|
logo
Live

Argus News - କାହିଁକି ଗିରଫ ହେଉ ନାହାନ୍ତି ଗାଡ଼ି ମାଲିକ, କାହା ଚାପରେ ଚେପା ପୋଲିସ ?

Odisha

କାହିଁକି ଗିରଫ ହେଉ ନାହାନ୍ତି ଗାଡ଼ି ମାଲିକ, କାହା ଚାପରେ ଚେପା ପୋଲିସ ?

Jitendra Dash
Browse all articles by Jitendra Dash
·2 years ago·2 min read
କାହିଁକି ଗିରଫ ହେଉ ନାହାନ୍ତି ଗାଡ଼ି ମାଲିକ, କାହା ଚାପରେ ଚେପା ପୋଲିସ ?

ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ କେଶ
ଆକ୍ସି଼ଡେଣ୍ଟରେ ଆଖି ବୁଜିଲେ ଯୁବତୀ
କାହିଁକି ଗିରଫ ହୋଉ ନାହାନ୍ତି ଗାଡ଼ି ମାଲିକ ?
କାହା ଚାପରେ ଚେପା ପୋଲିସ ? 
କେବେ ମୁହଁ ଖୋଲିବେ ମାଲିକ ?
 

ଅର୍ଗସ ବ୍ୟୁରୋ : ରେଞ୍ଜ ରୋଭର ଦୁର୍ଘଟଣାରେ ଆଖିବୁଜିଲେ ଯୁବତୀ । ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ । ମୃତ୍ୟୁ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର । କଟକରେ ଚିକିତ୍ସିତ ହେଉଥିଲେ ଲୋପାମୁଦ୍ରା । ଭୁବନେଶ୍ୱର ପାୱାର ହାଉସ ଛକରେ ହୋଇଥିଲା ଦୁର୍ଘଟଣା । ଏହି ଘଟଣାକୁ ନେଇ ସମ୍ବାଦିକ ଗଣମାଧ୍ୟମରେ ମତ ରଖିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ସେ କହିଛନ୍ତି, ଆଜି ଜଣେ ପ୍ରଭାବଶାଳୀ, ପ୍ରତିତ୍ତିଶାଳୀ, ରାଜନୈତିକ ଦୃଷ୍ଟିରୁ କ୍ଷମତାଶାଳୀଙ୍କ ପାଇଁ ଗୋଟିଏ ଜୀବନ ଚାଲିଗଲା । ହେଲେ ଯାହା ସବୁଠାରୁ ଚିନ୍ତାଜନକ ତାହା ଦେଉଛି ରାଜଧାନୀର ଛାତି ଉପରେ ଦୁର୍ଘଟଣା ଘଟୁଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଖବରକୁ ଗଣମାଧ୍ୟମ ମାନେ ଗମ୍ଭୀରତାର ସହ ଖବର ପ୍ରଶାରଣ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଗାଡ଼ି କାହାର, ସମସ୍ତେ ଜାଣିଛନ୍ତି ଗାଡ଼ି ମାଲିକ କିଏ । ହେଲେ ପୋଲିସ କାହା ଚାପରେ ଚେପା ଜଣା ପଡ଼ୁନି । କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି । ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଆତୁର ହୋଇ ସାହାଯ୍ୟ ମାଗୁଛନ୍ତି ହେଲେ କେହି ଆଗେଇ ଆସୁନାହାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ରାଜଧାନୀ ଛାତି ଉପରେ ଘଟିଥିବା ହିଟି ଆଣ୍ଡ ରନ୍ ଘଟଣାରେ ଥିଲା କିଏ ? ସେହି ରେଞ୍ଜ୍ ରୋଭର ଗାଡ଼ି କାହାର ? ଏହା ବିଜେଡ଼ି ଦଳର ଜଣେ ବିଧାୟିକାଙ୍କର ସମ୍ପର୍କୀୟଙ୍କକ କି ? କାହିଁକି ଦୁର୍ଘଟଣା ଘଟିଲା ପରେ ଗାଡ଼ି ମାଲିକ ଘଟଣା ସ୍ଥଳରୁ ଚମ୍ପଟ ମାରିଲେ ? ପୋଲିସ ପ୍ରଥମେ ଯେଇଁ ଗାଡି ନମ୍ବର ଦେଇଥିଲା ତାକୁ କାହିଁକି ବଦାଳିଇ ଦେଲା ? କାହା ଚାପରେ ଏପରି କରଗଲା ?  ମୁଖ୍ୟମନ୍ତ୍ରୀ କହୁଛନ୍ତି ସାରା ଓଡ଼ିଶା ଲୋକ ତାଙ୍କ ପରିବାର । କିନ୍ତୁ ଗାଡ଼ି ମାଲିକ କେବଳ ତାଙ୍କ ପରିବାର କିନ୍ତୁ ଯିଏ ମରିଗଲେ ସେ କଣ ତାଙ୍କ ପରିବାର ନୁହନ୍ତି କି ? ଏ ସବୁ ପ୍ରଶ୍ନର ଉତ୍ତର କିଏ ଦେବ ? ବୋଲି ପ୍ରଶ୍ନ କରିଛନ୍ତି ଅନିଲ ।

ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ସୁପ୍ରିମକୋର୍ଟ ମତ ସ୍ପଷ୍ଟ ଅଛି । ଏଥିରେ ହତ୍ୟା ଅପରାଧ, ଆଇପିସି ୩୦୨ ମଧ୍ୟ ରୁଜୁ କରାଯାପାରିବ । ଆଇପିସିର ଧାରା ୨୭୯, ୩୦୪ଏ, ୩୩୮ରେ ମଧ୍ୟ ମାମଲା ରୁଜୁ ହେବାକଥା । ହେଲେ ପୋଲିସ କେଉଁ ରହସ୍ୟମୟ କାରଣ ପାଇଁ ଚୁପ ବସିଛି ?  ଏହାକୁ ନେଇ ଉଠିଛି ପ୍ରଶ୍ନ ।


 

Sponsored
କାହିଁକି ଗିରଫ ହେଉ ନାହାନ୍ତି ଗାଡ଼ି ମାଲିକ, କାହା ଚାପରେ ଚେପା ପୋଲିସ ? | Argus News