Videos
|
Odisha

ନୟାଗଡ଼ ଟାଉନ ପୋଲିସକୁ ବଡ଼ ସଫଳତା, ଜବତ କଲା ୨୬୯ ଗ୍ରାମ ସୁନା ଅଳଙ୍କାର

Jitendra Dash
Browse all articles by Jitendra Dash
·2 years ago·1 min read
ନୟାଗଡ଼ ଟାଉନ ପୋଲିସକୁ ବଡ଼ ସଫଳତା, ଜବତ କଲା ୨୬୯ ଗ୍ରାମ ସୁନା ଅଳଙ୍କାର

ଅର୍ଗସ ବ୍ୟୁରୋ : ନୟାଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ପଶ୍ଚିମବଙ୍ଗର କୁଲପି ଥାନା ବଡ଼ବଇଡ଼ା ଗ୍ରାମର ନାଜୁରୁଲ୍ ମୋଲାଙ୍କ ପୁଅ ଆଲୋମ୍‌ଗିରି ମୋଲା ନୟାଗଡ଼ ଟ୍ରାଫିକ ଛକରେ ଏକ ବ୍ୟାଗ ଧରି ଛିଡ଼ା ହୋଇଥିଲେ । ଲୋକଙ୍କ ସନ୍ଦେହ ହେବାରୁ ଟାଉନ ଥାନା ପୋଲିସ ଖବର ଦେଇଥିଲେ, ପୋଲିସ ପହଞ୍ଚି ତାଙ୍କ ବ୍ୟାଗ ଚେକିଙ୍ଗ୍ କରିଥିଲେ । 

ଚେକିଂ ସମୟରେ ବ୍ୟାଗରୁ ୨୬୯ ଗ୍ରାମ ସୁନା ହାର ଜବତ ହେବା ସହ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ଜବତ କରିଥିଲା ।  ଏହି ସବୁ ଚୋରି ସାମଗ୍ରୀ ବୋଲି ଜଣା ପଡିଛି । ସମସ୍ତ ଟଙ୍କା ଓ ସାମଗ୍ରୀକୁ ପୋଲିସ ସିଜ୍ କରିଛି । ଟାଉନ ଥାନା କେସ୍ ନଂ-୬୨ ରେ ମାମଲା ରୁଜ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ରହୁଥିବା ଜଣା ପଡିଛି । ୧୦ ଗୋଟି ସୁନା ନେକ୍‌ଲେସ୍, ୬ ଗୋଟି ସୁନା ଚେନ୍, ୩ ଗୋଟି ସୁନା ରାଣୀ ହାର ଲକେଟ୍, ୬ ଗୋଟି ଆମ୍ବକସି ଲକେଟ୍, ୨୮ ଗୋଟି ସୁନା ଟପ୍‌ସ, ୨ ଗୋଟି ସୁନା ମୁଦି, ୩ ଗୋଟି କାନ ରିଙ୍ଗ ଓ ୨ଗୋଟି ସୁନା ପିସ୍ ଜବତ କରିଛନ୍ତି । ମୋଟ ୨୬୯ ଗ୍ରାମ ସୁନା ଜବତ କରିଛି । 

Big success for Nayagarh Town Police, seized 269 grams of gold jewellery | Argus News