Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

Jitendra Dash
Browse all articles by Jitendra Dash
·2 years ago·1 min read
ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

ଅର୍ଗସ ବ୍ୟୁରୋ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ। ଏଥର ଓଡ଼ିଶାରେ ନଂ-୧ ଦଳ ହେବ ବିଜେପି । ଆସନ୍ତା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିବ ଅପୂର୍ବ ସଫଳତା । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏମିତି କହିଛନ୍ତି ପ୍ରଶାନ୍ତ କିଶୋର । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପ୍ରଦର୍ଶନ କଣ ରହିବ ଏହା ଉପରେ ପ୍ରଶାନ୍ତ କିଶୋର ସ୍ପଷ୍ଟ ମତ ରଖିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତାଙ୍କ ଅନୁସାରେ ଓଡ଼ିଶା ସମେତ ପୂର୍ବ ଓ ଦକ୍ଷିଣ ଭାରତରେ ଏଥର ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିବ । ବିଜେପିର ଭୋଟ୍ ହାର ଆଖିଦୃଶିଆ ଭାବେ ବଢ଼ିବ । ଏଥିସହ ବିଜେପିର ଆସନ ବି ବହୁ ସଂଖ୍ୟାରେ ବଢ଼ିବ । ଓଡ଼ିଶାରେ ବିଜେପି ନିଶ୍ଚିବ ଭାବେ ଏକ ନମ୍ବର ଦଳ ପାଲଟିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ଏଥିସହ ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଏକ ନମ୍ବର ଦଳ ହୋଇପାରେ । ତେଲେଙ୍ଗାନାରେ ବିଜେପି ଏକ ନମ୍ବର ବା ଦୁଇ ନମ୍ବର ଦଳ ହେବ । ତାମିଲନାଡୁରେ ବିଜେପିର ଭୋଟ୍ ହାର ଦୁଇ ଅଙ୍କ ଛୁଇଁବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big story of election strategist Prashant Kishore | Argus News