ଏଟିଏମରେ ରିମୋଟ କଣ୍ଟ୍ରୋଲ ଡିଭାଇସ ଲଗାଇ କରୁଛନ୍ତି ଲୁଟ୍

ଅର୍ଗସ ବ୍ୟୁରୋ : ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା । ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ । ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର । ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ । ସେ ଏଟିଏମରୁ ଟଙ୍କା ଆଣିବାକୁ ଯାଇଥିବା ବେଳେ ଏଟିଏମ ମେସିନରେ କାର୍ଡ ଲାଖି ହୋଇ ରହିଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ବ୍ୟାକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରିଦେଇଥିଲେ I
ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲା । ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକମାନେ କାର୍ଡର ଡାଟା ମାଗିବା ସହ ପିନ କୋଡ଼ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ । ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଏଟିଏମରେ ରିମୋଟ କଣ୍ଟ୍ରୋଲ ଡିଭାଇସ ଲଗାଇ ଲୁଟ୍ ଉଦ୍ୟମ କରୁଥିଲେ । ଯେଉଁଠାରେ କାର୍ଡ ଭର୍ତ୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲାଖିଯାଉଥିଲା । ଆଉ ଏହା ସାହାଯ୍ୟରେ ଟଙ୍କା ଲୁଟି ନେଉଥିଲେ ଲୁଟେରା । ଏହି ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁକୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ ଏଟିଏମ କାର୍ଡ ଜବତ କରାଯାଇଛି । ତେବେ ପୁଲିସ କହିଛି ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସାହାଜ୍ୟ ନିଅନ୍ତୁ ନାହିଁ ।