Videos
|
Odisha

Massive Fire / ପେଟ୍ରୋଲ୍ ପମ୍ପ ପରିସରରେ ବାଇକ୍ ଭର୍ତ୍ତି ଟ୍ରକ୍‌ରେ ଅଗ୍ନିକାଣ୍ଡ; ଦୌଡ଼ିଲେ କର୍ମଚାରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପେଟ୍ରୋଲ୍ ପମ୍ପ ପରିସରରେ ବାଇକ୍ ଭର୍ତ୍ତି ଟ୍ରକ୍‌ରେ ଅଗ୍ନିକାଣ୍ଡ; ଦୌଡ଼ିଲେ କର୍ମଚାରୀ
Bike Container Catches Fire at Petrol Pump

Key Points

ବଡ଼ ଟ୍ରକ୍‌ର କଣ୍ଟେନରରେ ନୂଆ ବାଇକ୍ ଓଡ଼ିଶା ଅଣା ଯାଉଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଶତାଧିକ ନୂଆ ବାଇକ୍ ଜଳିପୋଡ଼ି ଯାଇଥିବା ବେଳେ ବଞ୍ଚି ଯାଇଛି ଜୀବନ ।
ବ୍ରହ୍ମପୁର: ବଡ଼ ଧରଣର ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର୍ । ଜୀବନ ବିକଳରେ ଦୌଡ଼ିଲେ ପେଟ୍ରୋଲ୍ ପମ୍ପ କର୍ମଚାରୀ । ବଡ଼ ଟ୍ରକ୍‌ର କଣ୍ଟେନରରେ ନୂଆ ବାଇକ୍ ଓଡ଼ିଶା ଅଣା ଯାଉଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଶତାଧିକ ନୂଆ ବାଇକ୍ ଜଳିପୋଡ଼ି ଯାଇଥିବା ବେଳେ ବଞ୍ଚି ଯାଇଛି ଜୀବନ ।

ରବିବାରା ରାତିରେ ଆନ୍ଧ୍ର–ଓଡ଼ିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୁମଣ୍ଡି ନିକଟରେ ଅଗ୍ନିକାଣ୍ଡ ଘଟିଛି । ସୁମଣ୍ଡି ନାୟରା ପେଟ୍ରୋଲ ପମ୍ପ ପରିସରରେ ରବିବାର ରାତିରେ ବାଇକ୍ ଭର୍ତ୍ତି କଣ୍ଟେନର ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଏଥିସହ ପଢ଼ନ୍ତୁ: ମହାନଦୀରେ ଅଘଟଣ; ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା 

ସୂଚନା ଅନୁସାରେ, କଣ୍ଟେନର ଟ୍ରକ୍‌ଟି ମହାରାଷ୍ଟ୍ରରୁ ଓଡ଼ିଶା ଅଭିମୁଖେ ବାଇକ୍ ନେଇ ଆସୁଥିଲା । ପେଟ୍ରୋଲ୍ ପମ୍ପ ନିକଟରେ ହଠାତ୍ ଡ୍ରାଇଭର କ୍ୟାବିନରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଡ୍ରାଇଭର ଓ ହେଲ୍ପର ତୁରନ୍ତ କଣ୍ଟେନରରୁ ବାହାରି ଆସି ପ୍ରାଣ ରକ୍ଷା କରିବାରେ ସଫଳ ହୋଇଛନ୍ତି ।

କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ଭୟଙ୍କର ରୂପ ନେବାରୁ ପେଟ୍ରୋଲ ପମ୍ପ ପରିସରରେ ଆତଙ୍କ ଖେଳିଯାଇଥିଲା । ପେଟ୍ରୋଲ୍ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ପେଟ୍ରୋଲ୍ ପମ୍ପରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ନିଆଁ ଆୟତ୍ତ ହୋଇଥିବା ବେଳେ କଣ୍ଟେନରଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ଯାଇଛି ।

ଏହି ଅଗ୍ନିକାଣ୍ଡରେ କୌଣସି ପ୍ରାଣହାନି ଘଟିନଥିବାରୁ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତାହା ଜଣାପଡ଼ି ନାହିଁ । ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡର କାରଣ ଖୋଜୁଛି ।

ଏଥିସହ ପଢ଼ନ୍ତୁ: ବଜ୍ରପାତ ନେଇଗଲା ୩ ଚାଷୀଙ୍କ ଜୀବନ, କ୍ଷେତରେ ଟଳିପଡ଼ିଲେ 

ଅଳ୍ପକେ ବର୍ତ୍ତିଲା ପେଟ୍ରୋଲ୍ ପମ୍ପ

ତେବେ ଅଗ୍ନିକାଣ୍ଡ ଘଟିଥିବା ଟ୍ରକ୍‌ଟି ପେଟ୍ରୋଲ୍ ପମ୍ପ ପରିସରରେ ଥିବାରୁ ପେଟ୍ରୋଲ୍ ପମ୍ପ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଅଗ୍ନିଶମ ବାହିନୀର ତ୍ଵରିତ ପଦକ୍ଷେପ ଯୋଗୁଁ ପେଟ୍ରୋଲ୍ ପମ୍ପ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: