ପାଟଣାଗଡ ପୋଲିସକୁ ବଡ ସଫଳତା, ଉଦ୍ଧାର ହେଲା ଲୁଟ ଟଙ୍କା, ଜଣେ ଗିରଫ

ବଲାଙ୍ଗୀର : ପାଟଣାଗଡ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଲୁଟ ଘଟଣାରେ ପାଟଣାଗଡ ପୋଲିସ କୁ ସଫଳତା ମିଳିଛି। ପ୍ରକାଶ ଯେ ପାଟଣାଗଡର ଏକ ଦୋକାନ ସମ୍ମୁଖରେ ଗତ ଜାନୁଆରି ମାସରେ ଜନୈକ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ କୌଣସି କାମରେ ଗୋଟିଏ ଦୋକାନ ସମ୍ମୁଖରେ ଅଟକିଥିଲା ବେଳେ ଅଭିଯୁକ୍ତ ଜଣକ ସେହି ବ୍ୟକ୍ତିର ବାଇକ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ମାରିଥିଲା । ସେହିପରି ସେହି ଅଭିଯୁକ୍ତ ବେଲପଡ଼ା ଓ ଲାଠୋର ଥାନା ଅଞ୍ଚଳ ରେ ମଧ୍ୟ ବିଭିନ୍ନ ସମୟରେ ଲୁଟ କରି ଫେରାର ମାରିଥିଲା। ପୋଲିସ ଲୁଟ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା।
ଅଧିକ ପଢନ୍ତୁ ଓଡିଶା ଖବର
ଅଭିଯୁକ୍ତଜଣକ ଆସ୍କା ଅଞ୍ଚଳ ର ଅଭିଷେକ ନାଗରାଓ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ପାଟଣାଗଡ,ବେଲପଡ଼ା,ଲାଠୋର ରୁ ଅଭିଯୁକ୍ତ ଜଣକ 6 ଲକ୍ଷ ଟଙ୍କା ଲୁଟ କରିଥିବା ଵେଲେ ଅଭିଯୁକ୍ତ ଠାରୁ 1 ଲକ୍ଷ ଟଙ୍କା ଓ 6 ଟି ମୋବାଇଲ ଜବତ ସହ ନକଲି ନମ୍ବର ପ୍ଲେଟ ଲଗାଇ ଅପରାଧ କରି ଆସୁଥିଲା ପାଟଣାଗଡ ଏସ ଡି ପି ଓ ସଦାନନ୍ଦ ପୁଝାରୀ ଆଜି ସୂଚନା ଦେବା ସହ ଜନସାଧାରଣ ଙ୍କୁ ଗାଡି ଡିକି ରେ ଟଙ୍କା ନ ରଖିବା ପାଇଁ ଗଣମାଧ୍ୟମ ଜରିଆରେ ସଚେତନ ହେବାପାଇଁ ନିବେଦନ କରିଛନ୍ତି।