Videos
|
Odisha

ଉଷା ସର୍ଭେରୁ ବାଦ୍ ପଡିବା ପରେ ବେଘର ହେବା ଆଶଙ୍କାରେ ସାଲିଆ ସାହି ବସ୍ତିବାସିନ୍ଦା

Jitendra Dash
Browse all articles by Jitendra Dash
·2 years ago·1 min read
ଉଷା ସର୍ଭେରୁ ବାଦ୍ ପଡିବା ପରେ ବେଘର ହେବା ଆଶଙ୍କାରେ ସାଲିଆ ସାହି ବସ୍ତିବାସିନ୍ଦା

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ପ୍ରଥମେ କହିଲେ ବିଜେଡିକୁ ଭୋଟ ଦିଅ ଜାଗା ମିଶନରେ ମୁଣ୍ଡ ଉପରେ ଛାତ ମିଳିବ, ଏବେ କିନ୍ତୁ କହୁଛନ୍ତି ଜଙ୍ଗଲ କିସମ ଜମିରେ କେମିତି ଜମିପଟ୍ଟା ଦେବୁ । ତୁମେ ଯାଇ ଟ୍ରାନଜିଟ୍ ହାଉସରେ ରୁହ । ସରକାର ଜାଗା ମିଶନ ନାଁରେ ସାଲିଆସାହି ବସ୍ତିବାସିନ୍ଦାଙ୍କୁ ଭଣ୍ଡାଇଥିବା ବେଳେ ଆଜି ଦେଖିବାକୁ ମିଳିଛି ଜନଆକ୍ରୋଶର ମହାମେଳି । ହକ୍ ଦାବିରେ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଲିଆ ସାହିର ହଜାର ହଜାର ବସ୍ତିବାସିନ୍ଦା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜଧାନୀର ଅନ୍ୟ ସମସ୍ତ ବସ୍ତିରେ ଉଷା ସର୍ଭେ କରାଯାଇ ଜମି ଅଧିକାର ଆଇନ ଅନୁଯାୟୀ ଜମି ପଟ୍ଟା ପ୍ରଦାନ କରାଯାଉଛି। ହେଲେ ସାଲିଆ ସାହିକୁ ଜଙ୍ଗଲ କିସମ ଦର୍ଶାଇ ସରକାର ବସ୍ତିବାସିନ୍ଦାଙ୍କୁ ଭଣ୍ଡାଇବା ସହ ବେଘର କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ଯଥାଶୀଘ୍ର ବସ୍ତିବାସିନ୍ଦାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ସହ ପ୍ରତ୍ୟେକ ବସ୍ତି ଲୋକଙ୍କୁ ୬୦୦ବର୍ଗ ଫୁଟର ଜମି ଯୋଗାଇ ଦେବାକୁ ବ୍ୟବସ୍ଥା କରନ୍ତୁ ସରକାର, ନହେଲେ ଆଗକୁ ସରକାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ସାଲିଆ ସାହି ବସ୍ତିବାସିନ୍ଦା ।

ସାଲିଆ ସାହି ମଇଳା ଟାଙ୍କି ରୋଡ଼ରୁ ବିଶାଳ ରାଲିରେ ବିଧାନସଭା ଘେରାଉ ପାଇଁ ଆସିଥିବା ହଜାର ହଜାର ସଂଖ୍ୟାରେ ବସ୍ତି ବାସିନ୍ଦାଙ୍କୁ ବିଜୁ ପଚ୍ଚନାୟକ କଲେଜ ସମ୍ମୁଖରୁ ଉଠେଇ ନେଇଛି ପୋଲିସ । ନିଜ ହକ ଦାବିରେ ରାଜରାସ୍ତା ବନ୍ଦ କରିବା ସହ ରାସ୍ତାରେ ବସି ରହିଥିଲେ ହଜାର ହଜାର ସଂଖ୍ୟାରେ ବସ୍ତି ବାସିନ୍ଦା । ଜାଗା ମିଶନ ନାଁରେ ସହରୀ ବସ୍ତି ବାସିନ୍ଦାଙ୍କୁ ମିଛ ଲଲିପପ୍ ବିରୋଧରେ ଜନ ଆକ୍ରୋଶ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: