସ୍' ଭିତରୁ ଯୁବକଙ୍କୁ ଘୋଷାଡ଼ି ଆଣିଲେ କଣ୍ଡକ୍ଚର । ରାସ୍ତା ଉପରେ ଗାଲକୁ ମାରିଲେ ଚାପୁଡ଼ା । ରାଜଧାନୀର ରାସ୍ତା ଉପରେ ୟୁନିଟ୍-୮ ବସ୍ଷ୍ଟପ୍ରେ 'ଆମ ବସ୍' କଣ୍ଡକ୍ଟରଙ୍କ ଏଭଳି ରୁବାବ୍ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ଜନତା ।