Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Traffic Jam / ଟ୍ରାଫିକ୍ ପାଇଁ ରାଜଧାନୀ ଜାମ୍‌...ଦିନ ହେଉକି ରାତି, କଲବଲ କରୁଛି ଭିଡ଼

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟ୍ରାଫିକ୍ ପାଇଁ ରାଜଧାନୀ ଜାମ୍‌...ଦିନ ହେଉକି ରାତି, କଲବଲ କରୁଛି ଭିଡ଼
Bhubaneswar Traffic

Key Points

ଟ୍ରାଫିକ୍ ପାଇଁ ରାଜଧାନୀ ଜାମ
ଦିନ ହେଉକି ରାତି, ଭିଡ କରୁଛି କଲବଲ
ରାଜପଥରେ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଫସି ରହୁଛି ଗାଡି
ଟ୍ରାଫିକ୍ ପାଇଁ ରାଜଧାନୀ ଜାମ୍ । ନାକେଦମ୍‌ କରୁଛି ଭିଡ଼ । ସେ ଦିନ ହେଉ କି ରାତି । କଲବଲ କରୁଛି ଟ୍ରାଫିକ୍‌ ଜାମ୍‌ । ଘଣ୍ଟାଘଣ୍ଟା ଧରି ରାସ୍ତାରେ ଫସି ରହୁଛି ଗାଡି । ଭୁବନେଶ୍ୱରରେ ନାକେଦମ କରୁଛି ଟ୍ରାଫିକ୍‌ ସମସ୍ୟା । ବାଣୀବିହାରରୁ ବରମୁଣ୍ଡା..ହଂସପାଳରୁ ରସୁଲଗଡ଼...କଳ୍ପନା । ରାଜରାସ୍ତାରେ ପଛକୁ ପଛ ଲମ୍ବି ଯାଉଛି ଗାଡ଼ି । ଘଣ୍ଟାଘଣ୍ଟା ଧରି ଭିଡ଼ରେ ଫସି ରହୁଛି ଗାଡ଼ି । ଏମିତି କି ଏଥିରୁ ବର୍ତ୍ତି ପାରୁନି ଆମ୍ବୁଲାନ୍ସ । ବହୁବାର ତ ଆମ୍ବୁଲାନ୍ସ ବି ଯିବାକୁ ବାଟ ପାଉନି ।

ଅଧିକ ପଢ଼ନ୍ତୁ: BJDକୁ ଧୋଇଲେ ସନା, କହିଲେ ଶହ ଶହ କୋଟି ନେଲେ କିନ୍ତୁ କିଛି ଦେଲେନି !


ତେବେ କାହିଁକି ରାଜଧାନୀରେ ଏଭଳି ଟ୍ରାଫିକ୍‌ ସମସ୍ୟା ଉପୁଜୁଛି ? ଆଉ ଏହାର ସମାଧାନ କ'ଣ ତା'ର ଟେର ପାଉନି ପ୍ରଶାସନ । ଅଫିସ ଆୱାରରେ ଭାରୀଯାନ ସହର ଭିତରକୁ ପ୍ରବେଶ କରୁଛି ବୋଲି ଏଭଳି ଅସମ୍ଭାଳ ଭିଡ଼ ହେଉଥିବା ଅଭିଯୋଗ ହୋଇଛି । ତେବେ ଦିନେ କି ଦୁଇଦିନ ନୁହେଁ ବାରମ୍ବାର ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ବିଶେଷ କରି ସନ୍ଧ୍ୟାରେ ଏହି ସମସ୍ୟା ଉତ୍କଟତର ହେଉଛି ।

ଆଉ ପୁରୀ ବାଇପାସ ରୋଡ୍‌ କଥା ନ କହିବା ଭଲ । ନାଁ ସିନା ବାଇପାସ୍‌ ହେଲେ ଭିଡ଼ ଜନପଥଠୁ କମ୍‌ ନୁହେଁ । ବିବାହ ତିଥିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ରାତି ୧୨ଟା ଯାଏ ଗାଡ଼ି ମଟର ପଛକୁ ପଛ ଧଉଳି ଛକ ଯାଏ ଲମ୍ବି ଯାଉଛି । ପୁରୀ ବାଇପାସ୍‌ ରୋଡରେ ୫୦ରୁ ଅଧିକ ବିବାହ ମଣ୍ଡପ ରହିଛି । ଆଉ ବାହାଘର ତିଥିରେ ଏହି ରୋଡ୍‌ କଥା ନ କହିବା ଭଲ । ତେବେ ସରକାରୀ ଗାଇଡଲାଇନକୁ ବେଖାତିର କରି ଏଠାରେ ବରଯାତ୍ରୀ ପ୍ରୋସେସନ ହେଉଥିବାରୁ ଏଭଳି ଭିଡ଼ ଦେଖିବାକୁ ମିଳୁଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି ।

ଅଧିକ ପଢ଼ନ୍ତୁ: ହ୍ୟୁମାନଙ୍କ ମୃତ୍ୟୁ ନେଇ ବଡ଼ ବୟାନ ଦେଲେ ଅନୁଭବ, କହିଲେ...


ରାଜଧାନୀରେ ଟ୍ରାଫିକ୍ ଜାମ । ଫାଇନ୍‌ ଆଦାୟ ହେଉଛି ହେଲେ ସମସ୍ୟାର ସମାଧାନ ହେଉନି। ଟ୍ରାଫିକ ଜାମ୍‌ ଭିତରେ ଘଣ୍ଟା ଘଣ୍ଟା ଫସି ଯାଉଛନ୍ତି ପଥିକ । ଆଉ କେତେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ତାକୁ ସମସ୍ତଙ୍କ ଅପେକ୍ଷା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Traffic Jam: Capital City Chokes as Congestion Hits Day and Night | Argus News