Biju Patnaik Steel Institute / ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନରେ ହେବ ଯୁବପିଢିଙ୍କ ଦକ୍ଷତା ବିକାଶ, ସମୀକ୍ଷା କଲେ ଯୁଗ୍ମ ସଚିବ
·Published on: 23 Apr 2026, 22:13:32 IST·2 min read

Key Points
ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ମିଳିବ ନୂତନ ଦକ୍ଷତା ତାଲିମ
ସୁକିନ୍ଦା ଗସ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଯୁଗ୍ମ ସଚିବ
ଯାଜପୁରକୁ ଜାତୀୟ ଷ୍ଟିଲ ହବ୍ କରିବାକୁ ପଦକ୍ଷେପ

ଯାଜପୁର ଜିଲ୍ଲାର ସୁକିନ୍ଦା ଗସ୍ତରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନର ଅଧ୍ୟକ୍ଷ ଦୟା ନିଧାନ ପାଣ୍ଡେ । ଯୁଗ୍ମସଚିବ ସୁକିନ୍ଦାରେ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନ ସ୍ଥାପନ ସହ ଶିଳ୍ପ ତାଲିମ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସମ୍ବନ୍ଧରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସହ ଆଲୋଚନା କରିଥିଲେ ।
ଏହି ଅନୁଷ୍ଠାନରେ ମୁଖ୍ୟତଃ ଆସିଷ୍ଟାଣ୍ଟ ଫିଟର, ରିଗର, ଇଲେକ୍ଟ୍ରିସିଆନ୍, ମେକାନିକ୍ ଭଳି ଚାରୋଟି ଶିଳ୍ପ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଦକ୍ଷତା ବିକାଶ ତାଲିମ ନେବେ । ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଯାଜପୁର ସାରା ଦେଶରେ ଏକ ଅଗ୍ରଣୀ ଜିଲ୍ଲା । ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନରୁ ପାସ୍ କରିଥିବା ଯୁବପିଢ଼ି ଯେଭଳି କେବଳ ଯାଜପୁର ନୁହେଁ ବରଂ ସାରା ଓଡ଼ିଶାରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡିକରେ ନିଯୁକ୍ତି ସୁଯୋଗ ପାଇବେ, ସେ ଉପରେ ଯୁଗ୍ମସଚିବ ଗୁରୁତ୍ୱାରୋପ କରିଥିଲେ ।
ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀ ଜଣେ ଦକ୍ଷ କୁଶଳୀ ଟେକ୍ନିସିଆନ ଭାବେ କ୍ୟାରିୟର ଗଢ଼ିବା ଦିଗରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଅଧିକ ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଶୁଳ୍କ ୨୦୦୦ ଟଙ୍କାକୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ୧୦୦୦ ଟଙ୍କାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନକୁ ଏକ ଜାତୀୟ ସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଯୁଗ୍ମସଚିବ ଦୟା ନିଧାନ ପାଣ୍ଡେ କହିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଏବଂ ପ୍ରଶାସନର ଅଧିକାରୀଗଣ ଉପସ୍ଥିତ ଥିଲେ ।

ପଢନ୍ତୁ ଏହି ଖବର: ଡକ୍ଟର ଚିଦାତ୍ମିକା ଖଟୁଆଙ୍କୁ ‘ଇନ୍ସ୍ପାୟାରିଂ ଇଣ୍ଡିଆନ୍ ଅଫ୍ ଦି ଇୟର୍ ୨୦୨୬’ ସମ୍ମାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories