Videos
|
Odisha

ଫୁଲବାଣୀ ବନ ବିଭାଗକୁ ବଡ ସଫଳତା, ଜଣେ ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ଫୁଲବାଣୀ ବନ ବିଭାଗକୁ ବଡ ସଫଳତା, ଜଣେ ଗିରଫ

ଅର୍ଗସ ବ୍ୟୁରୋ : ଫୁଲବାଣୀ ବନ ବିଭାଗକୁ ବଡ ସଫଳତା । ସୁଡୃକୁମ୍ପା ରେଞ୍ଜ ଅଧୀନରେ ଥିବା ଡୋଙ୍ଗା ସାଗର ଖେତ ଜଙ୍ଗଲରେ ଶିକାରୀ ମାନେ କ୍ୟାମ୍ପ କରି ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା କୌଣସି ସୂତ୍ରରୁ ଖବର ପାଇ ସୁଡୃକୁମ୍ପା ରେଞ୍ଜର ପାଟ୍ରୋଲିଂ ଟିମ ସଙ୍ଗେ ସଙ୍ଗେ ଯାଇ ଶିକାରୀ ମାନଙ୍କ କ୍ୟାମ୍ପ ଉପରେ ଚଢାଉ କରିଥିଲେ । ସେଠାରେ ୭ ଜଣ ଶିକାରୀ ଥିବାବେଳେ ପାଟ୍ରୋଲିଂ ଟିମକୁ ଦେଖି ସମସ୍ତେ ଦୌଡି ପଳାଇଥିଲେ । ଜଣକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର

ସେମାନଙ୍କ କ୍ୟାମ୍ପରୁ ମୃତ ଶମ୍ବରର କଟା ମୁଣ୍ଡ, ୪ କେଜି ଶମ୍ବର ମାଂସ ଓ ଏକ ମୃତ ମାଙ୍କଡକୁ  ଜବତ କରିଥିଲେ । ତା ସହ ୫ଟି ଟାଙ୍ଗିଆ, ୪ଟି ଛୁରୀ , ଜାଲ ୪ ଟି ଓ ଅନ୍ୟାନ୍ୟ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ । ବନ ବିଭାଗ କାବୁ କରିଥିବା ଶିକାରୀଙ୍କର ନାମ ରମେଶ ଭେଙ୍ଗରା ହୋଇଥିବା ବେଳେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Big success to Phulbani Forest Department, one arrested | Argus News