Videos
|
Odisha

Bhubaneswar School Tragedy / ମଧ୍ୟାହ୍ନରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ; ସନ୍ଧ୍ୟାରେ ସ୍କୁଲ୍ ପଛ ପାର୍ଶ୍ଵରୁ ମିଳିଲା ମୃତଦେହ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ମଧ୍ୟାହ୍ନରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ; ସନ୍ଧ୍ୟାରେ ସ୍କୁଲ୍ ପଛ ପାର୍ଶ୍ଵରୁ ମିଳିଲା ମୃତଦେହ
Class 2 Girl Dies After Going Missing From School

Key Points

ବୟସ ୬ ବର୍ଷ, ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିଲେ । ଖାଇବା ଛୁଟିରେ ସ୍କୁଲ୍‌ରୁ ବାହାରି ୩ଟି ଟ୍ରାଫିକ୍ ଦେଇ ପଳାଇଲେ । ଆଉ ଶେଷରେ ପୋଲିସ ରିଜର୍ଭ ଗ୍ରାଉଣ୍ଡର ପାଣି କୁଣ୍ଡରୁ ମିଳିଛି ମୃତଦେହ । ଯାହା ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି ।
ଭୁବନେଶ୍ଵର: ରାଜଧାନୀରେ ବଡ଼ ଅଘଟଣ । ମଧ୍ୟାହ୍ନ ଖାଇବା ଛୁଟିରେ ନିଖୋଜ ହୋଇଗଲେ ଦ୍ଵିତୀୟ ଶ୍ରେଣୀର ଛାତ୍ରୀ । ସନ୍ଧ୍ୟାରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ଵରର ଆଚାର୍ଯ୍ୟ ବିହାର ନିକୋ ପାର୍କ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲ୍ କ୍ୟାମ୍ପସରୁ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଶ୍ରୀୟଂଶି ସିଂ ଆଜି ମଧ୍ୟାହ୍ନରୁ ନିଖୋଜ ହୋଇ ଯାଇଥିଲେ ।

ଖାଇବା ଛୁଟିରେ ଶ୍ରୀୟଂଶି ଗେଟ୍ ବାହାରକୁ ପଳାଇଥିଲେ । ଏନେଇ ଜଣାପଡ଼ିବା ପରେ ପୋଲିସରେ ଅଭିଯୋଗ କରିଥିଲେ ଶ୍ରୀୟଂଶିଙ୍କ ବାପାମାଆ । ଅଭିଯୋଗ ପରେ ସହିଦନଗର ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ସ୍କୁଲ୍‌ରେ ଲାଗିଥିବା ସିସିଟିଭି ସହ କର୍ମଚାରୀଙ୍କୁ ପଚରାଉଚରା କରିଥିଲା ପୋଲିସ ।

ଏଥିସହ ପଢ଼ନ୍ତୁ: ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତି; ଗୁରୁବାର ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନୱାଡ଼ି ବନ୍ଦ 

ସିସିଟିଭି ଫୁଟେଜ୍ ଛାନଭିନ୍ ସହ ଭିଏଚଏଫ୍ ଜରିଆରେ ପୋଲିସ ମାରାଥନ୍ ସର୍ଚ୍ଚ ଅପରେସନ୍ କରିଥିଲା । ଥାନା ଅଧିକାରୀ ସମେତ ତିନୋଟି ଟିମ୍ ଶ୍ରୀୟଂଶିକୁ ଖୋଜିଥିଲେ । ଶେଷରେ ସ୍କୁଲ୍ ପଛ ପାର୍ଶ୍ଵରେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଛି ଶ୍ରୀୟଂଶୀଙ୍କ ସନ୍ଧାନ ।

ଶ୍ରୀୟଂଶୀଙ୍କ ଅଚେତ ଅବସ୍ଥାରେ ସ୍ଥାନୀୟ ପୋଲିସ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ କ୍ୟାପିଟଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଶ୍ରୀୟଂଶୀଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କେଉଁ ସ୍ଥିତିରେ ଶ୍ରୀୟଂଶୀ ସ୍କୁଲ୍ ଗେଟ୍ ଦେଇ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିଲେ ତାହା ପ୍ରଶ୍ନ ସୃଷ୍ଟି କରିଛି ।

ଶ୍ରୀୟଂଶୀଙ୍କ ଅଭିଭାବକ କହିଛନ୍ତି, "ସ୍କୁଲ୍‌ରେ ବଡ଼ ଫାଟକ ରହିଛି । ସାଢ଼େ ଗୋଟାଏ ସମୟରୁ ଝିଅ ନିଖୋଜ ଥିଲା । ଖୋଜାଖୋଜି କରିବାରୁ ରିଜର୍ଭ ପୋଲିସର ପାଣି କୁଣ୍ଡରୁ ଝିଅର ମୃତଦେହ ମିଳିଛି । ସାଇନ୍ସ ପାର୍କ ନିକଟରେ ଝିଅର ଟିଫିନ୍ ବକ୍ସ ପଡ଼ିଥିଲା । ଝିଅର ମୃତ୍ୟୁ ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଦାୟୀ । ୬ ବର୍ଷର ଝିଅ ୩ଟି ଟ୍ରାଫିକ୍ ଦେଇ ଏତେ ବାଟ ଯାଇଛି ।"

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଧରାପଡ଼ିଲା ଧଳା ଜହରର ରାକେଟ୍ , ଯୁବତୀଙ୍କ ସମେତ ୩ ଗିରଫ 

ଦିନ ସାଢ଼େ ଗୋଟାଏ ସମୟରେ ଶ୍ରୀୟଂଶୀ ସ୍କୁଲ୍ ବାହାରକୁ ପଳାଇଥିଲା । ସ୍କୁଲ୍‌ କର୍ତ୍ତୃପକ୍ଷ ଝିଅକୁ ଅଟକାଇ ନଥିଲେ । ସ୍କୁଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଶ୍ରୀୟଂଶୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଝିଅର ମାମୁ ।

ତେବେ ଶ୍ରୀୟଂଶୀଙ୍କ ମୃତ୍ୟୁ ସ୍କୁଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛି । ମାତ୍ର ୬ ବର୍ଷ ବୟସର କୁନି ଝିଅଟି ହାତରେ ଟିଫିନ୍ ଧରି ୩ଟି ଟ୍ରାଫିକ୍ ଡେଇଁ ପଳାଇଲା । ତଥାପି କିଭଳି କେହି କିଛି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: