Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହେନ୍ଦ୍ରଗିରିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍

Odisha

ମହେନ୍ଦ୍ରଗିରିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମହେନ୍ଦ୍ରଗିରିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍

Key Points

  • ମହେନ୍ଦ୍ରଗିରିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍
  • ଦେଶର ସ୍ବତନ୍ତ୍ର ତୀର୍ଥକ୍ଷେତ୍ରସ୍ଥଳୀ ହେବ ମହେନ୍ଦ୍ରଗିରି 
  • ପ୍ରାଚୀନ କିମ୍ବଦନ୍ତୀ ଏବଂ ଐତିହ୍ୟର ହେବ ସୁରକ୍ଷା 
  • ମହେନ୍ଦ୍ରଗିରିରୁ ପୁରୀ ପର୍ଯ୍ୟନ୍ତ ବସ୍ ଚଳାଚଳ ପାଇଁ ହେବ ବ୍ୟବସ୍ଥା
  • ଖୁବଶୀଘ୍ର ପ୍ରସ୍ତୁତ ହେବ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ   
  • ସବୁ ସୁବିଧା ଥିବା ସତ୍ତ୍ବେ ବିଜେଡି ସରକାରବେଳେ ଦୃଷ୍ଟି ଆଢୁଆଳରେ ଥିଲା ମହେନ୍ଦ୍ରଗିରି

ଅର୍ଗସ ବ୍ୟୁରୋ : ଐତିହାସିକ ମହେନ୍ଦ୍ରଗିରି । ଗୋଟିଏ ଦିନରେ ୬ ଋତୁ ଅନୁଭୂତ ହେଉଥିବା ଓଡ଼ିଶାର ଆଦି ହିମାଳୟ । ସମୁଦ୍ର ପତନଠୁ ୭ ହଜାର ଫୁଟ୍ ଉପରେ ରହିଛି ଏହି ନିଆରା ସ୍ଥାନ । ଯାହାକି ଗଞ୍ଜାମ-ଗଜପତି ସୀମାନ୍ତରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ ମୋଦି ମହେନ୍ଦ୍ରଗିରିକୁ ରାମାୟଣ ସର୍କିଟ୍‌ ସ୍ଥାନୀତ କରିବା ପରେ ମହେନ୍ଦ୍ରଗିରି ତୀର୍ଥ କ୍ଷେତ୍ରରେ ଥିବା ସବୁ ମନ୍ଦିର ରକ୍ଷଣାବେକ୍ଷଣା ଦାୟିତ୍ବ ଏଏସ୍‌ଆଇ ନେଇଛି । ରାମାୟଣ ଓ ମହାଭାରତ ସହ ଜଡିତ ଏହି ଆଧ୍ୟାତ୍ମିକ ପୀଠର ବିକାଶ କରାଯିବ । ଏଥିପାଇଁ ସ୍ବତନ୍ତ୍ର ପ୍ଲାନ୍ ପ୍ରସ୍ତୁତ ହେବ । ଏହି କ୍ଷେତ୍ରର ବିକାଶ ହେଲେ ମହେନ୍ଦ୍ରଗିରି ମହନୀୟତା ସାରାବିଶ୍ବ ଜାଣିପାରିବ । ମହେନ୍ଦ୍ରଗିରି ପରିଦର୍ଶନ କରିବାକୁ ଆସି ଏପରି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଅଧିକ ପଢନ୍ତୁ ଓଡିଶା ଖବର

ମନ୍ତ୍ରୀ ବିଭୁତିଭୂଷଣ ଜେନା ମହେନ୍ଦ୍ରଗିରି ଗସ୍ତ କରି ଏହି ସ୍ଥାନର ବିକାଶ ଲାଗି ଗଜପତି ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକ କରିଛନ୍ତି । ସାଙ୍ଗରେ ଥିଲେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ । ମହେନ୍ଦ୍ରଗିରିକୁ ତପୋସ୍ଥଳୀ ଭାବେ ସ୍ଥାପନା କରାଗଲେ ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ ଆସିବେ । ଏଠାରେ ଲକ୍ଷ ଲକ୍ଷ ଔଷଧୀୟ ଗଛ ରହିଛି ତାର ସୁରକ୍ଷା କରାଯିବ । ଏଥିସହ ମହେନ୍ଦ୍ରଗିରିରୁ ପୁରୀ ପର୍ଯ୍ୟନ୍ତ ବସ ଚଳାଚଳର ବ୍ୟବସ୍ଥା କରାଯିବ । ଯେପରି ଭକ୍ତମାନେ ତପ-ଜପର ସାନିଧ୍ୟ ଲାଭ କରିପାରିବେ । ସେଥିପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ଭଗବାନ ପର୍ଶୁରାମଙ୍କ ତପସ୍ୟାସ୍ଥଳୀ ତଥା ମହାଭାରତ, ରାମାୟଣର ବିଭିନ୍ନ ଉପାଖ୍ୟାନରେ ବର୍ଣ୍ଣିତ ଏହି ପର୍ବତ । କେବଳ କିମ୍ବଦନ୍ତୀ ନୁହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଔଷଧୀୟ ଗଛରେ ବି ପରିପୂର୍ଣ୍ଣ । ତଥାପି ୨୫ ବର୍ଷ ଶାସନ କରିଥିବା ତତ୍କାଳୀନ ବିଜେଡି ସରକାରରେ ଏଭଳି ଏକ ସ୍ଥାନ ଅବହେଳିତ ହୋଇ ରହିଆସିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big plan of state government for development of Mahendragiri | Argus News