Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନୀରବ ପ୍ରତିବାଦ

Odisha

ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନୀରବ ପ୍ରତିବାଦ

Jitendra Dash
Browse all articles by Jitendra Dash
·2 years ago·1 min read
ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡିତାଙ୍କ ନୀରବ ପ୍ରତିବାଦ

ଅର୍ଗସ ବ୍ୟୁରୋ : ଦେଶରେ ପୁଣି ସାମ୍ନାକୁ ଆସିଛି ଏସିଡ ଆଟାକ୍ ଘଟଣା । ଦିଲ୍ଲୀର ଜଣେ ମହିଳାଙ୍କ ଉପରେ ହୋଇଥିବା ଏସିଡ ଆଟାକକୁ ବିରୋଧ କରି ଆଜି ଲୋୟର ପିଏମ୍ଜିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି ଓଡ଼ିଶାର ଏସିଡ ପିଡିତା । ଦେଶରୁ ଖୁଲମ ଖୁଲା ହେଉଥିବା ଏସିଡ ବିକ୍ରି ବନ୍ଦ ପାଇଁ ସରକାରଙ୍କୁ କରିଛନ୍ତି ନିବେଦନ । ରାଜ୍ୟ ତଥା ଦେଶରେ ଖୋଲା ଖୋଲି ଭାବେ ଏସିଡ ବିକ୍ରି ହେଉଥିବା କାରଣରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି କହିଛନ୍ତି ଏସିଡ଼ ପୀଡିତ ପ୍ରମୋଦିନୀ ରାଉଳ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ବି ଓଡ଼ିଶାରେ ଏଭଳି ଏସିଡ ପିଡିତା ମାନେ ଅଛନ୍ତି ଯେଉଁମାନେ ନ୍ୟାୟ ପାଇ ନାହାନ୍ତି । ଅଭିଯୁକ୍ତ ମାନେ ଖୋଲା ଆକାଶରେ ବୁଲୁଛନ୍ତି । ରାଜ୍ୟ ସରକାର ଏସିଡ ପୀଡିତ କିମ୍ବା ପୀଡିତା ମାନଙ୍କ ପାଇଁ ନା କମ୍ପେନସେସନ ରଖିଛନ୍ତି ନା କୌଣସି ଅନୁକମ୍ପା ମୂଳକ ଚାକିରି । ଅନେକ ଝିଅ ମାନେ ଆଜି ବି ଏସିଡ ଆଟାକ ପରେ କୌଣସି କ୍ଷେତ୍ରରେ କାମ କରିବାକୁ ଅସହଜ ମନେ କରୁନାହାନ୍ତି । କେବଳ ଝିଅ ନୁହେଁ ମଦ ବିରୋଧ ଆନ୍ଦୋଳନକୁ ତୀବ୍ର କରିବାରୁ କେନ୍ଦ୍ରାପଡାର ପୁଅ ହିମାଂଶୁ ଶେଖର ବାରିକଙ୍କୁ ୨୦୧୮ରେ ଏସିଡ ଆଟାକ୍ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ମିଳିନାହିଁ । ସେପଟେ ମମିତା ବେହେରା ଢେଙ୍କାନାଳର ଝିଅ ୨୦୦୫ ମସିହାରେ ତାଙ୍କ ଉପରେ ଏକତରଫା ପ୍ରେମ କରୁଥିବା ବ୍ୟକ୍ତି ଏସିଡ ଆଟାକ କରିଥିଲେ । ୧୭ ବର୍ଷ ହେଲାଣି ଗୋଟେ ଜାଗାରେ ମାତ୍ର ୩୦୦୦ ଟଙ୍କାରେ ଚାକିରୀ କରୁଛନ୍ତି । ଏଭଳି ଅନେକ ଘଟଣା ଏବେ ବି ରାଜ୍ୟରେ ଅଛି । ଯେଉଁ ଦୋଷୀ ମାନଙ୍କୁ ଧରିବାରେ ଅସକ୍ଷମ ହୋଇଛି ରାଜ୍ୟ ପୋଲିସ ବୋଲି ଅଭିଯୋଗ କରିଛନ୍ତି ପୀଡିତା । 

Raja Festival
Sponsored
bhuvneshwar acid attack case | Argus News