Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଳୁଛି ଓଡ଼ିଶା : ସାଢେ ୨ରେ ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ପାର୍

Odisha

ଜଳୁଛି ଓଡ଼ିଶା : ସାଢେ ୨ରେ ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ପାର୍

Jitendra Dash
Browse all articles by Jitendra Dash
·2 years ago·2 min read
ଜଳୁଛି ଓଡ଼ିଶା : ସାଢେ ୨ରେ ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ପାର୍

ଅର୍ଗସ ବ୍ୟୁରୋ : ଏପ୍ରିଲ ଆରମ୍ଭରୁ ଆକ୍ତାମାକ୍ତା ଓଡ଼ିଶା । ଉପକୂଳରୁ ନେଇ ଉପାନ୍ତ ସବୁଠି ପ୍ରଚଣ୍ଡ ତାତି । ରାଜଧାନୀରେ ଅସହ୍ୟ ତାତି । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା । ତେବେ ଭୁବନେଶ୍ୱରରେ ବର୍ଦ୍ଧିତ ତାପମାତ୍ରା ସହ ଆଦ୍ରତା ପ୍ରାୟ ୪୫ ପ୍ରତିଶତ ରହିଛି । ଯେଉଁ କାରଣରୁ ୫୦ରୁ ୬୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅନୁଭୁତ ହେଉଥିବା କହିଛି ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଏବଂ ଗରମ ବାୟୁ ପ୍ରବାହିତ ହେବା ଦ୍ବାରା ତାପମାତ୍ରା ବଢୁଛି । 

ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ମ୍ୟୁନିସିପଲିଟି କର୍ପୋରେସକୁ ଜଳ ଛତ୍ର ଖୋଲିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ଵର, କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲାରେ ଜଳ ଛତ୍ର ଖୋଲିବାକୁ ନିର୍ଦ୍ଦେଶ ରହିଛି । ଆଜି ଏବଂ ଆସନ୍ତା କାଲି ହିଟ୍ ୱେଭର ପ୍ରଭାବ ଯଥେଷ୍ଠ ଅଧିକ ରହିବ ।

ସେପଟେ ସିଲଭର ସିଟିରେ ଅସହ୍ୟ ଖରା । ରାସ୍ତାରେ ପର୍ଯ୍ୟାପ୍ତ ଜଳଛତ୍ର ନଥିବାରୁ ଅସ୍ତବ୍ୟସ୍ତ ଜନଜୀବନ । ଗଲା କିଛିଦିନ ଧରି ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବାରୁ ତତଲା କଡେଇ ରେ ସିଝିଗଲା ଭଳି ପରିସ୍ଥିତି ଉପୁଜିଛି । ଏପରି ସ୍ଥଳେ ମହାନଗର ନିଗମ ମାତ୍ର ୬ ଟି ଜଳଛତ୍ର କେନ୍ଦ୍ର ଖୋଲି ହାତବନ୍ଦୀ ବସିଛି । ସେପଟେ ସିଏମସି କମିଶନର କହିଛନ୍ତି ଆଗକୁ ଆଉ କିଛି ଜଳଛତ୍ର ଖୋଲାଯିବ । ଏବଂ ଜଳଛତ୍ର ପାଇଁ ବିଭିନ୍ନ ଅନୁଷ୍ଠାନର ସହାୟତା ନିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ପାଣିପାଗ ଖବର

ଖରାକୁ ଦେଖି ଅତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପର୍ଯ୍ୟାପ୍ତ ପରିମାଣର ORS ,ଇଂଜେକସନ ଓ ଔଷଧ ମଧ୍ୟ ମହଜୁଦ ରହିଥିବା କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ତା ସହିତ ଅଂଶୁଘାତ ମୁକାବିଲା ପାଇଁ ଏସସିବି ମେଡିକାଲରେ ପ୍ରସ୍ତୁତ ରହିଛି ସିତତାପ ନିୟନ୍ତ୍ରିତ କୋଠରୀରେ ୧୦ ସାଧାରଣ ବେଡ଼ ସହ ୫ icu ବେଡ଼ ।

Argus Whatsapp Channel Mobile Top
Sponsored
bhubaneswar weather update | Argus News