Crime In Odisha / ଲିଫ୍ଟ ବାହାନାରେ ଦୁଷ୍କର୍ମ ଉଦ୍ୟମ; ବଞ୍ଚାଇଦେଲା ମୋବାଇଲ୍ର ୧୦ ପ୍ରତିଶତ ଚାର୍ଜ
·1 month ago·2 min read

Key Points
ଲିଫ୍ଟ ବାହାନାରେ ଅଭିଯୁକ୍ତ ରଚିଥିଲା କିଡନାପ୍ କାହାଣୀ
ଘଞ୍ଚ ଜଙ୍ଗଲରେ କରିଥିଲା ଦୁଷ୍କର୍ମ ଉଦ୍ୟମ
ନିରୋଳା ବଣରେ ଯୁବତୀ ଦେଖାଇଥିଲେ ସାହସ
ଘଞ୍ଚ ଜଙ୍ଗଲରେ କରିଥିଲା ଦୁଷ୍କର୍ମ ଉଦ୍ୟମ
ନିରୋଳା ବଣରେ ଯୁବତୀ ଦେଖାଇଥିଲେ ସାହସ
ଭୁବନେଶ୍ଵର: ଫିଲ୍ମ ଷ୍ଟାଇଲରେ ଅପହରଣ । ଘଞ୍ଚ ଜଙ୍ଗଲ ଭିତରୁ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ । ଭୁବନେଶ୍ଵର କମିଶନରେଟ ପୋଲିସ ଅଞ୍ଚଳରେ ଏହି ଘଟଣା । ଗତକାଲିର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯୁବତୀଙ୍କ ଉପସ୍ଥିତ ବୁଦ୍ଧି, ସାହାସ ତାରିଫ୍ କଲା ଭଳି । ଆଉ କମିଶନରେଟ୍ ପୋଲିସର ଆକ୍ସନ ମଧ୍ୟ ପ୍ରଶଂସାଯୋଗ୍ୟ ।
ଏ ପୂରା କାହାଣୀ ଶୁଣିଲେ ଆପଣ ଥରି ଉଠିବେ । ରବିବାର ଅପରାହ୍ଣ । ଖୋର୍ଦ୍ଧା ବସଷ୍ଟପ୍ ଠାରେ ଅସହାୟ ଯୁବତୀ ଜଣଙ୍କ ବାଇକ୍ ଚାଳକଙ୍କୁ ମାଗିଥିଲେ ଲିଫ୍ଟ । ହେଲେ ଲିଫ୍ଟ ଦେବା ବାହାନାରେ ଅଭିଯୁକ୍ତ ଯୁବତୀଙ୍କୁ ପିତାପଲ୍ଲୀରୁ ଚନ୍ଦକା ଯିବା ରାସ୍ତାରେ ନେଇ ଯାଇଥିଲେ ପାଖ ରତନପୁର ଜଙ୍ଗଲ ଭିତରକୁ ।
ଏଥିସହ ପଢ଼ନ୍ତୁ: ସମାଜସେବୀ ନା ମହାଠକ ? ମଞ୍ଚରେ ମାରୁଥିଲା ଭାଷଣ, ପଛରେ ରଚୁଥିଲା ଠକେଇର ଜାଲ
ଯୁବତୀଙ୍କ ପ୍ରତିରୋଧ ସତ୍ତ୍ଵେ ଯୁବକ ଛୁଟାଇଥିଲେ ନିଜ ବାଇକ୍ । ଏପଟେ ସନ୍ଧ୍ୟା ହୋଇ ଆସୁଥିଲା । ନିସ୍ତବ୍ଧ ଜଙ୍ଗଲ ଭିତରେ ଆରମ୍ଭ ହୋଇଥିଲା ଜୀବନ ବଞ୍ଚାଇବାକୁ ଉଦ୍ୟମ । ଅସହାୟତାର ସୁଯୋଗ ନେଇ ଅଭିଯୁକ୍ତ ପାଲଟି ଯାଉଥିଲା ରାକ୍ଷସ । ମୋବାଇଲ୍ର ଚାର୍ଜ ସରି ଆସୁଥାଏ, ସେପଟେ ଅନ୍ଧାର ମାଡ଼ି ଆସୁଥାଏ । ସାହସ ଜୁଟାଇ ଯୁବତୀ ଜଣଙ୍କ ପୋଲିସକୁ କଲ୍ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯୁବତୀଙ୍କ କଲ୍ ପାଇ ତତ୍ପର ହୋଇ ଉଠିଥିଲା ପୋଲିସ । କଣ୍ଟ୍ରୋଲ ରୁମ୍ରୁ ଆରମ୍ଭ ହୋଇଥିଲା ଅପରେସନ୍ । ରତନପୁର ଜଙ୍ଗଲ ଭିତରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଭୟ ଥିଲା ଯଦି ଫୋନ୍ ସୁଇଚ୍ ଅଫ ହୋଇଯାଏ, ତା ହେଲେ ଲୋକେସନ୍ ଟ୍ରାକ୍ କରିବା ମୁସ୍କିଲ୍ ହୋଇ ପଡ଼ିବ ।
ଏପଟେ ଚାଲିଥାଏ ଜିପିଏସ ଟ୍ରାକିଂ । ସେପଟେ ଏକାଥରକେ ଚାରି ଥାନାର ପୋଲିସ୍ ଜଙ୍ଗଲ ଭିତରେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ଡିସିପିଙ୍କ ନେତୃତ୍ୱରେ ଜୋନ୍ ଏସିପି, ଖଣ୍ଡଗିରି ଥାନା, ଭରତପୁର, ଜଟଣୀ ଥାନା ସହିତ ଇନଫୋଭାଲି ଥାନାର ଆଇଆଇସି ସାମିଲ୍ ହୋଇଥିଲେ ସର୍ଚ୍ଚ ଓ ଓ ରେସ୍କ୍ୟୁ ଅପରେସନ୍ରେ ।
ଏଥିସହ ପଢ଼ନ୍ତୁ: ଜୀବନ ବୀମା ଟଙ୍କା ପାଇଁ ସ୍ତ୍ରୀ-ଝିଅର ଷଡ଼ଯନ୍ତ୍ର; ଛାତି ଥରାଇଦେବ ଏହି ହତ୍ୟା କାହାଣୀ
ଡାକବାଜି ଯନ୍ତ୍ର, ଡ୍ରୋନ୍ର ବ୍ୟବହାର କରି ଜଙ୍ଗଲ ଭିତରୁ ପୀଡ଼ିତାଙ୍କୁ ଠାବ କରାଯାଇଥିଲା । ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ପାଖେ ପହଞ୍ଚିଥିଲା ପୋଲିସ । ଅଭିଯୁକ୍ତ ଜଣକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ରୋଡରେ ଲାଗି ଥିବା ସିସିଟିଭି ଫୁଟେଜ ଅଧାରରେ ମାଡ଼ି ବସିଛି ପୋଲିସ ।

Related Topics
Explore more stories