Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଯୌତୁକ ଜୁଇରେ ପ୍ରିୟଙ୍କା, ହତ୍ୟା ଅଭିଯୋଗ ଆଣିଲେ ପ୍ରିୟଙ୍କାଙ୍କ ଭଉଣୀ

Odisha

ଯୌତୁକ ଜୁଇରେ ପ୍ରିୟଙ୍କା, ହତ୍ୟା ଅଭିଯୋଗ ଆଣିଲେ ପ୍ରିୟଙ୍କାଙ୍କ ଭଉଣୀ

Jitendra Dash
Browse all articles by Jitendra Dash
·2 years ago·1 min read
ଯୌତୁକ ଜୁଇରେ ପ୍ରିୟଙ୍କା, ହତ୍ୟା ଅଭିଯୋଗ ଆଣିଲେ ପ୍ରିୟଙ୍କାଙ୍କ ଭଉଣୀ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ାର ପ୍ରିୟଙ୍କା ମିଶ୍ର ଓ ଭୁବନେଶ୍ୱରର ସୁରଜ ଦାସ । ବୈଦିକ ରୀତିନୀତିରେ ବିବାହ ହେଲା । ପରିବାର ବି ସୁରୁଖୁରୁରେ ଚାଲିଥିଲା । ହେଲେ ବିବାହର ଅଢେଇ ବର୍ଷ ପରେ ଗତ କାଲି ରାତିରେ ଶ୍ୱଶୁର ଘର ବନ୍ଦ କୋଠରୀରୁ ପ୍ରିୟଙ୍କାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଲା । ପ୍ରିୟଙ୍କାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏକ ହତ୍ୟା କାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି ପ୍ରିୟଙ୍କାଙ୍କ ବାପ ଘର ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରିୟଙ୍କାଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ତାଙ୍କ ଗର୍ଭ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ତା ସହ ସାମ୍ନାକୁ ଆସିଛି ପ୍ରିୟଙ୍କାଙ୍କ ସ୍ୱାମୀ ସୁରଜ ଦାସଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଥିବା ପ୍ରେମ ସମ୍ପର୍କର ଅଡିଓ କ୍ଲିପ । ଏପରିକି ଭିଡିଓ କଲ କରି ଉଭୟେ କଥା ହେଉଥିବାର ଫଟୋ ମଧ୍ୟ ସାମ୍ନା କୁ ଆସିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଯାହାକୁ ନେଇ ପୂର୍ବରୁ ସମ୍ପୃକ୍ତ ମହିଳାଙ୍କୁ ତାଗିତ କରିଥିଲେ ପ୍ରିୟଙ୍କା । ତେବେ ପ୍ରିୟଙ୍କାଙ୍କ ଶ୍ୱଶୁର ଘର ଲୋକ ତାଙ୍କ ବିରୋଧରେ ଆସିଥୁବା ଅଭିଯୋଗକୁ ଖଣ୍ଡନ କରିବା ସହ ନିଜ ବୋହୁ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ପୋଲିସ ପ୍ରିୟଙ୍କାଙ୍କ ସ୍ୱାମୀ ସୁରଜଙ୍କୁ ଅଟକ ରଖିଥିବା ବେଳେ ପୋଷ୍ଟମଟମ ରିପୋର୍ଟ ଅନୁସାରେ ଆଗକୁ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରତିକ୍ରିୟା ରଖିଛି ।
 

Sponsored
bhubaneswar suicide case | Argus News