Videos
|
Odisha

Cyclone Arnab / ପ୍ଳାଶଫ୍ଳଡ୍ ସହ ଭୂସ୍ଖଳନ ଆଶଙ୍କା; ପ୍ରଶାସନ ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ପ୍ଳାଶଫ୍ଳଡ୍ ସହ ଭୂସ୍ଖଳନ ଆଶଙ୍କା; ପ୍ରଶାସନ ପ୍ରସ୍ତୁତ ଥିବା କହିଲେ ମନ୍ତ୍ରୀ
Flash Flood and Landslide Risk

Key Points

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ବାତ୍ୟା ପ୍ରଭାବରେ ୫ ଜିଲ୍ଲାରେ ହେବ ଫ୍ଳାଶଫ୍ଳଡ୍ ସ୍ଥିତି ଉପୁଜିବା ଆଶଙ୍କା କରାଯାଇଛି । ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲ୍ଲାଗୁଡ଼ିକରେ ଆକସ୍ମିକ ବନ୍ୟା ବା ଫ୍ଳାଶଫ୍ଳଡ୍ ସ୍ଥିତି ଉପୁଜିପାରେ ।
ଭୁବନେଶ୍ଵର: ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହେବାର ଲାଗିଛି । ଅତି ଭୀଷଣ ବାତ୍ୟାରୁ 'ଅର୍ଣ୍ଣବ' ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଏକ ବାତ୍ୟା ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ଗଭୀର ଅବପାତ ରେ ପରିଣତ ହେବା ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ 'ଅର୍ଣ୍ଣବ' ଉତ୍ତର-ଉତ୍ତର ପଶ୍ଚିମଦିଗ ମୁହାଁ ହେବ ।

ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ବାତ୍ୟା ପ୍ରଭାବରେ ୫ ଜିଲ୍ଲାରେ ହେବ ଫ୍ଳାଶଫ୍ଳଡ୍ ସ୍ଥିତି ଉପୁଜିବା ଆଶଙ୍କା କରାଯାଇଛି । ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲ୍ଲାଗୁଡ଼ିକରେ ଆକସ୍ମିକ ବନ୍ୟା ବା ଫ୍ଳାଶଫ୍ଳଡ୍ ସ୍ଥିତି ଉପୁଜିପାରେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଏଥିସହ ପଢ଼ନ୍ତୁ: ସ୍ଥଳଭାଗ ଅତିକ୍ରମ ସହ ଦୁର୍ବଳ ହେଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' 

ଫ୍ଳାଶଫ୍ଳଡ ଓ ଭୂସ୍ଖଳନ ଆଶଙ୍କା ରହିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ଗଜପତି ଜିଲ୍ଲା ଦାୟିତ୍ଵରେ ଥିବା ମନ୍ତ୍ରୀ ସୂର୍ଯ୍ୟବଂଶ ସୂରଜ କହିଛନ୍ତି, "ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଉପରେ ନଜର ରହିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଯୋଗାଯୋଗରେ ରହିଛୁ । ଭୟଭୀତ ହେବାର କୌଣସି କାରଣ ନାହିଁ । ଭୂସ୍ଖଳନ ସ୍ଥାନରେ ତ୍ବରିତ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଛି ।"

ଭୂସ୍ଖଳନକୁ ୨ଟି ବିଭାଗରେ ମୁକାବିଲା କରିବାକୁ ଯୋଜନା ହୋଇଛି । ଭୂସ୍ଖଳନ ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରୁ ସ୍ଥାନାନ୍ତର ଯୋଜନା କରାଯାଇଛି । ମାଇକ ଜରିଆରେ ଲୋକଙ୍କୁ ସଚେତନତା କରାଯାଉଛି । ଆକଳନ ଠାରୁ କମ୍‌ ପରିଣାରେ ପବନ ସହ ବର୍ଷା ହେଉଥିବା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

୨୪ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ 'ଅର୍ଣ୍ଣବ' ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଫଳରେ ପ୍ରଚୁର ମାତ୍ରାର ଜଳୀୟ ବାଷ୍ପ ବଙ୍ଗୋପସାଗରରୁ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡ଼ିଶା ପାଇଁ ଗୁରୁତ୍ଵପୂର୍ଣ୍ଣ ।


ଓଡ଼ିଶାକୁ ରେଡ୍ ଆଲର୍ଟ

'ଅର୍ଣ୍ଣବ' ପ୍ରଭାବରେ ବୁଧବାର ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ସାରା ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାାଇଛି । ଏଥିସହ ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ଏବଂ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ଏଥିସହ ପଢ଼ନ୍ତୁ: ଦିନ ୧୨ରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶା ପାଇଁ ଆଲର୍ଟ 

୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ବୁଧବାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୧୧ ଜିଲ୍ଲା- କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ନୂଆପଡ଼ା, ସୋନପୁର, ବୌଦ୍ଧ ଓ ନୟାଗଡ଼ । ଏସବୁ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଘଣ୍ଟାପ୍ରତି ୬୦ କିମ ବେଗରେ ଝଟ୍‌କା ପବନ ହୋଇପାରେ । ଅବଶିଷ୍ଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: