Land Fraud / ତହସିଲଦାରଙ୍କ ଉପରେ ଖସିଲା ନିଲମ୍ବନ ଖଣ୍ଡା; ଜମି ଜାଲିଆତି ମାମଲାରେ ଆକ୍ସନ୍
·1 hour ago·2 min read

Key Points
ଜମି ଜାଲିଆତି ମାମଲାରେ ପୂର୍ବରୁ ARI ଙ୍କୁ ନିଲମ୍ବନ କରିଥିଲେ ନୂଆପଡ଼ା ଜିଲ୍ଲାପାଳ । ଏବେ ସରକାର କୋମନା ତହସିଲଦାର ସର୍ବେଶ୍ଵର ଜାଲଙ୍କୁ ନିଲମ୍ବନ କରିଛନ୍ତି ।
ନୂଆପଡ଼ା: ଜମି ଜାଲିଆତି ମାମଲାରେ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ୍ । ନିଲମ୍ବିତ ହେଲେ କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ଵର ଜାଲ । ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋମନା ତହସିଲଦାର ସର୍ବେଶ୍ଵର ଜାଲଙ୍କୁ ନିଲମ୍ବନ କରାଯାଇଛି ।
ନିଲମ୍ବନ ସମୟରେ ସର୍ବେଶ୍ଵର ଜାଲ ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ରହିବେ ବୋଲି ନିର୍ଦ୍ଦେଶ ରହିଛି । ବିନା ଅନୁମତିରେ ସର୍ବେଶ୍ଵର ଜାଲ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ । ଓଡ଼ିଶା ସର୍ଭିସ୍ କୋଡ୍ର ରୁଲ୍-୯୦ ଅନୁସାରେ ଅନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ଏଥିସହ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ କମିଶନ ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
ଜମି ଜାଲିଆତି ମାମଲାରେ ପୂର୍ବରୁ ARI ଙ୍କୁ ନିଲମ୍ବନ କରିଥିଲେ ନୂଆପଡ଼ା ଜିଲ୍ଲାପାଳ । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିଲା । ଏବେ ସରକାର କୋମନା ତହସିଲଦାର ସର୍ବେଶ୍ଵର ଜାଲଙ୍କୁ ନିଲମ୍ବନ କରିଛନ୍ତି ।
ସୂଚନା ଅନୁସାରେ, ଚାନ୍ଦୋପଲା ଗାଁର ସତ୍ୟ ନାରାୟଣ ପ୍ରଧାନୀଙ୍କ ନାଁରେ ୪ ଏକର ୪୦ ଡିସିମିଲ୍ ଚାଷ ଜମି ରହିଥିଲା । ସତ୍ୟନାରାୟଣ ଫସଲ ବୀମା ପାଇଁ ଚାଷଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇଥିଲେ। ସେଠାରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାଁରେ ଚାଷଜମି ନାହିଁ, ସବୁ ବିକ୍ରି ହୋଇଯାଇଛି ।
ଚାଷଜମି ଖାତା ନଂ- ୧୭୮/୩୮୧, ୧୭୮/୩୮୨ ଓ ୧୭୮/୩୮୩କୁ ପ୍ରକୃତ ଜମି ମାଲିକ ସତ୍ୟନାରାୟଣଙ୍କ ଅଜାଣତରେ କେହି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରଶାସନର ଦ୍ଵାରସ୍ଥ ସହ ଥାନାରେ ଏତଲା ଦେଇଥିଲେ ସତ୍ୟନାରାୟଣ ।
ଉକ୍ତ ଚାଷଜମିକୁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର ପର୍ଶୁରାମ ପାଢ଼ୀ, ପାଟଣାଗଡ଼ର ସଂଜୟ କୁମାର ଅଗ୍ରୱାଲ ଓ ରାମପୁର ଅଞ୍ଚଳର ବୀରେନ୍ଦ୍ର ସରାଫଙ୍କ ନାଁରେ କିଣା ଯାଇଥିବା ଜଣା ପଡ଼ିଥିଲା ।
ଏଥିସହ ପଢ଼ନ୍ତୁ: ଚେତାଇଲେ ସମବାୟ ମନ୍ତ୍ରୀ; ଧାନ ନାଁରେ ଗଞ୍ଜେଇ ଚାଷ କରୁଥିଲେ ସାର ମିଳିବନି, ହେବ କାର୍ଯ୍ୟାନୁଷ୍ଠାନ
ପ୍ରଶାସନର ହସ୍ତକ୍ଷେପ ପରେ ଚାଷ ଜମିକୁ ସତ୍ୟନାରାୟଣଙ୍କୁ ହସ୍ତାନ୍ତର କରାଯାଇଥିଲା । ଏବେ ଏହି ଜମି ଜାଲିଆତି ମମଲାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଏହି ଜମି ଜାଲଆତିରେ ସାମିଲ୍ ଜମି ଦଲାଲଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ପୋଲିସ ସେମାନଙ୍କୁ ଗିରଫ କରିବା ଲାଗି ଦାବି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories