Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନୀ ହିଂସା ଏଡାଇବାକୁ କମିଶନରେଟ ପୋଲିସର ଅଭିଯାନ

Jitendra Dash
Browse all articles by Jitendra Dash
·2 years ago
ନିର୍ବାଚନୀ ହିଂସା ଏଡାଇବାକୁ କମିଶନରେଟ ପୋଲିସର ଅଭିଯାନ

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବୈଠକ । ଭୁବନେଶ୍ବର ୟୁପିଡ଼ିର ସମସ୍ତ ବରିଷ୍ଠ ପୋଲିସ ଉପସ୍ଥିତ । ନିର୍ବାଚନକୁ  ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସମସ୍ତ ଥାନା ଅଧିକାରୀଙ୍କୁ ଡିସିପିଙ୍କ ନିର୍ଦ୍ଦେଶ । ୱାରେଣ୍ଟ ଥିବା ବ୍ୟକ୍ତି ମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପେସାଦାର ଅପରାଧି ମାନଙ୍କ ଉପରେ ରହିବ ନଜର । ଚୋରା ନିଶା ବେପାରିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଗନ ଲାଇସେନ୍ସ ପାଇଥିବା ବ୍ୟକ୍ତି ସେମାନଙ୍କ ଗନ ପୋଲିସରେ ଡିପୋଜିଟ କରିବେ । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସ୍ଥଳରେ ଅଧିକ ଫୋର୍ସ ମୁତୟନ କରାଯିବ । ସୂଚନା ଦେଲେ ଡିସିପି ପ୍ରତୀକ ସିଂହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar police commissioner | Argus News