Videos
|
Odisha

Crime In Odisha / ରେଲୱେ ଷ୍ଟେସନରେ ନିଖୋଜ ନାବାଳକଙ୍କୁ ଘରକୁ ନେଇ ଅପ୍ରାକୃତିକ ସମ୍ପର୍କ ରଖିଲେ କନଷ୍ଟେବଳ !

Sushanta Sahoo
Browse all articles by Sushanta Sahoo
·22 mins ago·2 min read
ରେଲୱେ ଷ୍ଟେସନରେ ନିଖୋଜ ନାବାଳକଙ୍କୁ ଘରକୁ ନେଇ ଅପ୍ରାକୃତିକ ସମ୍ପର୍କ ରଖିଲେ କନଷ୍ଟେବଳ !
RPF Constable Arrested

Key Points

ବୁଲିବାକୁ ଆସି ନିଖୋଜ ଥିବା ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଆରପିଏଫ କନଷ୍ଟେବଳଙ୍କୁ ଗିରଫ କରିଛି ପୋଲିସ ।
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଭୁବନେଶ୍ଵର ରେଲୱେ ଷ୍ଟେସନରେ ଲଜ୍ଜାଜନକ ଘଟଣା । ବୁଲିବାକୁ ଆସି ନିଖୋଜ ଥିବା ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଆରପିଏଫ କନଷ୍ଟେବଳଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଆରପିଏଫ କନଷ୍ଟେବଳ ଜଣଙ୍କ ଭୁବନେଶ୍ୱର ରେଳ ଷ୍ଟେସନରେ କାର୍ଯ୍ୟରତ ଥିଲେ । ତାଙ୍କ ନାଁ ମୁନା କୁମାର ହୋଇଥିବା ବେଳେ ଘର ବିହାରରେ । ମୁନା କୁମାରଙ୍କୁ ଖାରବେଳନଗର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥିସହ ପଢ଼ନ୍ତୁ: ମଞ୍ଚରେ ଅଭିନୟ କରୁ କରୁ ଆସିଲା ହୃଦ୍‌ଘାତ; ଦର୍ଶକଙ୍କ ଆଗରେ ଚାଲିଗଲା ଜୀବନ 

ଷ୍ଟେସନରେ କ'ଣ ଘଟିଥିଲା ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଛତିଶଗଡ଼ରୁ ପୁରୀ ଓ ଭୁବନେଶ୍ୱର ବୁଲିବାକୁ ପରିବାର ସହ ଆସିଥିଲେ ନାବାଳକ । କିନ୍ତୁ ଭୁବନେଶ୍ୱର ଷ୍ଟେସନରେ ନିଖୋଜ ହୋଇଯାଇଥିଲେ । ପରେ ସହାୟତା ପାଇଁ ଷ୍ଟେସନରେ ଆରପିଏଫ ନିକଟରେ ପହଞ୍ଚିଥିଲେ । ସେଠାରେ ଆରପିଏଫ କନଷ୍ଟେବଳ ମୁନା କୁମାର ନାବାଳକଙ୍କୁ ସହାୟତା କରିବା କଥା କହି ନିଜ ସାଙ୍ଗରେ ସରକାରୀ କ୍ଵାର୍ଟରୁ ନେଇ ଯାଇଥିଲେ ।

ସେଠାରେ ନାବାଳକ ସହ ଆରପିଏଫ୍ କନଷ୍ଟେବଳ ଅପ୍ରାକୃତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି । ପରେ ନାବାଳକ ଜଣଙ୍କ ଅସହାୟ ଅବସ୍ଥାରେ ଭୁବନେଶ୍ୱର ଷ୍ଟେସନ ନିକଟରେ ବୁଲୁଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ଲୋକେ ।

ଏଥିସହ ପଢ଼ନ୍ତୁ: କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ; ଜଳିପୋଡ଼ି ପାଉଁଶ ହୋଇଗଲା ୮ଟି ବସ୍ 

ଖାରବେଳନଗର ଥାନା ପୋଲିସ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିବା ସହ ତାଙ୍କ ସହ ହୋଇଥିବା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏନେଇ ଏକ ମାମଲା ରୁଜୁ କରିବା ସହ ଆରପିଏଫ କନଷ୍ଟେବଳ ମୁନା କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।