Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ ଏସଆରସି

Jitendra Dash
Browse all articles by Jitendra Dash
·2 years ago·1 min read
ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ ଏସଆରସି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ଉପରେ ରହିବ ପାରଦ ! ଗଲା କିଛି ଦିନ ଧରି ରାଜ୍ୟରେ ବଢୁଛି ଖରା । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଖରାର ଦାଉ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ । ରାଜ୍ୟର କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତି ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ହିଟ୍‌ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ହିଟ୍ ୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ସମୟରେ କ’ଣ କରିବା ଉଚିତ ଏବଂ କ’ଣ ନକରିବା ଉଚିତ, ତାହା ସାଧାରଣ ଲୋକଙ୍କୁ ବୁଝାଇବାକୁ କୁହାଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar weather update | Argus News