Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma / ଅଷ୍ଟ୍ରେଲିଆ ଛାଡ଼ିବା ବେଳେ ରୋହିତଙ୍କ ରହସ୍ୟଜନକ ପୋଷ୍ଟ, ପ୍ରଶଂସକଙ୍କ ବଢ଼ିଲା ଚିନ୍ତା

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଅଷ୍ଟ୍ରେଲିଆ ଛାଡ଼ିବା ବେଳେ ରୋହିତଙ୍କ ରହସ୍ୟଜନକ ପୋଷ୍ଟ, ପ୍ରଶଂସକଙ୍କ ବଢ଼ିଲା ଚିନ୍ତା

Key Points

ଅଷ୍ଟ୍ରେଲିଆ ସିରିଜ ସରିବା ପରେ ରୋହିତଙ୍କ ଅବସରକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଆଲୋଚନାର ଉଷ୍ମତା ଭିତରେ ରୋହିତ ଶର୍ମା ନିଜେ କରିଛନ୍ତି ଏକ ରହସ୍ୟଜନକ ପୋଷ୍ଟ । ଯାହାକୁ ନେଇ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସମର୍ଥକଙ୍କ ହାର୍ଟ ବିଟ୍ ବଢ଼ି ଯାଇଛି ।
ମୁମ୍ବାଇ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶନିବାର ସରିଛି । ଭାରତ ୧-୨ରେ ସିରିଜ୍ ହାରିଥିବା ବେଳେ ଅନ୍ତିମ ମ୍ୟାଚ୍‌କୁ ଜିତାଇ ସମ୍ମାନ ରଖିଥିଲେ ରୋହିତ ଓ ବିରାଟ । ୩୮ ବର୍ଷୀୟ ରୋହିତ ସିଡନୀରେ ଖେଳା ଯାଇଥିବା ଅନ୍ତିମ ଦିନିକିଆରେ ମ୍ୟାନ୍ ଅଫ୍ ଦି ସିରିଜ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ସିଡନୀ ଦିନିକିଆରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ୧୨୫ ବଲ୍‌ରେ ଅପରାଜିତ ୧୨୧ ରନ୍ ସ୍କୋର କରିଥିଲେ । ରୋହିତଙ୍କ ଚିତ୍ତାକର୍ଷକ ଶତକ ବଳରେ ଅଷ୍ଟ୍ରେଲିଆକୁ ୯ ୱିକେଟ୍‌ରେ ମାତ୍ ଦେଇଥିଲା ଭ୍ରମଣକାରୀ ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ମୋଟ ୨୦୨ ରନ୍ ସଂଗ୍ରହ କରିଥିଲେ ।

ଏଥିସହ ପଢ଼ନ୍ତୁ: NHରେ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା STF, ୨ ଗିରଫ

ଆଉ ଏବେ ଅଷ୍ଟ୍ରେଲିଆ ସିରିଜ ସରିବା ପରେ ରୋହିତଙ୍କ ଅବସରକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଆଲୋଚନାର ଉଷ୍ମତା ଭିତରେ ରୋହିତ ଶର୍ମା ନିଜେ କରିଛନ୍ତି ଏକ ରହସ୍ୟଜନକ ପୋଷ୍ଟ । ଯାହାକୁ ନେଇ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସମର୍ଥକଙ୍କ ହାର୍ଟ ବିଟ୍ ବଢ଼ି ଯାଇଛି ।


ରବିବାର ସୋସିଆଲ୍ ମିଡିଆ Xରେ ଏକ ଫଟୋ ସେୟାର କରିଛନ୍ତି ରୋହିତ ଶର୍ମା । ଫଟୋଟି ସିଡନୀ ବିମାନବନ୍ଦରର ହୋଇଥିବା ବେଳେ ଭାରତ ଫେରୁଛନ୍ତି ରୋହିତ । ଯେଉଁଥିରେ ସେ ଲେଖିଛନ୍ତି, ଶେଷ ଥର ସିଡନୀରୁ ବିଦାୟ । ଆଉ ରୋହିତଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।

ନିଆଁ ଭଳି ରୋହିତ ପୋଷ୍ଟ ଭାଇରାଲ୍ ହେଉଥିବା ବେଳେ ପ୍ରଶଂସକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । କ'ଣ ଦିନିକିଆରୁ ଅବସର ନେବା ନେଇ ଏଭଳି ପୋଷ୍ଟ ମାଧ୍ୟମରେ ସଂକେତ ଦେଇଛନ୍ତି ରୋହିତ ଶର୍ମା ? ନା ଅଷ୍ଟ୍ରେଲିଆ ଗସ୍ତ ଅନୁଭୂତିକୁ ତାଜା କରିବାକୁ ଏଭଳି ପୋଷ୍ଟ କରିଛନ୍ତି ରୋହିତ ଶର୍ମା ।

ଏଥିସହ ପଢ଼ନ୍ତୁ: କେବେ ରୋହିତ ଶର୍ମା ନେବେ ଅବସର ? ପିଲା ଦିନର କୋଚ୍‌ କହିଦେଲେ ହିଟ୍‌ମ୍ୟାନ୍‌ଙ୍କ ପ୍ଲାନ୍‌

ଯଦିଓ ରୋହିତ ଶର୍ମାଙ୍କ ଏ ପୋଷ୍ଟ ନେଇ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟୀକରଣ ଆସି ନାହିଁ । ତତାପି ହିଟ୍ ମ୍ୟାନଙ୍କ ଶାନଦାର ପ୍ରଦର୍ଶନ ପରେ ଏଭଳି ପୋଷ୍ଟ ପ୍ରଂଶସକଙ୍କୁ ଭାବବିହ୍ଵଳ କରିଛି ନିଶ୍ଚୟ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ଅବ୍ଯାହତି ଦିଆ ଯାଇଥିଲା । ରୋହିତଙ୍କ ସ୍ଥାନରେ ଶୁବମନ ଗିଲ୍ ହୋଇଥିଲେ ଦିନିକିଆ ଦଳର ଅଧିନାୟକ । ପୂର୍ବରୁ ଟେଷ୍ଟ ଓ ଟି-ଟ୍ଵେଣ୍ଟିରୁ ରୋହିତ ଅବସର ଘୋଷଣା କରି ସାରିଥିବା ବେଳେ ଏବେ ଦିନିକିଆଙ୍କୁ ନେଇ ତାଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma’s “One last time, signing off from Sydney” Post Sparks Retirement Speculation | Argus News