Cyclone Arnab / ଭୁବନେଶ୍ଵର ବର୍ଷା ସହ ଜୋର୍ରେ ପବନ; ଗଛ ପଡ଼ି ପଟିଆ-ନନ୍ଦନକାନନ ରାସ୍ତା ବନ୍ଦ
·1 hour ago·2 min read

Key Points
ରାଜଧାନୀ ଭୁବନେଶ୍ଵରେ ଝଡ଼ ତୋଫାନ ଦେଖିବାକୁ ମିଳିଛି । ବାତ୍ୟା ପବନରେ ଭୁବନେଶ୍ଵରରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଫଳରେ ପଟିଆ-ନନ୍ଦନକାନନ ରାସ୍ତା ଅବରୋଧ ହେବା ସହ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶହ ଶହ ଗାଡ଼ି ଅଟକି ରହିଛି ।
ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶ ଉପକୂଳ ବାତ୍ୟା 'ଅର୍ଣ୍ଣବ' ଛୁଇଁବା ସହ ଦୁର୍ବଳ ହେଉଛି । ହେଲେ ଓଡ଼ିଶା ପାଇଁ ରହିଛି ବଡ଼ ବର୍ଷା ବିପଦ । ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ 'ଅର୍ଣ୍ଣବ' ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଫଳରେ ପ୍ରଚୁର ମାତ୍ରାର ଜଳୀୟ ବାଷ୍ପ ବଙ୍ଗୋପସାଗରରୁ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡ଼ିଶା ପାଇଁ ଗୁରୁତ୍ଵପୂର୍ଣ୍ଣ ।
ବର୍ଷା ଓ ପବନ ନେଇ ଦିଆଯାଇଥିବା ଆଲର୍ଟ ଭିତରେ ରାଜଧାନୀ ଭୁବନେଶ୍ଵରେ ଝଡ଼ ତୋଫାନ ଦେଖିବାକୁ ମିଳିଛି । ବାତ୍ୟା ପବନରେ ଭୁବନେଶ୍ଵରରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ଫଳରେ ପଟିଆ-ନନ୍ଦନକାନନ ରାସ୍ତା ଅବରୋଧ ହେବା ସହ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶହ ଶହ ଗାଡ଼ି ଅଟକି ରହିଛି । ଭିଡ଼ ଭିତରେ ଆମ୍ବୁଲାନ୍ସ ମଧ୍ୟ ଫସିଛି । ଅଗ୍ନିଶମ କର୍ମଚାରୀ ଗଛ କାଟି ରାସ୍ତା ଅବରୋଧ ହଟାଇବାରେ ଲାଗିଛନ୍ତି ।
ଏଥିସହ ପଢ଼ନ୍ତୁ: ପ୍ଳାଶଫ୍ଳଡ୍ ସହ ଭୂସ୍ଖଳନ ଆଶଙ୍କା; ପ୍ରଶାସନ ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ
ଭୁଶୁଡ଼ିଲା ବିଶାଳ ତୋରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ମା' ଗଜଲକ୍ଷ୍ମୀଙ୍କ ପୂଜାରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବେଗରେ ପବନ ବହିବା ସହିତ ବର୍ଷା ମଧ୍ୟ ଜାରି ରହିଛି । ଡମଣା ନିକଟରେ କ୍ଳବ ଟାଉନ୍ ପଡ଼ିଆରେ ଓଡ଼ିଶାର ସର୍ବବୃହତ୍ ୮୦ ଫୁଟ୍ ବିଶିଷ୍ଟ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଭୁଶୁଡ଼ି ପଡ଼ିଛି । ହଠାତ୍ ଆସିଥିବା ଝଟକା ପବନ ଯୋଗୁଁ ବିଶାଳ ତୋରଣ ଓ ମଣ୍ଡପର ଢାଞ୍ଚା ମୋଡ଼ି ହୋଇ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।
୧୭୩ ଗଛ ଭାଙ୍ଗି ରାସ୍ତା ଅବରୋଧ
ବିଭିନ୍ନ ରାସ୍ତାରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଯାହାକୁ ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ । ସେ କହିଛନ୍ତି, "ୱାନ ବାଇ ୱାନ ମିଶନରେ କାମ କରୁଛି ଅଗ୍ନିଶମ ଟିମ୍ । ଗଞ୍ଜାମ, ଗଜପତି, ରାୟଗଡ଼ା, ଅଞ୍ଚଳରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଭାଙ୍ଗିଛି ଅନେକ ଗଛ ।"
ଅଧି ବୃକ୍ଷ ଭାଙ୍ଗିଥିବା ଅଞ୍ଚଳରେ ସେଠାକାର ଟିମ୍କୁ ହାଇ ଆଲର୍ଟରେ ରଖାଯାଇଛି । ସାରା ରାଜ୍ୟରେ ୨୨୮ ଟିମ୍ ଆଲର୍ଟରେ ରହିଛନ୍ତି । କେବଳ ଦକ୍ଷିଣ ଓଡ଼ିଶାରେ ୧୨୬ଟି ଟିମ୍ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଆଇଜି ।
ଏଥିସହ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶାରେ ବାତ୍ୟା ଅର୍ଣ୍ଣବର ତାଣ୍ଡବ…ପ୍ରବଳ ବର୍ଷା, ଭାଙ୍ଗୁଛି ଗଛ, ବଢ଼ୁଛି ନଦୀର ଜଳସ୍ତର
ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ତିନି ଜିଲ୍ଲାରୁ ୧୭୩ଟି ଗଛ ଭାଙ୍ଗି ରାସ୍ତା ଅବରୋଧ ନେଇ ୧୧୨କୁ କଲ୍ ଆସିଛି । ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ତ ଅଭିଯୋଗ ଆଧାରରେ ରାସ୍ତାରୁ ଗଛକୁ ହଟାଇ ଦିଆଯାଇଛି । ବର୍ଷା ଅଧିକ ହେଉଥିବା ବେଳେ ତଳିଆ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର ପାଇଁ ଟିମ୍କୁ ଆଲର୍ଟ କରାଯାଇଥିବା କହିଛନ୍ତି ଅଗ୍ନିଶମ ଆଇଜି ।