Videos
|
Odisha

Crime In Odisha / ରାଜଧାନୀରେ ଘର ଆଗରୁ ଲୁଟିନେଲେ ଚେନ୍; ପୂଜା କରୁଥିଲେ ମହିଳା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାଜଧାନୀରେ ଘର ଆଗରୁ ଲୁଟିନେଲେ ଚେନ୍; ପୂଜା କରୁଥିଲେ ମହିଳା
Gold Chain Snatched During Puja

Key Points

ରାତି ହେଉ କି ଦିନ, ସୁଯୋଗ ଦେଖି କରୁଛନ୍ତି ଛିନତାଇ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ସୁନା ଗହଣା । ସକାଳୁ ସକାଳୁ ବଡ଼ଗଡ଼ ଥାନା ଅଞ୍ଚଳରେ ଘର ଆଗରୁ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା ।
ଭୁବନେଶ୍ଵର: ଛିନତାଇ ଭୟରେ ରାଜଧାନୀବାସୀ । ଆଉ କମିଶନରେଟ୍ ପୋଲିସକୁ ନାହିଁ ଚୋରଙ୍କ ଭୟ । ରାତି ହେଉ କି ଦିନ, ସୁଯୋଗ ଦେଖି କରୁଛନ୍ତି ଛିନତାଇ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ସୁନା ଗହଣା । ସକାଳୁ ସକାଳୁ ବଡ଼ଗଡ଼ ଥାନା ଅଞ୍ଚଳରେ ଘର ଆଗରୁ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା ।

ସୂଚନା ଅନୁସାରେ, ମହିଳା ଜଣଙ୍କ ଘରେ ଆଗରେ ସକାଳେ ପୂଜା କରୁଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରା ସ୍କୁଟିରେ ଆସିଥିଲେ । ଜଣେ ଲୁଟେରା ସ୍କୁଟିରୁ ଓହ୍ଲାଇ ଆଗକୁ ଆସିଥିଲେ । ମହିଳା ଜଣଙ୍କ ଘର ସାମ୍ନାରେ ପୂଜା କରୁଥିବା ବେଳେ ଲୁଟେରା ପଛ ପଟୁ ଚେନ୍ ଝାମ୍ପି ଫେରାର୍ ହୋଇ ଯାଇଛି ।

ଏଥିସହ ପଢ଼ନ୍ତୁ: ତହସିଲଦାରଙ୍କ ଉପରେ ଖସିଲା ନିଲମ୍ବନ ଖଣ୍ଡା; ଜମି ଜାଲିଆତି ମାମଲାରେ ଆକ୍ସନ୍ 

ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଭିଡିଓ । ଭିଡିଓରେ ଦେଖା ଯାଉଛି, ଜଣେ ଲୁଟେରା ଚେନ୍ ଝାମ୍ପି ନେଉଥିବା ବେଳେ ଅନ୍ୟ ଜଣେ ସ୍କୁଟିକୁ ଷ୍ଟାର୍ଟ କରି ଅପେକ୍ଷା କରିଛନ୍ତି । ଚେନ୍ ଝାମ୍ପି ନେବା ପରେ ଉଭୟ ସ୍କୁଟି ଯୋଗେ ଫେରାର୍ ହୋଇ ଯାଇଛନ୍ତି ।

ଲୁଟ୍ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଘଟଣା ସ୍ଥଳରେ ପହଞ୍ଚି ବଡଗଡ଼ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତକୁ ଜୋରଦାର କରିଛି ବଡ଼ଗଡ଼ ଥାନା ପୋଲିସ ।

ସେପଟେ ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ୍ ହୋଇଛି । ବାଲିଅନ୍ତା ଥାନା ନିକୁଞ୍ଜ ବିହାରୀ ମନ୍ଦିରରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ମନ୍ଦିର ହୁଣ୍ଡି ଭାଙ୍ଗି ସବୁ ଟଙ୍କା ଲୁଟେରା ନେଇ ଯାଇଛନ୍ତି । ସକାଳୁ ମନ୍ଦିର ପୂଜକ ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ବାଲିଅନ୍ତା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କମିଶନରେଟ୍ ପୋଲିସ ଅଞ୍ଚଳରେ ମାତ୍ର ୧୨ ଘଣ୍ଟାରେ ଦୁଇ ଦୁଇଟି ଲୁଟ୍ ହୋଇଛି । ଯାହାକି କମିଶନରେଟ ପୋଲିସକୁ ଖୋଲା ଆହ୍ଵାନ ଦେଇଛି । ପୂର୍ବରୁ ଲୁଟେରା ମାନେ ବାଲିପାଟଣା ଥାନା ଅଞ୍ଚଳରେ ମନ୍ଦିର ଲୁଟ୍ କରି ଆତଙ୍କ ଖେଳାଇଥିବା ବେଳେ ଏବେ ବାଲିଅନ୍ତା ଅଞ୍ଚଳରେ ମନ୍ଦିର ଲୁଟ୍ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ମିଠା ଦୋକାନରେ ଚଢ଼ାଉ,୨୪ କିଲୋ ବାସି ଖାଦ୍ୟ ନଷ୍ଟ ଲାଗିଲା ଫାଇନ୍

ଏହା ପୂର୍ବରୁ ଗତ ୧୮ ତାରିଖରେ ଏମ୍ସ ନିକଟରେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଲୁଟ୍ ହୋଇଥିଲା । ବନ୍ଧୁକ ଦେଖାଇ ଲୁଟେରା ମଙ୍ଗଳସୂତ୍ର ନେଇ ଯାଇଥିଲେ । ମାମଲାରେ ପୋଲିସ ପ୍ରଥମେ ବନ୍ଧୁକଧାରୀ ଲୁଟେରା ରିଙ୍କୁ ଖାନକୁ ଗିରଫ କରିଥିଲା । ପରେ ଚୋରି ମଙ୍ଗଳସୂତ୍ର କିଣିଥିବା ସୁନା ଦୋକାନୀ ସହ ଜଣେ ମୁଖ୍ୟ ଲୁଟେରାକୁ ପୋଲିସ ଗିରଫ କରିଛି ।

ପାତ୍ରପଡ଼ାରୁ ମୁଖ୍ୟ ଅଭିଯୁକ୍ତ ମନୀଷକୁ ଖଣ୍ଡଗିରି ପୋଲିସ ଧରିବା ସହ ଲୁଟ୍‌ରେ ବ୍ୟବହୃତ ଚୋରା ପଲସର ବାଇକ୍ ଜବତ କରିଛି । ଲୁଟ୍ ସୁନା କିଣିଥିବା ଅଭିଯୋଗରେ ରାଜସୁନାଖଳାରୁ ଗହଣା ଦୋକାନୀ ପ୍ରକାଶ ସାହୁକୁ ଗିରଫ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: