ଅଭିଯୁକ୍ତକୁ ୪ ଦିନିଆ ଟ୍ରାଂଜିଟ ରିମାଣ୍ଡରେ ଆଣିଲା ଭୁବନେଶ୍ବର ଏସଟିଏଫ

ଅର୍ଗସ ବ୍ୟୁରୋ : ଆନ୍ତଃରାଜ୍ୟ ଖଚର ବ୍ୟାଙ୍କ ଆକାଉଣ୍ଟ ସ୍କାମ ମାମଲା । ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଅଭିଯୁକ୍ତ ରମେଶ ଚନ୍ଦ୍ର ମାଇତି । ଘର ପଶ୍ଚିମବଙ୍ଗ ୱେଷ୍ଟ ମେଦିନୀପୁର ରାମପୁରାରେ । ଅଭିଯୁକ୍ତକୁ ୪ ଦିନିଆ ଟ୍ରାଂଜିଟ ରିମାଣ୍ଡରେ ଭୁବନେଶ୍ବର ଆଣିଛି ଏସଟିଏଫ । ଏହି ମାମଲାରେ ଏସଟିଏଫ ପୂର୍ବରୁ ସେକ ହାଫିଜୁଲ, ସେକ ଜାହାଙ୍ଗୀର,ଏସ୍.କେ ଜମିରୁଦ୍ଦିନ ଓ ସାମୀ ଇସଲାମକୁ ଗିରଫ କରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପଶ୍ଚିମବଙ୍ଗ, ଓଡିଶା ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଏମାନେ ରାକେଟ ଚଳେଇ ଥିଲେ । ଗ୍ରାମାଞ୍ଚଳର ଅପାଠୁଆ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲା ଏହି ଗ୍ୟାଙ୍ଗ । ଲୋକଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଦେଇ ତାଙ୍କ ଦ୍ବାରା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହ ମୋବାଇଲ ନମ୍ବର ଓ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ନେଇ ଆସୁଥିଲେ । ପରେ ଏହି ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟକୁ ସାଇବର ଅପରାଧୀଙ୍କୁ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲେ । ବ୍ୟାଙ୍କ ତଥ୍ୟକୁ ବିକ୍ରି କରିବା ପାଇଁ ଟେଲିଗ୍ରାମ ଓ ଫେସବୁକ ଭଳି ସୋସିଆଲ ମିଡିଆକୁ ମଧ୍ୟ ବ୍ୟବହାର କରୁଥିଲେ ଅଭିଯୁକ୍ତ ।