ଲୋୟର ପିଏମ୍ଜିରେ ଗର୍ଜିଲେ ଶହ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ

ଅର୍ଗସ ବ୍ୟୁରୋ : ୩ ଦଫା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପିଲାଙ୍କ ଭବିଷ୍ୟତ ଗଢୁଥିବା ଗୁରୁମାନେ । କଳାପଟି ବାନ୍ଧି କରିଛନ୍ତି ନିଆରା ପ୍ରତିବାଦ । ୨୦୨୨ ମସିହାରେ ବହୁ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କଲେ । ମୁଖ୍ୟ ଶାସନ ସଚିବ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ଆଜି ଯାଏ ଦାବି ପୂରଣ ହେଲାନାହିଁ ।
ଖାସ୍ କରି ସବୁ ବିଭାଗରୁ ଠିକା ନିଯୁକ୍ତ ଉଠିଥିଲା ବେଳେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଠିଲା ନାହିଁ । କିମ୍ବା ୨୦୧୮ ମସିହାରୁ ୨୦୨୩ ମଧ୍ୟରେ ନିଯୁକ୍ତି ହୋଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା ନାହିଁ । ଯାହାର ପ୍ରତିବାଦ କରିଛି ପ୍ରାଥମିକ ଶିକ୍ଷକ ସଂଘ । ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆ ଯାଉଥିବା ବେଳେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନଙ୍କ କ୍ଷେତ୍ରରେ ତାହା ଲାଗୁ ହେଉନାହିଁ । ଉଚ୍ଚ ନ୍ୟାୟାଳୟ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ବି ସରକାର ଏହାକୁ କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ କରିଛି ପ୍ରାଥମିକ ଶିକ୍ଷକ ସଂଘ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨କେନ୍ଦ୍ରୀୟ ହାରରେ ଦରମା ଦେବା, ନୂତନ ପେନସନକୁ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବା, ୨୦୧୯ ପୂର୍ବରୁ ଓଟିଇଟି ପାସ୍ କରିଥିବା ଇନକ୍ରିମେଣ୍ଟପ୍ରାପ୍ତ ଏକ୍ସ-କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରିବା ପାଇଁ ଦାବି ହୋଇଛି । ସରକାର ଦାବିଗୁଡ଼ିକ ତୁରନ୍ତ ପୂରଣ ନ କଲେ ବାଧ୍ୟ ହୋଇ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।