Drowning Incident / ମହାନଦୀରେ ଅଘଟଣ; ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା
·1 hour ago·2 min read

Key Points
ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା । ପାରାଦୀପ ନିକଟ ଭୂତମୁଣ୍ଡାଇ ମହାନଦୀରେ ଏହି ଅଘଟଣ ଘଟିଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପେରସନ୍ କରାଯାଇଥିଲା । ଈଶ୍ଵରଙ୍କ ମୃତଦେହ ମିଳିଛି ।
ପାରାଦୀପ: ଶ୍ରାବଣ ସୋମବାର ପାଇଁ ପାଣି ଉଠାଇବା ବେଳେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା । ପାରାଦୀପ ନିକଟ ଭୂତମୁଣ୍ଡାଇ ମହାନଦୀରେ ଏହି ଅଘଟଣ ଘଟିଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପେରସନ୍ ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ କାଉଡ଼ିଆ ମାନେ ଭୂତମୁଣ୍ଡାଇ ମହାନଦୀରୁ ପାଣି ଉଠାଉଥିଲେ । ପାରାଦୀପ ନିମିଡ଼ି ଗାଁର ଈଶ୍ଵର ବାରିକ ମଧ୍ୟ ତାଙ୍କ ପୁଅକୁ ସାଙ୍ଗରେ ନେଇ ପାଣି ଉଠାଇବା ପାଇ ଆସିଥିଲେ ।
ଏଥିସହ ପଢ଼ନ୍ତୁ: ବଜ୍ରପାତ ନେଇଗଲା ୩ ଚାଷୀଙ୍କ ଜୀବନ, କ୍ଷେତରେ ଟଳିପଡ଼ିଲେ
୮ ବର୍ଷର ବାଳକ ପାଣି ଉଠାଇବା ବେଳେ ମହାନଦୀରେ ପ୍ରଥମେ ବୁଡ଼ି ଯାଇଥିଲେ । ପୁଅ ବୁଡ଼ି ଯାଉଥିବା ବେଳେ ମହାନଦୀକୁ ଡେଇଁ ପଡ଼ିଥିଲେ ବାପା ଈଶ୍ଵର । ପୁଅକୁ ଜାବୁଡ଼ି ଧରି ଈଶ୍ଵର ଅନ୍ୟ କାଉଡ଼ିଆଙ୍କ ହାତକୁ ଦେଇଥିଲେ ।
ସେହି ସମୟରେ ମହାନଦୀର ପ୍ରଖର ସ୍ରୋତରେ ଈଶ୍ଵର ଭାସି ଯାଇଛନ୍ତି । ଗୁରୁତର ଅବସ୍ଥାରେ ୮ ବର୍ଷର ପୁଅକୁ ଅନ୍ୟ କାଉଡ଼ିଆ ମେଡିକାଲ୍ରେ ଭର୍ତ୍ତି କରିଛନ୍ତି । ଏବେ ଈଶ୍ଵରଙ୍କୁ କୁଜଙ୍ଗ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । ମିଳିଥିବା ସୂଚନା ଅନୁସାରେ, ଈଶ୍ଵରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସେପଟେ ଯାଜପୁରରେ ଶ୍ରାବଣ ସୋମବାର ପାଇଁ କାଉଡ଼ିଆଙ୍କ ଗମନାଗମନ ଉପରେ କଟକଣା ଜାରି କରାଯାଇଛି । ଯାଜପୁର-ଆରଡ଼ି ମୁଖ୍ୟ ରାସ୍ତାରେ ବ୍ୟାରିକେଡ୍ ଲଗା ଯାଇଛି । କୟାଁଗୋଲା-ଆରଡ଼ି ରାସ୍ତା ଜଳମଗ୍ନ ହୋଇଥିବାରୁ ଲାଗୁ ହୋଇଛି କଟକଣା ।
ବାଲୁକା କଳାରେ ଶ୍ରାବଣ ସୋମବାର
ଶ୍ରାବଣ ସୋମବାର ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ହୋଇଛି ୮ ଫୁଟର ବାଲୁକା କଳା । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଭଗବାନ ଶିବଙ୍କ ଏକ ଭକ୍ତିପୂର୍ଣ୍ଣ ବାଲୁକା କଳା ନିର୍ମାଣ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ସୁଧୁରୁଛି ବନ୍ୟା ସ୍ଥିତି, ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
୮ ଫୁଟ୍ ଉଚ୍ଚତାର ଏହି ବାଲୁକା କଳାରେ ଭଗବାନ ଶିବଙ୍କୁ ଏକ ଶାନ୍ତ ଓ ଧ୍ୟାନମଗ୍ନ ରୂପରେ ଦର୍ଶାଯାଇଛି । ଯାହା ଶାନ୍ତି, ଦିବ୍ୟ ଶକ୍ତି ଏବଂ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଅଟେ । ଏଥିରେ ଏକ ଶିବଲିଙ୍ଗ ସହିତ କାଉଡ଼ି ବହନ କରୁଥିବା ଦୁଇଜଣ କାଉଡ଼ିଆଙ୍କୁ ଦେଖିବାକୁ ମିଳୁଛି । ଯାହା ଭକ୍ତିଭାବକୁ ପ୍ରତିଫଳିତ କରୁଛି । ଏହି କଳାକୃତିରେ ତ୍ରିଶୂଳ, ଡମ୍ବରୁ, ଅର୍ଦ୍ଧଚନ୍ଦ୍ର, ସର୍ପ, ରୁଦ୍ରାକ୍ଷ ମାଳା ଏବଂ ଭଗବାନ ଶିବଙ୍କ ଜଟାରୁ ପ୍ରବାହିତ ପବିତ୍ର ଗଙ୍ଗା ନଦୀ ମଧ୍ୟ ସ୍ଥାନ ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories