Videos
|
Odisha

ପୋଲିସର ଅତର୍କିତ ଚଢାଉ, ଫେଲ ମାରିଲା ଯୋଜନା

Jitendra Dash
Browse all articles by Jitendra Dash
·2 years ago
ପୋଲିସର ଅତର୍କିତ ଚଢାଉ, ଫେଲ ମାରିଲା ଯୋଜନା

ଅର୍ଗସ ବ୍ୟୁରୋ : ଡକାୟତି ଯୋଜନା କରୁଥିବା ବେଳେ ପୋଲିସର ଅତର୍କିତ ଚଢାଉ । ପାଞ୍ଚ ଗିରଫ । ସୂଚନା ଅନୁସାରେ, ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ପଟାସବଣିଆ ଛକରେ ଚଢ଼ାଉ କରିବା ସହ ସେଠାରେ ପାଞ୍ଚ ଯୁବକଙ୍କ ନିଛାଟିଆ ସ୍ଥାନରେ ବସିଥିବାର ଦେଖିବାକୁ ପାଇଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସନ୍ଦେହ ହେବାରୁ ସେମାନଙ୍କୁ ପୋଲିସ ଅଧିକ ପଚରାଉଚରା କରିବା ସହ ସେମାନେ ନିଛାଟିଆ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଲୁଟିବାକୁ ଟାର୍ଗେଟ କରୁଥିବା ଜାଣିବାକୁ ପାଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ସୁନୀଲ ଗୌଡ଼, ଜନ ପ୍ରଧାନ, ରଂଜିତ ପ୍ରଧାନ, ରଞ୍ଜନ ପ୍ରଧାନ ଏବଂ ବିକାଶ ବେହେରା. ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବୁଲେଟ, ଦୁଇଟି କଟୁରି, ତିନୋଟି ମୋବାଇଲ, ବିୟର ବୋଟଲ ଆଦି ଜବତ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bhubaneswar Police Raid | Argus News